ETV Bharat / state

ସାନ୍ତାଳୀ ପାରମ୍ପରିକ ଚିତ୍ରରେ ଚମକୁଛି ରାଷ୍ଟ୍ରପତିଙ୍କ ଜନ୍ମମାଟି - president droupadi murmu village

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମମାଟି ଓ କର୍ମ ଭୂମିରେ ଗ୍ରାମର ପ୍ରତି କାନ୍ଥରେ ପ୍ରଥମ ସାନ୍ତାଳୀ ଚିତ୍ର କଳା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

santali traditional art workshop in mayurbhanj
ସାନ୍ତାଳୀ ପାରମ୍ପରିକ ଚିତ୍ରରେ ଚମକୁଛି ରାଷ୍ଟପ୍ରତିଙ୍କ ଜନ୍ମମାଟି
author img

By

Published : Oct 31, 2022, 10:30 AM IST

ରାଇରଙ୍ଗପୁର: ସାନ୍ତାଳୀ ସମ୍ପ୍ରଦାୟର ପାରମ୍ପରିକ ଚିତ୍ରରେ ଝଲସିଲା ରାଷ୍ଟ୍ରପତିଙ୍କ ଜନ୍ମମାଟି । ଆଦିବାସୀ ସାନ୍ତାଳୀ ଚିତ୍ରକଳାକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାର ଉପରବେଡା ଓ କର୍ମ ଭୂମି ପାହାଡ଼ପୁର ଗ୍ରାମର କାନ୍ଥରେ ପ୍ରଥମ ସାନ୍ତାଳୀ ଚିତ୍ର କଳା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ସାନ୍ତାଳୀ ପାରମ୍ପରିକ ଚିତ୍ରରେ ଚମକୁଛି ରାଷ୍ଟପ୍ରତିଙ୍କ ଜନ୍ମମାଟି

ଜିଲ୍ଲାର ବିଭିନ୍ନ ବ୍ଲକରୁ ୩୦ଜଣ ସାନ୍ତାଳୀ ମହିଳା ଚିତ୍ରକର ଯୋଗ ଦେଇ କାନ୍ଥ ବାଡ଼ରେ ପାରମ୍ପରିକ ସାନ୍ତାଳୀ ଚିତ୍ର ଆଙ୍କିଛନ୍ତି । ମୟୂରଭଞ୍ଜ ରାଜବଂଶ ସଦସ୍ୟା ରଶ୍ମୀ ରାଜଲକ୍ଷ୍ମୀ ଭଞ୍ଜଦେଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କର୍ମଶାଳାର ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ନୋସୀର ସମ୍ପାଦକ ହରିଶ ପଟେଲ, ଉପରବେଡା ସରପଞ୍ଚ ଯମୁନା ହେମ୍ବ୍ରମଙ୍କ ବ୍ୟତୀତ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଗ୍ରାମର ପଡିଆ ଠାରେ ପାରମ୍ପରିକ ସାନ୍ତାଳୀ ନୃତ୍ୟ ଗୀତ ପରିବେଷଣ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ପର୍ଯ୍ୟଟକଙ୍କ ପାଇଁ ଖୁସିଖବର, ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ

ଏନେଇ ମୟୂରଭଞ୍ଜ ରାଜବଂଶର ସଦସ୍ୟା କହିଛନ୍ତି,"ସାନ୍ତାଳୀ ସମ୍ପ୍ରଦାୟକୁ ବିଶ୍ବ ଦରବାରରେ ପହଞ୍ଚାଇବାରେ ଏହି କର୍ମଶାଳା ସହାୟକ ହେବ । ଅପରପକ୍ଷେ ଗ୍ରାମକୁ ସୁନ୍ଦର ଏବଂ ଉତ୍ତମ ପରିବେଶ କରିବା ଲକ୍ଷ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଛି। " ପରିଶେଷରେ ସାନ୍ତାଳୀ ଚିତ୍ରକରମାନଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଭୁମି ଓ କର୍ମଭୂମିର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହ ସାନ୍ତାଳୀ ଚିତ୍ରକଳା ଓ ଚିତ୍ରକରଙ୍କୁ ବିଶ୍ବସ୍ତରୀୟ କରିବା ଲକ୍ଷ୍ୟରେ ଆୟୋଜିତ ଏହି ସାନ୍ତାଳୀ କାନ୍ଥ ଚିତ୍ର କର୍ମଶାଳାକୁ ସାଧାରଣରେ ପ୍ରଶଂସା କରାଯାଇଥିଲା।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.