ETV Bharat / state

ପଲ୍ଲୀସଭାରେ ଯୁବକଙ୍କୁ ମାଡ ମାରି ଅଡୁଆରେ ମହିଳା ସରପଞ୍ଚ - sarapanch beat village youth

ପଲ୍ଲୀସଭାରେ ଗ୍ରାମବାସୀଙ୍କୁ ମାଡ ମାରି ଅଡୁଆରେ ମହିଳା ସରପଞ୍ଚ । ପରେ ୫ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ ।

mayurbhanj: sarapanch beat village youth in the village council
ପଲ୍ଲୀସଭାରେ ଗ୍ରାମର ଯୁବକଙ୍କୁ ମାଡ ମାରିଲେ ମହିଳା ସରପଞ୍ଚ
author img

By

Published : Sep 28, 2020, 10:16 PM IST

ବାରିପଦା: ପଲ୍ଲୀସଭାରେ ଗ୍ରାମବାସୀଙ୍କୁ ମାଡ ମାରି ଅଡୁଆରେ ମହିଳା ସରପଞ୍ଚ । ପରେ ୫ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ । ଏଭଳି ଅଭାବନୀୟ ଘଟଣା ଘଟିଛି ମରୋଡା ବ୍ଲକ ବରକନ୍ଦ ଗ୍ରାମପଞ୍ଚାୟତ ପଲ୍ଲୀସଭାରେ।

ପଲ୍ଲୀସଭାରେ ଗ୍ରାମର ଯୁବକଙ୍କୁ ମାଡ ମାରିଲେ ମହିଳା ସରପଞ୍ଚ

ସ୍ଥାନୀୟ ଝିଙ୍କିରିଆ ହାଇସ୍କୁଲରେ ପଲ୍ଲିସଭା ଚାଲିଥିଲା । ତେବେ ପଲ୍ଲିସଭାର ସ୍ଥାନ ପରିବର୍ତ୍ତନ ନେଇ ମହିଳା ସରପଞ୍ଚ ଓ ଗ୍ରାମବାସୀଙ୍କ ଯୁକ୍ତିତର୍କ ହୋଇଥିଲା। ମହିଳା ସରପଞ୍ଚ ଉତ୍ତ୍ୟକ୍ତ ହୋଇ ଝିଙ୍କିରିଆ ଗ୍ରାମର ଶୁଭେନ୍ଦୁ କୁମାର ବେହେରାଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ଯୁବକଙ୍କୁ ମାଡ ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ଝିଙ୍କିରିଆ ହାଇସ୍କୁଲ ଗେଟରେ ତାଲା ପକାଇବା ସହ ସରପଞ୍ଚ ହୀରା ଟୁଡୁ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୟ ନାରାୟଣ କୁଣ୍ଡୁଙ୍କୁ ଦୀର୍ଘ ୫ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଅଟକ ରଖିଥିଲେ।

ଖବର ପାଇ ଘଟଣାସ୍ଥଳରେ ମୋରଡ଼ା ପୋଲିସ ଓ ମୋରଡ଼ା ବିଡ଼ିଓ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପୋଲିସ ସହାୟତାରେ ମହିଳା ସରପଞ୍ଚ ଓ ପିଇଓ ଉଦ୍ଧାର ହୋଇଥିଲେ । ବରକନ୍ଦ ଗ୍ରାମପଞ୍ଚାୟତରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ମାଡ ଖାଇଥିବା ଯୁବକ । ଯାହାର ତଦନ୍ତ କରି ସରପଞ୍ଚ ଓ ବିଭାଗୀୟ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ତେବେ ଏ ନେଇ ମହିଳା ସରପଞ୍ଚ କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇପାରିନାହିଁ ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.