ETV Bharat / state

ମୟୂରଭଞ୍ଜରେ ଲୁଟେରାଙ୍କ ରାଜ୍‌, ବ୍ୟବସାୟୀଙ୍କୁ ହାଣି ଲୁଟି ନେଲେ ଲକ୍ଷାଧିକ ଟଙ୍କା

ମୟୂରଭଞ୍ଜ ଜିଲ୍ଲାରେ ସିରିଜ୍ ଲୁଟର ଶିକାର ହେଉଛନ୍ତି ସାଧାରଣ ଲୋକ ଓ ବେପାରୀ । ଖୁଲମଖୁଲ୍ଲା ଦୁର୍ବୃତ୍ତ ମାନେ ଲୁଟ୍ କରି ଖସି ଯିବାରେ ସକ୍ଷମ ହେଉଥିଲେ ମଧ୍ୟ ଲୁଟେରା ତଥା ଦୁର୍ବୃତ୍ତଙ୍କ କୌଣସି ଟେର୍ ପାଉନି ପୋଲିସ । ଅଧିକ ପଢନ୍ତୁ....

ମୟୂରଭଞ୍ଜରେ ବଢି ଚାଲିଛି ଲୁଟ୍, ଟେର୍ ପାଉନି ପୋଲିସ

author img

By

Published : Nov 29, 2020, 7:22 AM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ସିରିଜ୍ ଲୁଟର ଶିକାର ହେଉଛନ୍ତି ସାଧାରଣ ଲୋକ ଓ ବେପାରୀ । ଖୁଲମଖୁଲ୍ଲା ଦୁର୍ବୃତ୍ତ ମାନେ ଲୁଟ୍ କରି ଖସି ଯିବାରେ ସକ୍ଷମ ହେଉଥିଲେ ମଧ୍ୟ ଲୁଟେରା ତଥା ଦୁର୍ବୃତ୍ତଙ୍କ କୌଣସି ଟେର୍ ପାଉନି ପୋଲିସ । ଶନିବାର ମଧ୍ୟ ଏପରି ଏକ ଲୁଟ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲାରୁ। ଗୋରୁ ବେପାରୀ ମାନଙ୍କୁ ବିଭିନ୍ନ ମାରଣାସ୍ତ୍ର ସାହାଯ୍ୟରେ ହାଣି ନଗଦ 2-3 ଲକ୍ଷ ଟଙ୍କା ଓ ବାଇକକୁ ଲୁଟ କରି ନେଇଗଲେ ଦୁର୍ବୃତ୍ତ ।

ମୟୂରଭଞ୍ଜରେ ବଢି ଚାଲିଛି ଲୁଟ୍, ଟେର୍ ପାଉନି ପୋଲିସ

ସୂଚନାନୁଯାୟୀ, ସାରସକଣା ହାଟରୁ ଗୋରୁ ବିକ୍ରି କରି 5 ଜଣ ବେପାରୀ ଓ 3 ଜଣ ଶ୍ରମିକ ବାଇକ ଯୋଗେ ସାରସକଣାରୁ ଗୋରୁମହିଷାଣୀ ଆସୁଥିବା ସମୟରେ ଦିନ ପ୍ରାୟ ୨ଟା ସମୟରେ 8-9 ଜଣ ଦୁର୍ବୃତ୍ତ ପିସ୍ତଲ ସହିତ ବିଭିନ୍ନ ମାରଣାସ୍ତ୍ର ଧରି ଟିଆକାଟି ଜଙ୍ଗଲ ରାସ୍ତାରେ ସେମାନଙ୍କୁ ଅଟକାଇ ଅତର୍କିତ ଆକ୍ରମଣ କରିବା ସହିତ ଧାରୁଆ ଅସ୍ତ୍ରରେ ହାଣି ସେମାନଙ୍କ ନିକଟରୁ ଟଙ୍କା ଓ ଗୋଟିଏ KA O1HP 7655 ନମ୍ବର ବିଶିଷ୍ଟ ହିରୋ ବାଇକ ଲୁଟ କରି ନେଇଥିଲେ ।

ଦୁର୍ବୃତ୍ତଙ୍କ ଆକ୍ରମଣ ରେ ଜାମବଣି ଗ୍ରାମର ପ୍ରଦୀପ ମୁଣ୍ଡା, ସୁବୋଧ ବିନ୍ଧାଣି ଓ ଗୁହାଳଡାଙ୍ଗିରି ଗ୍ରାମର ମନୋହର ଗିରି ଗୁରୁତର ଭାବେ ଆହତ ହୋଇଥିଲେ । ସେମାନଙ୍କୁ ପ୍ରଥମେ ଗୋରୁମହିଷାଣୀ ସ୍ବାସ୍ଥ୍ୟ ଗୋଷ୍ଠୀ କେନ୍ଦ୍ର ଓ ପରେ ରାଇରଙ୍ଗପୁର ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିଲା । ତେବେ ପ୍ରଦୀପ ମୁଣ୍ଡାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାରିପଦା ପିଆରଏମ ସ୍ଥାନାନ୍ତର କରାଯାଇଛି । କିଛି ଦିନ ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ୪୦୦୦୦ ଟଙ୍କା ଓ ଜଣେ ସୁନା ଗହଣା ବ୍ୟବସାୟୀଙ୍କଠାରୁ ୬୦୦୦୦ ଟଙ୍କା ଥିବା ଥଳି ଲୁଟ କରି ଫେରାର ହୋଇ ଯାଇଥିବା ବେଳେ ଶୁକ୍ରବାର ବହଳଦାରୁ ଜଣେ ବୃଦ୍ଧଙ୍କ ଠାରୁ ନଗଦ ୩୦୦୦୦ ଟଙ୍କା ଲୁଟି ନେଇଥିଲେ କିଛି ଦୁର୍ବୃତ୍ତ ।

ସେହିପରି ଶୁକ୍ରବାର ଜିଲ୍ଲାର ବେତନଟୀ ବଜାରରୁ ଜଣେ ସେଲସ ମ୍ୟାନଙ୍କଠାରୁ ଦିନ ଦ୍ବିପହରରେ ନଗଦ ୩ ଲକ୍ଷ ଟଙ୍କା ଲୁଟେରା ମାନେ ଲୁଟ କରି ପଳେଇ ଯାଇଥିଲେ । ତେବେ ମୟୂରଭଞ୍ଜ ଜିଲ୍ଲାରେ ବାରମ୍ବାର ଲୁଟ ଘଟଣା ବୃଦ୍ଧି ପାଉଥିବା ବେଳେ ଲୁଟେରା ମାନଙ୍କୁ କାବୁ ନ କରି ପାରିବା ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.