ETV Bharat / state

କଲେଜ ଅଧ୍ୟକ୍ଷଙ୍କ ନାଁରେ ଅଭିଯୋଗ, ଫିଟୁଛି କଳା କାରନାମାର ଗୁମର

author img

By

Published : Jul 29, 2019, 2:56 PM IST

ଲାଲମୋହନ ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ପାଇଁ ବଢୁଛି ଅଡୁଆ । ଅସଦାଚରଣ ଏବଂ ଦୁର୍ବ୍ୟବହାର ଅଭିଯୋଗ ଆସିବା ପରେ ତାଙ୍କ ଅଭିଯୋଗର ତାଲିକା ଲମ୍ବିବାରେ ଲାଗିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ମୟୂରଭଞ୍ଜ: ଲାଲମୋହନ ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ କଳା କାରନାମାର ଫିଟୁଛି ଗୁମର । ଅଧ୍ୟକ୍ଷଙ୍କ କେଳେଙ୍କାରୀକୁ ନେଇ ଜଣେ ଅଧ୍ୟାପିକା ମୁହଁ ଖୋଲିବା ପରେ ଏବେ ଅଧ୍ୟକ୍ଷଙ୍କ ବିରୋଧରେ ଅଭିଯୋଗର ତାଲିକା ଲମ୍ବିବାରେ ଲାଗିଛି ।

ସୂଚନାଯୋଗ୍ୟ, ଉଦଳା ଥାନା ଅଧୀନରେ ଥିବା ଲାଲମୋହନ ସଂସ୍କୃତ ମହାବିଦ୍ୟାଳୟ ଜଣେ ଅଧ୍ୟାପିକାଙ୍କୁ ରିଜିଓନାଲ କାର୍ଯ୍ୟାଳୟ ଯିବାର ଥିଲା । କିନ୍ତୁ କଲେଜର ଅଧ୍ୟକ୍ଷ କମଳାକାନ୍ତ ବେହେରା ତାଙ୍କୁ ରିଜିଓନାଲ କାର୍ଯ୍ୟାଳୟ ନେବା ବଦଳରେ ନିଜ ଘରକୁ ନେଇଥିଲେ । ଯେଉଁଠାରେ ତାଙ୍କ ସହ ଅସଦାଚରଣ କରିବା ସହ ଦୁର୍ବ୍ୟବହାର କରିଥିବା ନେଇ ସେ ଅଭିଯୋଗ ଆଣିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଅଧ୍ୟକ୍ଷଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିବା ପରେ ତାଙ୍କ ବିରୋଧରେ ଅଭିଯୋଗର ତାଲିକା ବଢିବାରେ ଲାଗିଛି । ସେହିପରି କଲେଜରେ କାର୍ଯ୍ୟ କରୁଥିବା ଅନ୍ୟ 2 ଜଣ ଅଧ୍ୟାପିକାଙ୍କୁ ନିଯୁକ୍ତି ପତ୍ର ଏବଂ ଡୋନେଶନ ଆଳରେ 10 ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଉକ୍ତ 2 ଅଧ୍ୟାପିକା 10 ବର୍ଷରୁ ଅଧିକ ସମୟ କଲେଜରେ କାମ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇନାହିଁ । ବରଂ ବିଭିନ୍ନ ଆଳ ଦେଖାଇ ସେମାନଙ୍କ ନିକଟରୁ ଟଙ୍କା ଠକି ନେଉଥିଲେ । ବାରମ୍ବାର ଟଙ୍କା ମାଗିବାରୁ ସେ ତାଙ୍କୁ ଧମକ ଦେବା ସହ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ଅଧ୍ୟାପିକା ।

ଖାଲି ସେତିକି ନୁହେଁ କଲେଜ ଅଧ୍ୟକ୍ଷ ଛାତ୍ରଛାତ୍ରୀଙ୍କ ଷ୍ଟାଇଫେଣ୍ଡ ଟଙ୍କାକୁ ହେରଫେର କରିବା ସହ ଜାଲ ସାର୍ଟିଫିକେଟ୍‌ ଭଳି ଅନେକ କଳା କାରନାମା କରୁଥିବା ଅଧ୍ୟାପିକା ଜଣଙ୍କ ଅଭିଯୋଗ କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ମୟୁରଭଞ୍ଜ ଜିଲ୍ଲା ଲାଲମୋହନ ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ କେଳେଙ୍କାରୀକୁ ନେଇ ଜଣେ ଅଧ୍ୟାପିକା ମୁହଁ ଖୋଲିବା ପରେ ଏବେ ଅଧ୍ଯକ୍ଷଙ୍କ ବିରୋଧରେ ଲମ୍ବିବାରେ ଲାଗିଛି ଅଭିଯୋଗର ତାଲିକା । ଜଣେ ଅଧ୍ଯାପିକାଙ୍କ୍‌ କଲେଜ ଅଧ୍ୟକ୍ଷ ଅସଦାଚରଣ କରିଥୁବା ଅଭିଯୋଗ ପରେ ଏବେ ଅଧ୍ୟକ୍ଷଙ୍କ ଠକାମୀର ଗୁମର ଫିଟୁଛି । ଏହାକୁ ନେଇ ଠକାମୀର
ଶିକାର ହୋଇଥୁବା ଦୁଇ ଜଣ ଅଧ୍ୟାପିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Body:ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧିନ ରେ ଥୁବା ଲାଲମୋହନ ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ
କଳା କାରନାମାର ଗୁମର ଫିଟୁଛି। କଲେଜର ଜଣେ ଅଧ୍ୟପିକାଙ୍କ୍‌ ରିଜିଓନାଲ କାର୍ଯ୍ୟାଳୟ ନେବା ବଦଳରେ ନିଜ ଘରକୂ ନେଇ କଲେଜର ଅଧ୍ୟକ୍ଷ କମଳାକାନ୍ତ ବେହେରା ଅସଦାଚରଣ ସହିତ ର୍ଦୁବ୍ୟବହାର କରିଥୁବା ଅଭିଯୋଗଆସିବା ପରେ ଏବେ ଅଧୀ କ୍ଷଙ୍କ ବିରୁଦ୍ଧରେ ଅଭିଯୋଗର ତାଲିକା ଲମ୍ବିବାରେ ଲାଗିଛି । ଏବେ ଅଧ୍ୟକ୍ଷ ମହାଶୟଙ୍କ ଅନ୍ୟ କେଳେଙ୍କାରୀର ଗୁମର ଫିଟୁଛି । କଲେଜରେ କାର୍ଯ୍ୟ କରୁଥୁବା ଅଧ୍ୟାପିକାମାନଙ୍କୁ କଲେଜ ଅଧ୍ୟକ୍ଷ କମଳାକାନ୍ତ ବେହେରା ଠକିଛି । କଲେଜରେ କାର୍ଯ୍ୟ କରୁଥୁବ। ଦୂଇ ଜଣ ଅଧ୍ୟାପିକାଙ୍କ୍‌ ନିଯୁକ୍ତି ପତ୍ର ଏବଂ ଡୋନେଶନ ଆଳରେ ୧୦ ଲକ୍ଷ ଟଙ୍କା ନେଇଥିବା ବେଳେ ଉକ୍ତ ଟଙ୍କା ମାଗିବାରୁ ସେ ତାଙ୍କ୍‌ କଲେଜରୁ ବାହାର କରିବାର ଧମକ ମଧ୍ୟ ଦେଇଛି । ଉକ୍ତ ଦୁଇ ଅଧ୍ୟାପିକା କଲେଜରେ ଆଜକୂ ୧୦ ବର୍ଷରୁ ଅଧୂକ ହେବ କାମ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇନାହିଁ । ସେମାନଙ୍କ ନିକଟରୁ ବିଭିନ୍ନ ଆଳରେ କଲେଜ ଅଧ୍ୟକ୍ଷ ଟଙ୍କା ଠକି ନେଇଥୁବ। ବେଳେ ଟଙ୍କା ମାଗିବାରୁ ବାରମ୍ବାର ଧମକ ଦେବା ସହିତ ମାନସିକ ନିର୍ଯ୍ୟାତନା ଦେଉଥୁବା ଅର୍ଭିଯୋଗ କରିଛନ୍ତି ଅଧ୍ୟାପିକାମାନେ । କେବଳ ସେତିକି ନୁହେଁ କଲେଜ ଅଧ୍ୟକ୍ଷ ଛାତ୍ରଛାତ୍ରୀଙ୍କ ଷ୍ଟାଇ ଫେଣ୍ଡ ଟଙ୍କା ହେରଫେର, ଜାଲ ସାର୍ଟିଫିକେଟ୍‌ ଭଳି ଅନେକ କଳା କାରନାମା କରୁଥୁବା ଅଧ୍ୟାପିକା ଜଣଙ୍କ ଅଭିଯୋଗ କରିଛନ୍ତି ।

ବାଇଟ୍‌ ୧ ¬ ବିଜୟଲକ୍ଷ୍ମୀ ପ୍ରଧାନ (ଅଭିଯୋଗ ଆଣିଥୁବା ଅଧ୍ୟାପିକା)Conclusion:ମୟୁରଭଞ୍ଜ ରୁ ମୃତ୍ୟୁଞ୍ଜୟ ସେନାପତି ଇ ଟି ଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.