ETV Bharat / state

ସାନ୍ତାଳୀ ସମ୍ପ୍ରଦାୟର ନିଆରା ଗହ୍ମା ପର୍ବ: ଭଲ ଫସଲ ଅମଳ ପାଇଁ ନାଚଗୀତ କରନ୍ତି ଲୋକେ

author img

By ETV Bharat Odisha Team

Published : Sep 1, 2023, 10:25 AM IST

ସାନ୍ତାଳୀ ସମ୍ପ୍ରଦାୟର ନିଆରେ ଗହ୍ମା ପର୍ବ । ଭଲ ଫସଲ ଅମଳ ପାଇଁ ପୂଜାର୍ଚ୍ଚନା କରିବା ସହ ପୂଜାସ୍ଥଳୀ ଚତୁଃପାର୍ଶ୍ୱରେ ନାଚିଥାନ୍ତି ସାନ୍ତାଳୀ ପରିବାର । ଅଧିକ ପଢନ୍ତୁ

ସାନ୍ତାଳୀଙ୍କ ଗହ୍ମା ପର୍ବ
ସାନ୍ତାଳୀଙ୍କ ଗହ୍ମା ପର୍ବ
ସାନ୍ତାଳୀ ସମ୍ପ୍ରଦାୟର ନିଆରା ଗହ୍ମା ପର୍ବ

ରାଇରଙ୍ଗପୁର: ମୟୂରଭଞ୍ଜ ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା । ଏଠାରେ ବାର ମାସରେ ତେର ପର୍ବ ପାଳନ କରିଥାନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକେ । ସେଥିମଧ୍ୟରୁ ଗହ୍ମା ପର୍ବ ହେଉଛି ସାନ୍ତାଳୀ ସାମ୍ପ୍ରଦାୟର ଅନ୍ୟତମ ପର୍ବ । ପ୍ରକୃତି ପୂଜକ ସାନ୍ତାଳୀ ସମ୍ପ୍ରଦାୟର ଲୋକେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବେଶ୍ ଧୁମାଧାମରେ ଗହ୍ମା ପର୍ବ ପାଳନ କରିଛନ୍ତି । କୁସୁମୀ ବ୍ଲକ ଅନ୍ତର୍ଗତ ଜାନୁମଘୁଟୁ ଗ୍ରାମରେ ଏହି ପର୍ବ ପାଳନ କରାଯାଇଛି । ସାନ୍ତାଳୀ ରୀତିନୀତି ଅନୁଯାୟୀ ଗାଁ ଆଖଡ଼ାରେ ପୂଜାର୍ଚ୍ଚନା ପରେ ଢୋଲ ମାଦଳର ତାଳେ ତାଳେ ନାଚଗୀତରେ ମସଗୁଲ ହୋଇଥାନ୍ତି ସାନ୍ତାଳୀ ପରିବାର । ସାନ୍ତାଳୀଙ୍କ ମତରେ ଏହି ପର୍ବ ହାରିଆଳ ପୂଜା ନାମରେ ମଧ୍ୟ ପ୍ରସିଦ୍ଧ ।

ଗହ୍ମା ପୂର୍ଣ୍ଣିମା ଉପଲକ୍ଷେ ଗହ୍ମା ପର୍ବ ପାଳିତ ହୁଏ । ସାନ୍ତାଳୀ ସମ୍ପ୍ରଦାୟର ଏହି ପର୍ବ ଟିକେ ନିଆରା । ପ୍ରକୃତି ପୂଜକ ସାନ୍ତାଳୀମାନେ ମୂର୍ତ୍ତି ପୂଜା କରୁନଥିବା ବେଳେ ଜାହିରା ଓ ଆଖଡ଼ାରେ ପୂଜାର୍ଚ୍ଚନା କରିଥାନ୍ତି । ଗହ୍ମା ପର୍ବରେ ଗାଁ ଆଖଡ଼ାରେ ହିଁ ପୂଜା ହୋଇଥାଏ । ପରମ୍ପରା ଅନୁସାରେ, ଦୁଇ ଅବିବାହିତ ଯୁବକ କରମ ଗଛରୁ କରମ ଡ଼ାଳ ଶୋଭାଯାତ୍ରାରେ ଆଣି ଆଖଡ଼ାରେ ସ୍ଥାପନ କରିଥାନ୍ତି । ଦୁଇଦିନ ଧରି ଏହି ପୂଜା ହୋଇଥାଏ । ବିଶ୍ୱାସ ରହିଛି, ଏହି ପୂଜା କଲେ ଭଲ ଧାନ ଫସଲ ଅମଳ ହୋଇଥାଏ । ଫସଲରେ ପୋକ ଜୋକ ଓ ରୋଗବାଗ ନହେବା ପାଇଁ ହିଁ ଗ୍ରାମ ଆଖଡ଼ାରେ କରମ ପୂଜା କରାଯାଇଥାଏ ।

ଏହାମଧ୍ୟ ପଢନ୍ତୁ: ପଶ୍ଚିମ ଓଡିଶାର ଗଡ଼ଜାତ ପର୍ବ ନୂଆଁଖାଇ, ଚୌହାନ ଶାସନ କାଳରୁ ପୂଜା ପାଇ ଆସୁଛନ୍ତି ଦେବୀ ମା' ସମଲେଇ

ଗହ୍ମା ପର୍ବରେ ଗାଁର ମହିଳାମାନେ ଘର ଲିପା ପୋଛା କରି ସଫାସୁତରା ରଖିଥାନ୍ତି । ଯିଏ ଯେଉଁଠି ଥାଉନା କାହିଁକି ଗହ୍ମା ପର୍ବ ଆସିଲେ ଛୁଟି ଆସିଥାନ୍ତି ଘରକୁ । ଭଲ ଫସଲ ଅମଳ ଓ ଗ୍ରାମର ସୁଖ ସମୃଦ୍ଧି ପାଇଁ ଗ୍ରାମର ନାୟକେ ବାବା ଦୁଇ ଦିନ ଧରି ପୂଜାର୍ଚ୍ଚନା କରିଥାନ୍ତି । ଗ୍ରାମବାସୀମାନେ ମଧ୍ୟ ନିଜ ନିଜ ଘରେ ନୂତନ ପାରମ୍ପରିକ ବସ୍ତ୍ର ପରିଧାନ କରି ପୂର୍ବ ପୁରୁଷଙ୍କୁ ପୂଜାର୍ଚ୍ଚନା କରନ୍ତି । ସ୍ବତନ୍ତ୍ର ପିଠା ପଣା ପ୍ରସ୍ତୁତ କରି ପରିବାର ଲୋକଙ୍କ ସହ ଏକାଠି ବସି ଭୋଜନ କରିବାର ଆନନ୍ଦ ନେଇଥାନ୍ତି । ଗ୍ରାମର ଆବାଳ ବୃଦ୍ଧ ବନିତା ପୂଜାସ୍ଥଳୀକୁ ଯାଇ ଆଶୀର୍ବାଦ ନେଇଥାନ୍ତି । ଏହାପରେ ଉଭୟ ମହିଳା ଏବଂ ପୁରୁଷ ପାରମ୍ପରିକ ସାନ୍ତାଳୀ ପୋଷାକରେ ଢୋଲ ମାଦଳର ତାଳେ ତାଳେ ପୂଜାସ୍ଥଳୀ ଚତୁଃପାର୍ଶ୍ୱରେ ନାଚିଥାନ୍ତି । ବିଶ୍ୱାସ ରହିଛି ପୂଜାସ୍ଥଳୀରେ ପାରମ୍ପରିକ ବାଦ୍ୟ ଯନ୍ତ୍ରର ତାଳେ ତାଳେ ଦେବାଦେବୀ ନାଚ ପରିବେଷଣ କରାଗଲେ ଇଷ୍ଟ ଦେବତା ସନ୍ତୁଷ୍ଟ ହୁଅନ୍ତି ଓ ଭଲ ଫସଲ ଅମଳ ହୋଇଥାଏ ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.