ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ ଚାଲିଥିଲା ଶାଳ କାଠ ଚୋରାଚାଲାଣ । ଫର୍ଣ୍ଣିଚର ଦୋକାନ ଗଳିରେ ଚୋରା କାଠ ଅନଲୋଡିଂ ହେଉଥିବା ବେଳେ ବିଶେଷ ସୁତ୍ରରୁ ଖବର ପାଇ ଚଢାଉ କରିଥିଲା ରାଇରଙ୍ଗପୁର ଟାଉନ ଥାନା ପୋଲିସ ଓ ରାଇରଙ୍ଗପୁର ବନବିଭାଗ । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇ ଯାଇଥିଲା ବେଳେ କାଠ ଭର୍ତ୍ତି ବୋଲେରୋକୁ ଜବତ କରାଯାଇଛି ।
ସୂଚନାଅନୁସାରେ, ଗତକାଲି(ଶନିବାର) ସନ୍ଧ୍ୟାରେ ରାଇରଙ୍ଗପୁରରେ ଏକ ବୋଲେରୋ ଗାଡ଼ିରୁ କାଠ ଅନଲୋଡ଼ ହୋଉଥିବା ସୂଚନା ପାଇ ପୋଲିସ ଓ ବନବିଭାଗ ଚଢ଼ାଉ କରିଥିଲା । ବିପୁଳ ପରିମାଣର ଶାଳ କାଠ ସହ ରାଇରଙ୍ଗପୁର ଗୋଲେଇ ନିକଟସ୍ଥ ଫ୍ରେଣ୍ଡସ କର୍ଣ୍ଣର ଦୋକାନ ଘର କଡ଼ରୁ ବୋଲେରୋକୁ ଜବତ କରାଯାଇଛି ।
ରେଞ୍ଜର ଅନ୍ତର୍ଯ୍ୟାମୀ କାଠ ସହିତ ବୋଲେରୋକୁ ଜବତ କରି ଟାଉନ ଥାନାକୁ ହସ୍ତାନ୍ତର କରିଥିଲେ । ସେପଟେ ସହରରେ ଏପରି ଚୋରା କାଠ ଚାଲାଣରେ କେଉଁ କାଠ ମାଫିଆର ସଂପୃକ୍ତି ରହିଛି, ସେ ନେଇ ବନବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ