ରାଇରଙ୍ଗପୁର : ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭାବେ ଦେଖିବା ପାଇଁ ଜାହିରା ପୀଠରେ ମାନସିକ ରଖି ପୂଜାର୍ଚ୍ଚନା କଲେ ସାନ୍ତାଳୀ ସମ୍ପ୍ରଦାୟ । ଦ୍ରୌପଦୀଙ୍କ ପୈତୃକ ଗାଁ କୁସୁମୀ ବ୍ଲକ ଅନ୍ତର୍ଗତ ଉପରବେଡା ଗାଁରେ ସାନ୍ତାଳୀ ସମ୍ପ୍ରଦାୟ ଲୋକଙ୍କ ସହିତ ଗ୍ରାମବାସୀମାନେ ଜାହିରା ପୀଠ ରେ ପୂଜାର୍ଚ୍ଚନା କରିଛନ୍ତି । ସାନ୍ତାଳୀ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ସମ୍ପନ୍ନ ପରେ ଗାଁର ପୁରୁଷ ଓ ମହିଳାମାନେ ଏକତ୍ରିତ ହୋଇ ମାଦଳର ତାଳେତାଳେ ନାଚଗୀତରେ ଝୁମି ଉଠିଥିଲେ।
ଜୁନ 21ରେ ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିଥିଲା । ପରେ ଏନଡିଏ ମେଣ୍ଟ ବାହାରେ ଥିବା କିଛି ଆଞ୍ଚଳିକ ଦଳମାନେ ମୁର୍ମୁଙ୍କୁ ସମର୍ଥନ ଦେବାରେ ଲାଗିଛନ୍ତି । ପୂର୍ବରୁ ବିଜୁ ଜନତା ଦଳ ଓ ଆନ୍ଧ୍ରରେ ଶାସନରେ ଥିବା YSR କଂଗ୍ରେସ ମଧ୍ୟ ମୁର୍ମୁଙ୍କୁ ସମର୍ଥନ ଦେଇସାରିଛି । ଚଳିତ ମାସ 18 ତାରିଖରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ହେବାକୁ ଥିବା ବେଳେ 21 ତାରିଖରେ ଗଣତି ଓ ଫଳାଫଳ ପ୍ରକାଶ ପାଇବ । ସେହିପରି 24 ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଶେଷ ହେଉଛି । ପର ଦିନ ଅର୍ଥାତ 25 ତାରିଖରେ ପରବର୍ତ୍ତୀ ରାଷ୍ଟ୍ରପତି ଶପଥ ଗ୍ରହଣ କରିବେ ।
ଇଟିଭି ଭାରତ, ରାଇରଙ୍ଗପୁର