ETV Bharat / state

ସାନ୍ତାଳୀ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ତେଜିଲା ଆନ୍ଦୋଳନ - ବାରିପଦା

ସାନ୍ତାଳୀ ଭାଷା ପ୍ରଶିକ୍ଷକଙ୍କ ଚାକିରୀ ନିୟମିତ ହୋଇ ନଥିବାରୁ ବୁଧବାର ଠାରୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ପକାଇଲେ ତାଲା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Santali language
Santali language
author img

By

Published : Aug 12, 2020, 10:01 PM IST

ବାରିପଦା: ମୟୁରଭଞ୍ଜ ଜିଲ୍ଲା ଶୁଳିଆପଦା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ରେ ତାଲା ପକାଇଲେ ସାନ୍ତାଳୀ ଭାଷା ପ୍ରଶିକ୍ଷକ। ଚାକିରୀ ନିୟମିତ ଦାବିରେ ବୁଧବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ କୁ ତାଲା ପକାଇଛନ୍ତି ସାନ୍ତାଳୀ ଭାଷା ପ୍ରଶିକ୍ଷକ ମାନେ ।

ସାନ୍ତାଳୀ ଶିକ୍ଷକଙ୍କୁ ସ୍ଥାୟୀ ନିଯୁକ୍ତି ଦାବୀରେ ତେଜିଲା ଆନ୍ଦୋଳନ

ସୂଚନା ଅନୁସାରେ ଓଡିଶା ରାଜ୍ୟ ଗଣଶିକ୍ଷା ବିଭାଗ ନିର୍ଦେଶ କ୍ରମେ ମୟୂରଭଞ୍ଜ ଜିଲ୍ଲା ଜିଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଗତ ୨୦୦୭ ମସିହା ଡିସେମ୍ବର ମାସରେ ସାନ୍ତାଳୀ ଭାଷା ପ୍ରଶିକ୍ଷକ ମାନଙ୍କୁ ନିଯୁକ୍ତି ଦେଇଥିଲେ। ତେବେ ନିଯୁକ୍ତି ପାଇବାର ୧୨ ବର୍ଷ ପରେ ମଧ୍ୟ ରାଜ୍ୟ ସରକାର ଚାକିରୀ ନିୟମିତ କରିନାହାନ୍ତି।

ସେହିପରି ସରକାରଙ୍କ ନିୟମ ଅନୁଯାୟୀ ସିଟି ଏବଂ ଓଟିଇଟି ପାସ କରି ମଧ୍ୟ ସାନ୍ତାଳୀ ଭାଷା ପ୍ରଶିକ୍ଷକଙ୍କ ଚାକିରୀ ନିୟମିତ ହୋଇ ନଥିବାରୁ ବୁଧବାର ଠାରୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.