ETV Bharat / state

ସଡ଼କ ସୁରକ୍ଷା ସପ୍ତାହ: ସାଇକେଲ ରାଲିରେ ଲୋକଙ୍କୁ ସଚେତନତା - ସଡ଼କ ସୁରକ୍ଷା ସପ୍ତାହ

ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସଡକ ସୁରକ୍ଷା ମାସ ପାଳନ ଅବସରରେ ସାଇକେଲ ରାଲି କରି ଲୋକଙ୍କୁ ସଚେତନ କରାଯାଉଛି। ଅଧିକ ପଢନ୍ତୁ...

ସାଇକେଲ ରାଲି ମାଧ୍ୟମରେ ଲୋକଙ୍କୁ ସଚେତନତା
ସାଇକେଲ ରାଲି ମାଧ୍ୟମରେ ଲୋକଙ୍କୁ ସଚେତନତା
author img

By

Published : Jan 23, 2021, 5:29 PM IST

ବାରିପଦା: ସାରା ଦେଶବ୍ୟାପୀ ପାଳନ ହେଉଛି ସଡକ ସୁରକ୍ଷା ମାସ । ସେହିପରି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସଡକ ସୁରକ୍ଷା ମାସ ପାଳନ ଅବସରରେ ସାଇକେଲ ରାଲି କରି ଲୋକଙ୍କୁ ସଚେତନ କରାଯାଉଛି।

ସାଇକେଲ ରାଲି ମାଧ୍ୟମରେ ଲୋକଙ୍କୁ ସଚେତନତା

ଜାନୁଆରୀ ୧୮ ରୁ ଆରମ୍ଭ ହୋଇଥିବା ସଡକ ସୁରକ୍ଷା ମାସ ଆସନ୍ତା ଫେବୃଆରୀ ୧୭ ତାରିଖ ଯାଏଁ ପାଳନ କରାଯିବ । ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଅଛି। ଏହି କ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରିପଦା ଆଞ୍ଚଳିକ ପରିବହନ ବିଭାଗ ଓ ବାରିପଦା ଟ୍ରାଫିକ ପୋଲିସର ମିଳିତ ସହଯୋଗରେ ବାରିପଦା ସହରରେ ଏକ ସଡକ ସୁରକ୍ଷା ସଚେତନତା ସାଇକେଲ ରାଲି ଆୟୋଜିତ ହୋଇଯାଇଛି l

ଏହାକୁ ବାରିପଦା ଆଞ୍ଚଳିକ ପରିବହନ ଅଧିକାରୀ ଗୋପାଳ କୃଷ୍ଣ ଦାସ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ସାଇକେଲ ରାଲି ବାରିପଦା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରୁ ବାହାରି ପାଲବଣୀ ଦେଇ ବଡ ଜଗନ୍ନାଥ ମନ୍ଦିର ସମ୍ମୁଖ, ମେନ ମାର୍କେଟ ମଧ୍ୟ ଦେଇ ସହର ପରିକ୍ରମା କରି ଲୋକମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନତା କରିଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସଂଯୋଜନା କରିଥିବା ବେଳେ ଏଥିରେ ଅଞ୍ଚଳର ବହୁ ଯୁବ ଗୋଷ୍ଠୀ, ଛାତ୍ରଛାତ୍ରୀ, ପୋଲିସ ଓ ପରିବହନ ବିଭାଗର କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.