ETV Bharat / state

ମରଣଯନ୍ତା ୪୯ ନଂ ଜାତୀୟ ରାଜପଥ, ରାସ୍ତା ଦେଖାଇବାକୁ NHAI ପିଡିଙ୍କୁ ଚଲାଇ ଚଲାଇ ନେଲେ ବିଧାୟକ - ଇଟିଭି ଭାରତ ଓଡିଶା

ମରଣଯନ୍ତା ପାଲଟିଛି ୪୯ ନଂ ଜାତୀୟ ରାଜପଥ, ନୀରିକ୍ଷଣ କରିବାକୁ ଆସିଥିବା ଏନଏଚଏଆଇ ପିଡିଙ୍କୁ ଚଲାଇ ଚଲାଇ ନେଇ ରାସ୍ତାର ଅବସ୍ଥା ଦେଖାଇଲେ ସ୍ଥାନୀୟ ବିଧାୟକ । ଅଧିକ ପଢନ୍ତୁ

road problem in mayurbhanj
road problem in mayurbhanj
author img

By ETV Bharat Odisha Team

Published : Oct 13, 2023, 9:38 AM IST

road problem in mayurbhanj

ରାଇରଙ୍ଗପୁର: ମରଣଯନ୍ତା ପାଲଟିଛି ଯଶିପୁର ବଜାର ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ । ରାସ୍ତା ତଦାରଖ କରିବାକୁ ଆସିଥିବା ଏନଏଚଏଆଇ ପିଡିଙ୍କୁ ଦୁଇ କିଲୋମିଟର ଚଲାଇଲେ ସ୍ଥାନୀୟ ବାସିନ୍ଦା । ଖୁବଶୀଘ୍ର ରାସ୍ତା ମରାମତି ପାଇଁ ଏନଏଚଏଆଇ ପିଡ଼ିଙ୍କ ନିକଟରେ ଦାବି କରିଛନ୍ତି ଯଶିପୁର ବିଧାୟକ ଏବଂ ଜନ ସାଧାରଣ ।

୪୯ ନମ୍ବର ଜାତୀୟ ରାଜପଥ ଦେଇ ପ୍ରତିଦିନ ହଜାର ହାଜର ସଂଖ୍ୟାରେ ଟ୍ରକ ଯିବା ଆସିବା ସହ ଛୋଟବଡ଼ ଗାଡ଼ି ସବୁ ଯାତାୟାତ କରେ । ଚଳିତ ବର୍ଷା ଋତୁରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଖାଲଖମାରେ ଭର୍ତ୍ତି ହୋଇଛି ପୁରା ରାସ୍ତା । ଜୀବନକୁ ବାଜି ଲଗାଇ ଲୋକେ ଏହି ବିପଦପୂର୍ଣ୍ଣ ରାସ୍ତା ଦେଇ ଯାତାୟାତ କରୁଛନ୍ତି । ଅତ୍ୟନ୍ତ ଖରାପ ରାସ୍ତା ଯୋଗୁଁ ପ୍ରତିଦିନ ଶହଶହ ଟ୍ରକ ରାସ୍ତା ଉପରେ ଅଟକି ରହିଥାଏ । ଫଳରେ ସ୍ଥାନୀୟ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

ଏହା ମଧ୍ୟ ପଢନ୍ତୁ-ଶେଷ ହେଉନି ସ୍ୱେରେଜ କାର୍ଯ୍ୟ, ପାର୍ବଣ ପୂର୍ବରୁ ମୁଣ୍ଡବଥାର କାରଣ ପଲଟିଛି ରାସ୍ତା ସମସ୍ୟା

କଲିକତାରୁ ବମ୍ବେ ଯାଉଥିବା ୪୯ ନମ୍ବର ଜାତୀୟ ରାଜପଥର ଉକ୍ତ ରାସ୍ତାଟି ଯଶିପୁର ଧବାଡିହାଠାରୁ ପଦ୍ମପୁର ପର୍ଯ୍ୟନ୍ତ ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି । ଗତ ଏକ ସପ୍ତାହ ମଧ୍ୟରେ ସଡ଼କ ଦୁର୍ଘଟଣାରେ ତିନି ତିନି ଜଣଙ୍କ ଜୀବନ ମଧ୍ୟ ଯାଇ ସାରିଲାଣି । ତେବେ ରାସ୍ତା ମରାମତି ନେଇ ପୂର୍ବରୁ ଯଶିପୁର ବାସିନ୍ଦା ୪୯ ନମ୍ବର ଜାତୀୟ ରାଜପଥ କୁ ଅବରୋଧ କରିବା ସହିତ ବିଭାଗୀୟ ମନ୍ତ୍ରୀ, ଜିଲ୍ଲାପାଳ ଓ NHAI କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଉକ୍ତ ରାସ୍ତା ସମସ୍ୟାର ସମାଧାନ ଆଜି ପର୍ଯ୍ୟନ୍ତ ହୋଇ ପାରିନାହିଁ ।

କିଛି ଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଉକ୍ତ ରାସ୍ତା ଦେଇ ଯାଉଥିବା ବେଳେ ଏହି ରାସ୍ତାକୁ ନେଇ ଏନଏଚଏଆଇ ପିଡ଼ିଙ୍କୁ ତାଗିଦ ମଧ୍ୟ କରିଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ତାଗିଦ ପରେ ଏନଏଚଏଆଇ ପିଡି ଗୁରୁବାର ଉକ୍ତ ରାସ୍ତାର ତଦାରଖ କରିବ ପାଇଁ ଆସିଥିଲେ । ହେଲେ ସେ ସମୟରେ ଯଶିପୁର ବିଧାୟକ ଗଣେଶ ରାମସିଂ ଖୁଣ୍ଟିଆ ଏବଂ ସ୍ଥାନୀୟ ଜନ ସାଧାରଣ ପିଡିଙ୍କୁ ଅତ୍ୟନ୍ତ ଶୋଚନୀୟ ହୋଇଥିବା ୨ କିଲୋମିଟର ରାସ୍ତା ଦେଖାଇବା ପାଇଁ ଚଲାଇ ଚଲାଇ ନେଇଥିଲେ। ଏଥି ସହିତ ସ୍ଥାନୀୟ ବିଧାୟକ ଏବଂ ଜନ ସାଧାରଣ ଅତି ଶୀଘ୍ର ଉକ୍ତ ରାସ୍ତା ମରାମତି କରିବା ପାଇଁ ଏନଏଚଏଆଇ ପିଡ଼ିଙ୍କୁ ଦାବି କରିଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.