ETV Bharat / state

ହାତୀ ଉପଦ୍ରବରେ ଅତିଷ୍ଠ ଗାଁ ଲୋକେ: ବିଧାୟିକାଙ୍କୁ ଚଲାଇ ଚଲାଇ ଦେଖାଇଲେ ଚାଷଜମି

ମୟୂରଭଞ୍ଜରେ ଦୀର୍ଘଦିନ ଧରି ହାତୀପଲ ଉପଦ୍ରବରେ ଅତିଶୟ ଗ୍ରାବାସୀ । ବିଧାୟିକାଙ୍କୁ ଚଲାଇ ଚଲାଇ ଆଣି କ୍ଷତିଗ୍ରସ୍ତ ଚାଷଜମି ଦେଖାଇଲେ । ଅଧିକ ପଢନ୍ତୁ...

ହାତୀ ଉପଦ୍ରବରେ ଅତିଶୟ ଗ୍ରାମବାସୀ: ବିଧାୟିକାଙ୍କୁ ଚଲାଇ ଚଲାଇ ଦେଖାଇଲେ ଚାଷଜମି

author img

By

Published : Jan 22, 2021, 7:46 PM IST

ରାଇରଙ୍ଗପୁର: ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ବିଧାୟିକାଙ୍କୁ ରାସ୍ତାରେ ଚଲାଇ ଚଲାଇ ଆଣିଲେ ଗ୍ରାମବାସୀ । ଏପରି ଏକ ଘଟଣା ମୟୂରଭଞ୍ଜରେ ଦେଖିବାକୁ ମିଳିଛି । ଦୀର୍ଘ ଏକ ମାସ ହେବ ହାତୀଙ୍କ ଉପଦ୍ରବରେ ଅତିଷ୍ଠ ହୋଇପଡିଥିଲେ ସ୍ଥାନୀୟ ଲୋକେ । ଫଳରେ ଉତ୍ୟକ୍ତ ହୋଇ ଆଜି(ଶୁକ୍ରବାର) ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିଲା । ଏହି ସମୟରେ ରାସ୍ତାଦେଇ ଯାଉ ଥିବାବେଳେ ବିଧାୟିକାଙ୍କୁ ଚଲାଇ ଚଲାଇ କ୍ଷତିଗ୍ରସ୍ତ ଚାଷଜମି ଦେଖାଇଛନ୍ତି ଲୋକେ ।

ହାତୀ ଉପଦ୍ରବରେ ଅତିଶୟ ଗ୍ରାମବାସୀ: ବିଧାୟିକାଙ୍କୁ ଚଲାଇ ଚଲାଇ ଦେଖାଇଲେ ଚାଷଜମି

ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ୍ଜର ଅଧିନସ୍ଥ ତାଟୋ, କୁଞ୍ଜିଆ, ବିଉଁରିଆ, ନାକୁଡ଼ା ମତା ପ୍ରଭୁତି ଗ୍ରାମଗୁଡିକରେ ମାସେ ହେବ ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି । ପନିପରିବା ଠାରୁ ଆରମ୍ଭ କରି କଦଳୀ ବଗିଚା ନଷ୍ଟ କରିବା ସହ ୫ରୁ ଅଧିକ ଘର ଭାଙ୍ଗିସାରିଲେଣି ହାତୀପଲ । ଯାହାକୁ ନେଇ ଆଜି ଦିନ ୧୦.୩୦ ସମୟରେ ଦୁଧିଆଣି ରେଞ୍ଜ ଅଫିସ ଘେରାଓ କରିବା ସହ ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଅଞ୍ଚଳବାସୀ ।

ଏହି ସମୟରେ ତାଟୋ ଗ୍ରାମଦେଇ ଯାଉଥିବା କରଞ୍ଜିଆ ବିଧାୟିକା ବାସନ୍ତି ହେମ୍ବ୍ରମଙ୍କୁ ଅଟକାଇଥିଲେ ଉତ୍ୟକ୍ତ ଲୋକେ । ବିଧାୟିକାଙ୍କୁ ଅଟକାଇ ପାଦରେ ଚଲାଇ ଚଲାଇ କ୍ଷତିଗ୍ରସ୍ତ ଚାଷଜମି ବୁଲି ଦେଖାଇଥିଲେ ଗ୍ରାମବାସୀ । ଏଥିସହ ମାଲମରା ତୁରନ୍ତ ସମାଧାନ ପାଇଁ ବିଧାୟକଙ୍କ ନିକଟରେ ଦାବି ମଧ୍ୟ କରିଛନ୍ତି । ଅନ୍ୟପଟେ ରେଞ୍ଜରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଅବହେଳା ପାଇଁ ଏପରି ପ୍ରତ୍ୟେକ ଦିନ ହେଉ ଥିବାରୁ କ୍ଷୋଭବ୍ୟକ୍ତ କରି ତୁରନ୍ତ ଏଠାରୁ ତାଙ୍କୁ ହଟାଇବା ପାଇଁ ଦାବି କରିଛନ୍ତି ଉତ୍ୟକ୍ତ ଲୋକେ । ସେହିପରି ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ବିଧାୟିକାଙ୍କୁ କହିଛନ୍ତି ଗ୍ରାମବାସୀ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.