ETV Bharat / state

ଗୁଣ୍ଡୁରିଆ ଶହୀଦ ଦିବସ

ଗୁଣ୍ଡୁରିଆଠାରେ ଆଦିମ ଜନଜାତି ଆଦିବାସୀ ସମ୍ପ୍ରଦାୟର ଶହୀଦ ଦିବସ । ଜାଣନ୍ତୁ କାହିଁକି ପାଳନ ହୁଏ ଏହି ଶହୀଦ ଦିବସ...

ଗୁଣ୍ଡୁରିଆର ଶହୀଦ ଦିବସ
ଗୁଣ୍ଡୁରିଆର ଶହୀଦ ଦିବସ
author img

By

Published : Feb 8, 2020, 2:52 AM IST

ମୟୂରଭଞ୍ଜ: ବହଳଦା ବ୍ଲକ ଅନ୍ତର୍ଗତ ଗୁଣ୍ଡୁରିଆଠାରେ ଆଦିମ ଜନଜାତି ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ପାଳିତ ହୋଇ ଆସୁଛି ଶହୀଦ ଦିବସ । ଶହୀଦ ଆଦିବାସୀମାନଙ୍କୁ ସ୍ମରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ଆଦିବାସୀ ସମ୍ପ୍ରଦାୟ ତରଫରୁ ଶହୀଦ ଦିବସ ପାଳନ କରାଯାଇଛି । ଏହି ଅବସରରେ ପଡୋଶୀ ଝାଡ଼ଖଣ୍ଡ ରାଜ୍ୟରୁ ମଧ୍ୟ ବହୁ ସଂଖ୍ୟାରେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଯୋଗ ଦେଇଥାନ୍ତି ।

ଗୁଣ୍ଡୁରିଆର ଶହୀଦ ଦିବସ

ଜୟ ଜୀନ୍ଦ, ଜୟ ଜୀନ୍ଦ ନାରାରେ କମ୍ପୁଛି ଗଗନ ପବନ । ବାଜୁଛି ବୀର ବାଜା । ଆଉ ହାତରେ ଧନୁତୀର ଧରି ବିଶାଳ ଶୋଭାଯାତ୍ରାରେ ବାହାରିଛନ୍ତି ଗୁଣ୍ଡୁରିଆର ଆଦିବାସୀ । ୭୧ ବର୍ଷ ତଳେ ନିଜ ହକ୍ ପାଇଁ ଲଢି ଶହୀଦ ହୋଇଥିବା ବୀରପୁତ୍ରଙ୍କ ସ୍ମୃତିଚାରଣ କରି ପାଳୁଛନ୍ତି ଶହୀଦ ଦିବସ । ଓଡ଼ିଶାରେ ମୟୂରଭଞ୍ଜର ମିଶ୍ରଣକୁ ବିରୋଧ କରି ସ୍ବତନ୍ତ୍ର "ଦିଶୋମ ରାଜ୍ୟ" ଘୋଷଣା ନେଇ ତତ୍କାଳୀନ ମୂଖ୍ୟମନ୍ତ୍ରୀ ଡ ହରେକୃଷ୍ଣ ମହତାବଙ୍କ ନିକଟରେ ଦାବି କରିଥିଲେ ଆଦିବାସୀ । ଏନେଇ ପରବର୍ତ୍ତି ସମୟରେ ଆନ୍ଦୋଳନ ତୀବ୍ରତର ହେବାସହ ଗୁଣ୍ଡୁରିଆ ଠାରେ ଏକ ବିଶାଳ ଶୋଭାର ଆୟୋଜନ କରାଯାଇଥିଲା । ତେବେ କୌଣସି କାରଣ ବଶତଃ ତତ୍କାଳୀନ ପ୍ରଶାସନ ତରଫରୁ ନିରୀହ ଆଦିବାସୀଙ୍କ ଉପରେ ଗୁଳି ବର୍ଷଣ ହୋଇଥିଲା । ପୋଲିସ ଗୁଳିରେ ଆଖି ବୁଜିଥିଲେ ଶତାଧିକ ନିରୀହ ଆଦିବାସୀ ।

୭୧ ବର୍ଷ ତଳେ ହୋଇଥିବା ଗୁଳିକାଣ୍ଡର ତଦନ୍ତ ମଧ୍ୟ ହୋଇ ନଥିବା ଏବଂ ଗୁଳିକାଣ୍ଡରେ ଶହୀଦ ହୋଇଥିବା ଆଦିବାସୀଙ୍କୁ ଚିହ୍ନଟ କରାଯାଇ ନଥିବାରୁ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ତେବେ ପ୍ରତିବର୍ଷ ଆଦିବାସୀ ପ୍ରୀତି ଦେଖାଇ ବିଭିନ୍ନ ଦଳୀୟ ନେତା ମାନେ ଶହୀଦ ଦିବସରେ ଉପସ୍ଥିତି ଜାହିର କରୁଛନ୍ତି । କିନ୍ତୁ କେତେ ଜଣ ଶହୀଦ ହୋଇଥିଲେ ଏବଂ ଯେଉଁ ମାନେ ଶହୀଦ ହୋଇଥିଲେ ସେମାନଙ୍କୁ ଚିହ୍ନଟ କରିବା ସହ ବିଧିବଦ୍ଧ ଭାବେ, ସେହି ଦିନକୁ ଶହୀଦ ଦିବସ ଭାବେ ପାଳିବାକୁ ଆନ୍ତରିକତା ପ୍ରକାଶ କରୁନାହାଁନ୍ତି । ତା ସହିତ ଶହୀଦ ପୀଠର ଉନ୍ନତିକରଣ ପାଇଁ କାହାରି ଦୃଷ୍ଟି ପଡିପାରୁ ନାହିଁ । ଯାହାପାଇଁ ଶହୀଦ ପରିବାର ବି ପ୍ରଶ୍ନ କରିଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ । ଏପଟେ ଏନେଇ ବିଧାନସଭାରେ ସ୍ବର ଉଠାଇବେ ବୋଲି ରାଇରଙ୍ଗପୁର ବିଧାୟକ ପ୍ରତିକ୍ରିୟାରେ କହିଛନ୍ତି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:Slug _ ଗୁଣ୍ଡୁରିଆ ଶହୀଦ ଦିବସ
Format _ SPL PKG
Reporter _ Sanjay Kumar Parida, Rairangpur
Date _ 06/02/2020
Anchor - ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗୁଣ୍ଡୁରିଆ ଠାରେ ଆଦିମ ଜନଜାତି ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ପାଳିତ ହୋଇ ଆସୁଛି ଶହୀଦ ଦିବସ। ଶହୀଦ ଆଦିବାସୀ ମାନଙ୍କୁ ସ୍ମରଣ କରିବା ପାଇଁ ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ଆଦିବାସୀ ସମ୍ପ୍ରଦାୟ ତରଫରୁ ପାଳନ କରାଯାଇଛି ଶହୀଦ ଦିବସ। ଏହି ଅବସରରେ ପଡୋଶୀ ଝାଡ଼ଖଣ୍ଡ ରାଜ୍ୟରୁ ମଧ୍ୟ ବହୁ ସଂଖ୍ୟା ରେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଯୋଗଦାନ କରିଥାନ୍ତି। ତେବେ ମୟୂରଭଞ୍ଜ ଜିଲ୍ଲାର ଗୁଣ୍ଡୁରିଆ ଭଳି ଏକ ଉପାନ୍ତ ଅଞ୍ଚଳରେ କାହିଁକି ଶହୀଦ ଦିବସ ପାଳନ କରାଯାଉଛି ଏ ନେଇ ଆସନ୍ତୁ ଦେଖିବା ଇଟିଭି ର ସ୍ବତନ୍ତ୍ର ଉପସ୍ଥାପନା।
V.O.1 - ମୟୂରଭଞ୍ଜ ଗଡ଼ଜାତ ରାଜ୍ୟର ମିଶ୍ରଣ କୁ ବିରୋଧ କରି ନିଜ ହକ୍ ଓ ଅଧିକାର ପାଇଁ ଆଦିବାସୀ ମହାସଭା ତରଫରୁ ୧୯୪୯ ମସିହା ଫେବୃଆରୀ ୬ ତାରିଖରେ ଗୁଣ୍ଡୁରିଆ ଠାରେ ଏକ ବିଶାଳ ଶୋଭା ର ଆୟୋଜନ କରାଯାଇଥିଲା। ଆଦିବାସୀ ସମ୍ପ୍ରଦାୟର ଲୋକେ ଓଡ଼ିଶାରେ ମୟୂରଭଞ୍ଜ ର ମିଶ୍ରଣ କୁ ବିରୋଧ କରି ସ୍ବତନ୍ତ୍ର " ଦିଶୋମ ରାଜ୍ୟ" ଘୋଷଣା କରିବାକୁ ତତ୍କାଳୀନ ମୂଖ୍ୟମନ୍ତ୍ରୀ ଡ଼ ହରେକୃଷ୍ଣ ମହତାବ ସରକାରଙ୍କ ନିକଟରେ ଦାବି କରିଥିଲେ। ଓଡିଶା ସହିତ ନ ମିଶିବା ନେଇ ଆଦିବାସୀ ମହାସଭା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜୈପାଲ ସିଂ ଓ ସମ୍ପାଦକ ସୁନାରାମ ସୋରେନ୍ ଙ୍କ ନେତୃତ୍ୱରେ ମୟୂରଭଞ୍ଜ ଜିଲ୍ଲାର କୋହ୍ଲ, ସାନ୍ତାଳ, ଭୂମିଜ, ଧରୁଆ, ହୋ, ବାଥୁଡି, ଭୂୟାଁ, ଲୋଧା, ଖଡିଆ ଏବଂ ଅନ୍ୟାନ୍ୟ ଜନଜାତି ବର୍ଗର ଲୋକେ ଆନ୍ଦୋଳନ କୁ ତୀବ୍ରତର କରିଥିଲେ। ଏ ନେଇ ଗୁଣ୍ଡୁରିଆ ଠାରେ ଏକ ବିଶାଳ ଶୋଭାର ଆୟୋଜନ କରାଯାଇ ଅସଂଖ୍ୟ ସଂଖ୍ୟାରେ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଯୋଗ ଦେଇଥିଲେ। ତେବେ କୌଣସି କାରଣ ବଶତଃ ତତ୍କାଳୀନ ପ୍ରଶାସନ ତରଫରୁ ନିରୀହ ଆଦିବାସୀଙ୍କ ଉପରେ ଗୁଳି ବର୍ଷଣ କରିଥିଲା ପୋଲିସ। ଏହି ଗୁଳିକାଣ୍ଡ ରେ ପ୍ରାୟ ଶତାଧିକ ଲୋକ ମୃତ୍ୟୁ ବରଣ କରିଥିଲେ। ଦୀର୍ଘ ୭୧ ବର୍ଷ ହେଲା ପୋଲିସ ଗୁଳିରେ ଆଖି ବୁଜିଥିବା ଆଦିବାସୀ ମାନଙ୍କ ଘଟଣା ଆଜି ବି ମନରୁ ଲିଭି ପାରୁନି। ତେବେ ଆଦିବାସୀ ସମ୍ପ୍ରଦାୟର ଲୋକେ ଗୁଳିକାଣ୍ଡ ସ୍ଥଳ ଗୁଣ୍ଡୁରିଆ ଠାରେ ଏକତ୍ରିତ ହୋଇ ଏକ ଶୋଭା ଯାତ୍ରାରେ ବାହାରି ଶହୀଦ ମାନଙ୍କୁ ସ୍ମୃତିଚାରଣ କରିଛନ୍ତି। ଦଳଗତ ନିର୍ବିଶେଷରେ ସମସ୍ତେ ସେଠାରେ ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଆଦିବାସୀ ସମାବେଶରେ ଯୋଗ ଦେଇଥାନ୍ତି।
ବାଇଟ୧- ଭାଦୋ ହାଁସଦା, ଗ୍ରାମବାସୀ, ଗୁଣ୍ଡୁରିଆ। ବାଇଟ୨- ଲଖନ ମାରାଣ୍ଡି, ଦାଣ୍ଡବୋଷ ଗ୍ରାମ ବାସିନ୍ଦା । ବାଇଟ୩- ସାକ୍ରୋ ମାରାଣ୍ଡି, ଗ୍ରାମବାସୀ, ଗୁଣ୍ଡୁରିଆ।
V.O.2 - ୭୧ ବର୍ଷ ତଳେ ହୋଇଥିବା ଏହି ଗୁଳିକାଣ୍ଡ ଘଟଣାର ତଦନ୍ତ ମଧ୍ୟ ହୋଇ ନ ଥିବାର ଏବଂ ଶତାଧିକ ନିରୀହ ଆଦିବାସୀ ପ୍ରାଣ ହରାଇଥିବା ଗୁଳିକାଣ୍ଡ ଦିନରୁ ବର୍ତ୍ତମାନ ପର୍ଯ୍ୟନ୍ତ ଶହୀଦ ହୋଇଥିବା ଲୋକ ମାନଙ୍କୁ ଚିହ୍ନଟ କରାଯାଇ ନଥିବାରୁ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ବର୍ଷ କୁ ବର୍ଷ ଆଦିବାସୀଙ୍କ ପ୍ରୀତି ଦେଖାଇ ଦଳୀୟ ନେତା ମାନେ ଗୁଣ୍ଡୁରିଆ ଶହୀଦ ଦିବସ ପ୍ରତ୍ୟେକ ବର୍ଷ ଫେବୃଆରୀ ମାସ ୬ ତାରିଖ କୁ ପାଳନ କରୁଛନ୍ତି। କିନ୍ତୁ ଏ ଗାଁ ର କିମ୍ବା ଅନ୍ୟ କୌଣସି ସ୍ଥାନର ଲୋକେ ଶହୀଦ ହୋଇଥିଲେ ମଧ୍ୟ କେତେ ଜଣ ଶହୀଦ ହୋଇଥିଲେ ଏବଂ ଯେଉଁ ମାନେ ଶହୀଦ ହୋଇଥିଲେ ସେମାନଙ୍କୁ ଚିହ୍ନଟ କରିବା ସହ ବିଧିବଦ୍ଧ ଭାବେ ଏହି ଦିବସ କୁ ଶହୀଦ ଦିବସ ରୂପେ କୌଣସି ସରକାରୀ କାଗଜପତ୍ର ରେ ନାହିଁ କିମ୍ବା ଏଥିପ୍ରତି କେହି କର୍ଣ୍ଣପାତ କରିନଥିବା ଅଭିଯୋଗ ହୋଇଛି। ତା ସହିତ ଶହୀଦ ପୀଠ ର ଉନ୍ନତିକରଣ ପାଇଁ କାହାରି ଦୃଷ୍ଟି ପଡିପାରୁ ନାହିଁ। ଯାହାପାଇଁ ଶହୀଦ ପରିବାର ବି ପ୍ରଶ୍ନ କରିଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ। ତେବେ ଶହୀଦ ଦିବସକୁ ସରକାରୀ ମାନ୍ୟତା ପ୍ରଦାନ ଦିଗରେ ବିଧାନସଭା ରେ ମଧ୍ୟ ଉପସ୍ଥାପନ କରିବେ ବୋଲି ରାଇରଙ୍ଗପୁର ବିଧାୟକ ପ୍ରତିକ୍ରିୟା ରେ କହିଛନ୍ତି।
ବାଇଟ୪- ପ୍ରକାଶ ସୋରେନ୍, ବିଧାୟକ, ବାରିପଦା ।
ବାଇଟ୫- ନବ ଚରଣ ମାଝୀ, ବିଧାୟକ, ରାଇରଙ୍ଗପୁର।
P2C - ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ।

Body:x

Conclusion:x
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.