ETV Bharat / state

ରାଷ୍ଟ୍ରପତି ରେସ୍‌ରେ ଦ୍ରୌପଦୀ ମୁର୍ମୁ, ଜାହିରା ପୀଠରେ ବିଜୟ ମନାସିଲେ ସାନ୍ତାଳୀ ସମାଜ

ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭାବେ ଦେଖିବା ପାଇଁ ଜାହିରା ପୀଠରେ ପୂଜାର୍ଚ୍ଚନା କରିଛନ୍ତି ତାଙ୍କର ଗାଁ ପାହାଡପୁରର ସାନ୍ତାଳୀ ସମ୍ପ୍ରଦାୟ । ଆସନ୍ତୁ ଦେଖିବା ମୟୂରଭଞ୍ଜ ଜିଲ୍ଲା ପାହାଡପୁର ଗ୍ରାମରୁ ଇଟିଭି ଭାରତର ଏହି ରିପୋର୍ଟ ।

author img

By

Published : Jul 5, 2022, 8:39 PM IST

ରାଷ୍ଟ୍ରପତି ରେସ୍‌ରେ ଦ୍ରୌପଦୀ ମୁର୍ମୁ, ଜାହିରା ପୀଠରେ ବିଜୟ ମନାସିଲେ ସାନ୍ତାଳୀ ସମାଜ
ରାଷ୍ଟ୍ରପତି ରେସ୍‌ରେ ଦ୍ରୌପଦୀ ମୁର୍ମୁ, ଜାହିରା ପୀଠରେ ବିଜୟ ମନାସିଲେ ସାନ୍ତାଳୀ ସମାଜ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛି ଏନଡିଏ । ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ସରିଛି । କେବେଳ ନିର୍ବାଚନ ଓ ଫଳାଫଳ ଘୋଷଣାକୁ ରହିଛି ଅପେକ୍ଷା । ଭାରତର ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି କରିଛନ୍ତି ଦ୍ରୌପଦୀ । ଏହାକୁ ନେଇ ସମଗ୍ର ଓଡିଶାରେ ଖୁସିର ମାହୋଲ । ସାରା ଆଦିବାସୀ ସମାଜ, ବିଶେଷକରି ଦ୍ରୌପଦୀଙ୍କ ନିଜ ଗାଁ ପାହାଡପୁର ଗ୍ରାମବାସୀଙ୍କ ଖୁସି କହିଲେ ନ ସରେ । ସମସ୍ତଙ୍କର ଗୋଟିଏ ଆଶା, ଦ୍ରୌପଦୀ ନିର୍ବାଚନ ଜିତିବେ ଓ ରାଷ୍ଟ୍ରପତି ହେବେ । ସେଥିପାଇଁ ସକାଳୁ ସକାଳୁ ଆଦିବାସୀଙ୍କ ପରମ ଆସ୍ଥାର ସ୍ଥଳ ଜାହିରା ପୀଠରେ ପୂଜାର୍ଚ୍ଚନା କରିଛନ୍ତି ପାହାଡପୁର ଗାଁର ସାନ୍ତାଳୀ ସମ୍ପ୍ରଦାୟ ।

ପ୍ରଥମେ ସକାଳୁ ସକାଳୁ ପାହାଡପୁର ଗ୍ରାମବାସୀ ପ୍ରକୃତି ପୂଜକ ତଥା ଜାହିରା ପୂଜକ ନାୟକେ ବାବାଙ୍କୁ ନେଇ ଜାହିରା ପୀଠରେ ପହଞ୍ଚିଥିଲେ । ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁ ବିଜୟୀ ହୁଅନ୍ତୁ ବୋଲି ସମସ୍ତେ ମିଶି ରୀତିନୀତି ଅନୁସାରେ ସେଠାରେ ଠାକୁରଙ୍କ ପୂଜାର୍ଚ୍ଚନା କରିଥିଲେ । ଏହାପରେ ପରମ୍ପରା ଅନୁଯାୟୀ ନାୟକେ ବାବାଙ୍କୁ ଶୋଭାଯାତ୍ରାରେ ଜାହିରା ପୀଠରୁ ଘରକୁ ନେଇଥିଲେ । ପୂଜା ସମ୍ପନ୍ନ ପରେ ଢୋଲ ମାଦଳ ଧୁମସା ବାଜାରେ ଦୁଲୁକି ଉଠିଥିଲା ପୁରା ଗାଁ । ଖୁସିରେ ଗ୍ରାମର ମହିଳା ଓ ପୁରୁଷ ଏକତ୍ରିତ ହୋଇ ହାତକୁ ହାତ ମିଶାଇ ପାଦକୁ ପାଦ ଛନ୍ଦି ପାରମ୍ପରିକ ବେଶଭୂଷାରେ ମାଦଳର ତାଳେ ତାଳେ ନାଚଗୀତରେ ଝୁମି ଉଠିଥିଲେ ।

ସାନ୍ତାଳୀ ସମ୍ପ୍ରଦାୟରେ ବିଶ୍ବାସ ରହିଛି ଜାହିରାରେ ମାନସିକ ରଖି ପୂଜାର୍ଚ୍ଚନା କଲେ ଯିଏ ଯାହା ମନାସି ଥାଏ ସିଏ ତାହା ସୁନିଶ୍ଚିତ ପାଇଥାଏ । ତେଣୁ ପାହାଡପୁର ଗ୍ରାମବାସୀ ଏକତ୍ରିତ ହୋଇ ନାୟକେ ବାବାଙ୍କୁ ନେଇ ଜାହିରା ପୀଠରେ ନିଜ ଗାଁର ବୋହୂ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପୂଜାର୍ଚ୍ଚନା କରିଛନ୍ତି । ଗ୍ରାମବାସୀ ଆଶା ବାନ୍ଧିଛନ୍ତି ଦ୍ରୌପଦୀ ମୁର୍ମୁ ନିଶ୍ଚିତ ଭାବେ ରାଷ୍ଟ୍ରପତି ହେବେ ଓ ରାଷ୍ଟ୍ରପତି ହେବା ପରେ ଗାଁ କୁ ନିଶ୍ଚୟ ଆସିବେ ।

ପ୍ରକୃତିର ପୂଜକ ସାନ୍ତାଳୀ ଲୋକଙ୍କର ଜାହିରା ପୀଠରେ ଠାକୁରଙ୍କ ପ୍ରତି ଅଗାଢ ଭକ୍ତି ଓ ବିଶ୍ବାସ ରହିଛି । ମାନସିକ ରଖି ସେଠାରେ ସେମାନେ ଯାହା ଖୋଜିଥାନ୍ତି ତାହା ପାଇଥାନ୍ତି ବୋଲି ସେମାନେ ବିଶ୍ବାସ କରନ୍ତି । ତେବେ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁ ନିଶ୍ଚୟ ବିଜୟ ଲାଭ କରି ଭାରତର ସର୍ବୋଚ୍ଚ ନାଗରିକ ପଦରେ ବସିବେ ବୋଲି ସାନ୍ତାଳୀ ଲୋକଙ୍କର ଆଶା ରହିଛି ।

ଇଟିଭି ଭାରତ, ରାଇରଙ୍ଗପୁର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.