ETV Bharat / state

ନିଆରା ଦାମୋଦର ମେଳା, ପୂର୍ବପୁରୁଷଙ୍କ ପାଇଁ ତିଳତର୍ପଣ କଲେ ‘ସାନ୍ତାଳୀ’ - ମୟୂରଭଞ୍ଜ ସାନ୍ତାଳି ସମ୍ଫ୍ରଦାୟ ଦାମୋଦର ମେଳା

ଆଦିବାସୀଙ୍କ ଭିନ୍ନ ଏକ ସଂସ୍କୃତି ଭିନ୍ନ ଏକ ପରମ୍ପରା । ସାନ୍ତାଳୀ ସମ୍ପ୍ରଦାୟର ଲୋକମାନେ ପବିତ୍ର ମକର ସଂକ୍ରାନ୍ତିର ଗୋଟିଏ ଦିନ ପରେ ନିଜ ପୂର୍ବପରୁଷ ତଥା ପିତୃପୁରୁଷଙ୍କ ପିଣ୍ଡଦାନ କରନ୍ତି । ଏହି ନିଆରା ପରମ୍ପରାକୁ ଦାମୋଦର ମେଳା କହନ୍ତି । ଏହି ଦିନ ସନ୍ତାଳି ସମ୍ପ୍ରଦାୟର ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ । ଅଧିକ ପଢନ୍ତୁ...

santali tribes different culture and tradition damadar mela in mayurbhanj
ଆଦିବାସୀଙ୍କ ନିଆରା ପରମ୍ପରା ଦାମୋଦର ମେଳା
author img

By

Published : Jan 19, 2021, 10:53 PM IST

ବାରିପଦା: କୋରୋନା କଟକଣା ମଧ୍ୟରେ ସାମୁହିକ ଭାବେ ନିଜ ପିତୃ ପୁରୁଷଙ୍କ ଅସ୍ଥି ବିସର୍ଜନ ସହ ଆତ୍ମାଶାନ୍ତି କାମନା କଲେ ବାରିପଦା ସୁନାମୁହିଁ ଘାଟରେ ଲକ୍ଷାଧିକ ଆଦିବାସୀ ସାନ୍ତାଳ ସମ୍ପ୍ରଦାୟର ଲୋକ ।

ଆଦିବାସୀ ସାନ୍ତାଳ ସମ୍ପ୍ରଦାୟର ନିଆରା ପରମ୍ପରା ଦାମୋଦର ମେଳା। ପିତୃପୁରୁଷଙ୍କ ଅସ୍ଥି ବିସର୍ଜନ ପାଇଁ ବାରିପଦା ସ୍ଥିତ ଜରାଳୀ, ସରାଳୀ ଓ ବୁଢ଼ାବଳଙ୍ଗ ନଦୀର ମିଳନ ସ୍ଥଳ ତ୍ରିବେଣୀ ସଙ୍ଗମରେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଆଦିବାସୀ ସାନ୍ତାଳ ଲୋକଙ୍କ ଜନ ସମାଗମ। ସମସ୍ତ ଜନଜାତିଙ୍କ ମଧ୍ୟରେ ଚଳଣୀ ଓ ପରମ୍ପରା ପାଇଁ ଭିନ୍ନ ଥିବା ମୟୂରଭଞ୍ଜ ଜିଲ୍ଲାର ସାନ୍ତାଳ ସମ୍ପ୍ରଦାୟର ଲୋକମାନଙ୍କର ଭାଷା ସଂସ୍କୃତି ଓ ପରମ୍ପରାରେ ବେଶ ଭିନ୍ନତା ଦେଖାଯାଇଥାଏ। ପରମ୍ପରା ମୁତାବକ ସାନ୍ତାଳ ସମ୍ପ୍ରଦାୟ ଲୋକଙ୍କ ବର୍ଷର ଯେ କୌଣସି ସମୟରେ କେହି ମୃତ୍ୟୁବରଣ କଲେ ତାଙ୍କର ଅସ୍ଥି ବିସର୍ଜନ ତଥା ଆତ୍ମାର ସଦଗତି ଲାଗି ତିଳତର୍ପଣ କାର୍ଯ୍ୟ ମୃତ ବ୍ୟକ୍ତିଙ୍କ ଉତ୍ତର ପୁରୁଷ ମାନେ ମକର ସଂକ୍ରାନ୍ତି ପରେ ସମ୍ପାଦନ କରିଥାନ୍ତି। ଆଦିବାସୀଙ୍କର ଏହି ନିଆରା ପରମ୍ପରାକୁ ଦାମୋଦର ମେଳା କୁହାଯାଏ।

ଆଦିବାସୀଙ୍କ ନିଆରା ପରମ୍ପରା ଦାମୋଦର ମେଳା

ବାରିପଦା ବାରୁଣୀ ଘାଟରେ ସାନ୍ତାଳ ସମ୍ପ୍ରଦାୟର ଲୋକେ ନିଜ ନିଜର ପାରମ୍ପରିକ ବେଶଭୂଷାରେ ଅସ୍ଥି ବିସର୍ଜନ ପାଇଁ ପହଞ୍ଚିଛନ୍ତି । ହାତରେ ମୃତ ବ୍ୟକ୍ତିଙ୍କ ଫୋଟ ସହ ନଦୀପଠାରେ ଚାଲିଛି ପୂଜାର୍ଚ୍ଚନା ଆଉ ପୂଜାର୍ଚ୍ଚନା ପରେ ସମୂହ ଲଣ୍ଡା ହୋଇ ତ୍ରିବେଣୀ ସଙ୍ଗମରେ ପକାଉଛନ୍ତି ବୁଡ଼। ରାଜା ରାଜୁଡା ଅମଳରୁ ଏଠି ଅସ୍ଥି ବିସର୍ଜନ କରୁଛନ୍ତି ଆଦିବାସୀ ସାନ୍ତାଳ ସମ୍ପ୍ରଦାୟର ଲୋକେ। ତେବେ ଏହି ଭିନ୍ନ ପରମ୍ପରାକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରାଇବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ମଧ୍ୟ କରାଯାଇଥିଲା।ଚଳିତ ବର୍ଷ କୋରୋନା କଟକଣା ପାଇଁ ପୂର୍ବ ବର୍ଷ ମାନଙ୍କ ଭଳି ଭିଡ ପରିଲକ୍ଷିତ ହୋଇନଥିବା ବେଳେ ସୀମିତ ସଂଖ୍ୟକ ଲୋକେ ଦାମୋଦର ଘାଟକୁ ଆସି ପରମ୍ପରା ଅନୁଯାୟୀ ଅସ୍ଥି ବିସର୍ଜନ କରିଛନ୍ତି । ପିତୃ ପୁରୁଷଙ୍କ ପିଣ୍ଡ ଦାନ ପାଇଁ ଲୋକେ ଗୟା ଓ ଗଙ୍ଗାକୁ ଯାଉଥିବା ବେଳେ ଆଦିବାସୀ ସାନ୍ତାଳ ସମ୍ପ୍ରଦାୟର ଲୋକଙ୍କ ଏହି ତ୍ରିବେଣୀ ସଙ୍ଗମକୁ ଗଙ୍ଗା ଭାବି ନିଜ ପିତୃ ପୁରୁଷଙ୍କ ଅସ୍ଥି ବିସର୍ଜନ କରୁଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.