ETV Bharat / state

କୁନି ହାତରେ ରାସ୍ତା ସମତୁଲ କରି ସାଉଁଟିଲେ ପ୍ରଶଂସା - dameged road

ବୟସରେ ସିନା ସାନ ହେଲେ କାମ ତାଙ୍କ ମହାନ । ଖେଳକୁଦ କରିବା ବୟସରେ ଖାଲଢିପ ରାସ୍ତାକୁ ସମତୁଲ କରି ଅନ୍ୟ ପାଇଁ ସାଜିଲେ ଉଦାହରଣ । ଅଧିକ ପଢନ୍ତୁ...

କୁନି ହାତରେ ରାସ୍ତା ସମତୁଲ କରି ସାଉଁଟିଲେ ପ୍ରଶଂସା

author img

By

Published : Oct 23, 2020, 3:18 PM IST

ରାଇରଙ୍ଗପୁର: ରାସ୍ତାର ଦୁଇ କଡରେ ବଡ ବଡ ଖାଲ । ବର୍ଷା ହୋଇକି ରାସ୍ତାରେ ଥିବା ଖାଲରେ ଜମିଛି ପାଣି। ଯିବା ଆସିବା କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଏହି ଅସୁବିଧାର ସମାଧାନ ପାଇଁ ଆଗକୁ ଆସିଛନ୍ତି ରାଇରଙ୍ଗପୁର ଗାଁର କିଛି କୁନି କୁନି ପିଲା । କୁନି ହାତରେ ରାସ୍ତା ମରାମତି କରୁଥିବା ଭିଡିଓ ଭାଇରାଲ ହୋଇଛି ।

କୁନି ହାତରେ ରାସ୍ତା ସମତୁଲ କରି ସାଉଁଟିଲେ ପ୍ରଶଂସା

ମୟୁରଭଞ୍ଜ ଜିଲ୍ଲା କରଞ୍ଜଆ ଗ୍ରାମରେ ଥିବା ରାସ୍ତାର ଆବସ୍ଥା କହିଲେ ନ ସରେ । ରାସ୍ତାର ଖରାପ ଅବସ୍ଥା ପାଇଁ ଗାଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଁ ଲୋକଙ୍କୁ ଏପରି ଅସୁବିଧାରେ ଦେଖି ଗାଁର କିଛି କୁନି କୁନି ପିଲା ରାସ୍ତା ମରାମତି କରିଛନ୍ତି । ଗ୍ରାମବାସୀଙ୍କ ଯାତାୟାତ ନିମନ୍ତେ ଖାଲ ଗୁଡ଼ିକରୁ ପାଣି କାଢି ଶାବଳ, କୋଦାଳ, ଗାମଲା ସାହାଯ୍ୟରେ ମାଟି ତାଡି ଖାଲ ଢିପ ଗୁଡିକୁ ସମାନ କରି ସମାଜ ପାଇଁ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ପିଲାମାନେ ।

ପିଲା ମାନଙ୍କର ରାସ୍ତା ମରାମତି କରୁଥିବା ବେଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲିଗିଛି । କୋରୋନା ସଂକ୍ରମଣ ଯୋଗୁଁ ସ୍କୁଲ ଛୁଟି ଥିବା ବେଳେ ଗ୍ରାମର ଛୁଆମାନଙ୍କର ଏହି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି । ଖେଳକୁଦ କରିବା ବୟସରେ ବାଳକମାନଙ୍କର ଏପରି କାମ ଅନ୍ୟ ପାଇଁ ପ୍ରେରଣା ସୃଷ୍ଟି କରିଛି ।

ଖରାପ ରାସ୍ତାର ମରାମତି ପାଇଁ ଛୋଟ ଛୋଟ ବାଳକମାନେ ଆଗକୁ ବାହାରିପାରୁ ଥିବା ବେଳେ କୌଣସି ନିର୍ବାଚିତ ପ୍ରତିନିଧି, ସରପଞ୍ଚ, ୱାର୍ଡ ମେମ୍ବର କି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି କିପରି ପଡି ପାରୁନାହିଁ ତାହା ତାଙ୍କ କାର୍ଯ୍ୟ ଦକ୍ଷତା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.