ETV Bharat / state

କେନାଲକୁ ଖସି ପଡ଼ିଲା ବରଯାତ୍ରୀ ଗାଡି, ଜଣେ ମୃତ

ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ତଥା ସୁଲେଇପାଟ ଫାଣ୍ଡି ଅନ୍ତର୍ଗତ କୁସୁମୀ ପୁରୁଣିଆ ଗ୍ରାମରେ ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ କେନାଲକୁ ଖସିପଡିଲା ବୋଲେରୋ । ଅଧିକ ପଢନ୍ତୁ

author img

By

Published : May 28, 2023, 11:42 AM IST

road mishap in rairangpur
road mishap in rairangpur

ରାଇରଙ୍ଗପୁର: ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ କେନାଲକୁ ଖସିପଡିଲା ବୋଲେରୋ । ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ତଥା ସୁଲେଇପାଟ ଫାଣ୍ଡି ଅନ୍ତର୍ଗତ କୁସୁମୀ ପୁରୁଣିଆ ଗ୍ରାମ ପାର୍ଶ୍ବରେ ଥିବା ଖଡଖାଇ କେନାଲରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏନେଇ ଘଟଣାସ୍ଥଳରେ ଜଣେ ବରଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ମୃତ ବ୍ୟକ୍ତି ଜଣକ ହେଲେ କେନ୍ଦୁଝର ଜିଲ୍ଲା ତେଲକୋଇ ଗ୍ରାମର ପରମେଶ୍ୱର ଚୌଧରୀଙ୍କ ପୁଅ ସନୁ ଚୌଧରୀ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ତେଲକୋଇ ଗ୍ରାମ ରୁ ଏକ OD 11E 0299 ରେଜିଷ୍ଟ୍ରେସନ ନମ୍ବର ବିଶିଷ୍ଟ ଏକ ବୋଲେରୋରେ କିଛି ବରଯାତ୍ରୀ ବାଦାମପାହାଡ ଥାନା ଅନ୍ତର୍ଗତ କୁସୁମୀ ଗ୍ରାମକୁ ଯାଉଥିଲେ । ତେବେ ପୁରୁଣିଆ ଗ୍ରାମ ଦେଇ ଯାଉଥିବା ବେଳେ ଗ୍ରାମ ନିକଟସ୍ଥ ଏକ କେନାଲ କଡ଼ରେ ଗାଡିକୁ ଛିଡ଼ା କରିଥିଲେ ଗାଡ଼ି ଡ୍ରାଇଭର । ସେଠାରେ ଗାଡ଼ି ଛିଡ଼ା କରି ଗାଡ଼ିର ଚାଳକ ଓ ବରଯାତ୍ରୀ ମାନେ ଓହ୍ଲାଇ କିଛି ସମୟ ପାଇଁ ବିଶ୍ରାମ ନେଉଥିଲେ । ତେବେ ହଠାତ୍ ବୋଲେରୋ ଗାଡ଼ିଟି କେନାଲ ତଳକୁ ଖସି ପଡିଥିଲା । ଏନେଇ ପାଖରେ ଥିବା ଜଣେ ଯୁବକ ବୋଲେରୋ ସାମ୍ନା ପଟକୁ ଯାଇ ଗାଡିକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ । ହେଲେ ବୋଲେରୋଟି କେନାଲ ମଧ୍ୟକୁ ଖସି ପଡ଼ିବାରୁ ଯୁବକ ଜଣକ ମଧ୍ୟ ଗାଡ଼ି ତଳେ ପାଣି ମଧ୍ୟରେ ଚାପି ହୋଇ ରହି ଯାଇଥିଲେ।

ଏନେଇ ପରେ ଘଟଣା ବିଷୟରେ ସ୍ଥାନୀୟ ଲୋକଙ୍କୁ ଅବଗତ କରାଇବାରୁ ଆଖପାଖ ଲୋକେ ସେଠାରେ ପହଞ୍ଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ କର୍ମଚାର ମାନେ ଘଟଣାସ୍ଥଳରେ ପହଞ୍ଚି କେନାଲ ମଧ୍ୟରୁ ଯୁବକଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ମେଡିକାଲକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଗତକାଲି ଏ ସମ୍ପର୍କରେ ଖବର ପାଇ ବାଦାମପାହାଡ ଥାନା ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ସେପଟେ ଦୁର୍ଘଟଣାଗ୍ରସ୍ତ ବୋଲେରୋ ଗାଡ଼ିକୁ ଜବତ କରିବା ସହ ଯୁବକଙ୍କ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇଥିଲେ । ତେବେ ଗତକାଲି ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା ପୋଲିସ । ଏପରି ଅଭାବନୀୟ ଘଟଣା ବାହାଘର ପରି ଏକ ଖୁସିର ଅବସରରେ ବରଯାତ୍ରୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.