ETV Bharat / state

ଗାଁକୁ ନାହିଁ ପକ୍କା ରାସ୍ତା, ଏ ଅଫିସରୁ ସେ ଅଫିସ୍ ଚକ୍କର କାଟୁଛନ୍ତି ବଲିଉଡ କଳାକାର

author img

By

Published : May 14, 2022, 4:34 PM IST

ବଲିଉଡ କଳାକାରଙ୍କ ଗାଁକୁ ନାହିଁ ପକ୍କା ରାସ୍ତା । ବର୍ଷା ଦିନେ ଆମ୍ବୁଲାନ୍ସ ଆସିପାରୁନଥିବାରୁ ଖଟିଆରେ ବୁହା ହେଉଛନ୍ତି ରୋଗୀ । କାଦୁଅ ପଚ ପଚ ରାସ୍ତାରେ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ । ରାଇରଙ୍ଗପୁର-ବାରିପଦା ମୁଖ୍ୟ ରାସ୍ତାରୁ ଏକ କିଲୋମିଟର ଦୂରରେ ରହିଛି ଏହି ଗାଁ । ବଲିଉଡର ଜଣେ କଳାକାର ଏହି ଗାଁର ବାସିନ୍ଦା ହୋଇଥିବା ବେଳେ ସେ ମଧ୍ୟ ରାସ୍ତାଟିଏ ପାଇଁ ଏବେ ପ୍ରଶାସନକୁ ଗୁହାରି କରିଛନ୍ତି । ଅଧିକ ପଢନ୍ତୁ

ଗାଁକୁ ନାହିଁ ପକ୍କା ରାସ୍ତା, ଜିଲ୍ଲାପାଳଙ୍କୁ ଗୁହାରି କଲେ ବଲିଉଡ କଳାକାର

ରାଇରଙ୍ଗପୁର: ଗ୍ରାମାଞ୍ଚଳର ଉନ୍ନତି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ରହିଛି ମାଳ ମାଳ ଯୋଜନା । ତଥାପି ଆଜି ବି ଅନେକ ଗାଁକୁ ନାହିଁ ଖଣ୍ଡେ ଭଲ ରାସ୍ତା । ଏପରି ଏକ ଗ୍ରାମ ହେଉଛିମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଖନ୍ତ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସୁରଥନଗର । ରାଇରଙ୍ଗପୁର-ବାରିପଦା ମୁଖ୍ୟ ରାସ୍ତାରୁ ଏକ କିଲୋମିଟର ଦୂରରେ ଅବସ୍ଥିତ ସୁରଥନଗର ଗାଁ । ଏଠାରେ ୨୨ ଟି ପରିବାର ବସବାସ କରନ୍ତି । ଏହି ଗାଁର ସବୁଠୁ ବଡ ସମସ୍ୟା ହେଉଛି ରାସ୍ତା । ଗାଁକୁ ଯିବାକୁ ହେଲେ ଖଣ୍ଡେ ଭଲ ରାସ୍ତା ନାହିଁ । ବର୍ଷା ଦିନେ ଗାଁରେ ଆମ୍ବୁଲାନ୍ସ ପହଞ୍ଚି ପାରୁନଥିବାରୁ ଗର୍ଭବତୀ ମହିଳା ଓ ରୋଗାକ୍ରାନ୍ତ ଲୋକଙ୍କୁ ଖଟିଆରେ ବୁହା ହୋଇ ମେଡିକାଲ ନିଆଯାଉଛି । ଗାଁର ଛାତ୍ରଛାତ୍ରୀ ମଧ୍ୟ କାଦୁଅ ପଚ ପଚ ରାସ୍ତାରେ ବିପଦ ସଙ୍କୁଳ ଭାବେ 3 କିଲୋମିଟର ଦୂର ସ୍କୁଲକୁ ଯାତାୟାତ କରୁଥାନ୍ତି ।

ଏ ଅଫିସରୁ ସେ ଅଫିସ୍ ଚକ୍କର କାଟୁଛନ୍ତି ବଲିଉଡ କଳାକାର

ଅଖ୍ୟାତ ପଲ୍ଲୀରୁ ବିଖ୍ୟାତ ନଗରୀ ମାୟାନଗରୀକୁ ଯାଇ ନିଜର ସ୍ବତନ୍ତ ପରିଚୟ ସୃଷ୍ଟି କରିପାରିଥିବା ବଲିଉଡ କଳାକାର ରାମ ସିର୍କାଙ୍କ ଘର ହେଉଛି ଏହି ସୁରଥନଗର ଗାଁରେ । ମୁମ୍ବାଇରୁ ଫେରିଲେ ଖାଲ ଢ଼ିପ ରାସ୍ତା ଦେଇ ସେ ନିଜ ଘରକୁ ଯାଇଥାନ୍ତି । ଗାଁର ଏଭଳି ମୌଳିକ ସମସ୍ୟାର ସମାଧାନ ପାଇଁ ରାମସିର୍କା ପ୍ରଶାସନର ଦ୍ୱାରସ୍ଥ ହୋଇ ଗୁହାରି କରିଛନ୍ତି । ନିର୍ବାଚନ ଆସିଲେ ନେତାମନ୍ତ୍ରୀ ଗାଁକୁ ଆସିଥାନ୍ତି ଏବଂ ମାଳ ମାଳ ପ୍ରତିଶ୍ରୁତି ବି ଦିଅନ୍ତି । ହେଲେ ନିର୍ବାଚନ ସରିଲା ପରେ କାହାରି ଦେଖା ମିଳେନାହିଁ । ରାସ୍ତା ପାଇଁ ଗ୍ରାମବାସୀ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକରେ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ଫଳ ଶୂନ । ବଲିଉଡ କଳାକାର ରାମ ସିର୍କା ନିଜେ ଗ୍ରାମବାସୀଙ୍କ ସହ ସରକାରୀ ଦପ୍ତରରୁ ଦପ୍ତର ରାସ୍ତାଟିଏ ପାଇଁ ଚକ୍କର କାଟୁଛନ୍ତି । ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣିକୁ ଯାଇ ଏକ ଦାବିପତ୍ର ଦେବା ସହ ଗାଁକୁ ରାସ୍ତା ନିର୍ମାଣ ନେଇ ଜିଲ୍ଲାପାଳଙ୍କୁ ଗୁହାରି କରିଛନ୍ତି ।

ଗୁହାରି ପରେ ମଧ୍ୟ ପ୍ରଶାସନ ତତ୍ପରତା ଦେଖାଇ ନଥିବା ଅଭିଯୋଗ ହୋଇଛି । ଇଟିଭି ଭାରତ ପ୍ରତିନିଧି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କୁ ଭେଟି ସୁରଥନଗର ରାସ୍ତା ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ଗାଁକୁ ନୂତନ ରାସ୍ତା ନିର୍ମାଣ ପାଇଁ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଏବଂ ଏହାର ତଦନ୍ତ କରିବାକୁ କୁହାଯାଇଥିବା ଉପଜିଲ୍ଲାପାଳ କହିଛନ୍ତି । ତେବେ କେବେ ସୁରଥନଗର ଗ୍ରାମବାସୀଙ୍କ ଦୁଃଖ କେବେ ଦୂର ହେଉଛି ଏବଂ ତାଙ୍କୁ ମୌଳିକ ସୁବିଧାସୁଯୋଗ ମିଳୁଛି ତାହା ଦେଖିବା ବାକି ରହିଲା ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.