ETV Bharat / state

ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ-ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି - ମୟୂରଭଞ୍ଜ ବନ୍ୟା ସ୍ଥିତି ସମୀକ୍ଷା କଲେ ସୁଦାମ ମାରାଣ୍ଡି

ଦିନିକିଆ ମୟୂରଭଞ୍ଜ ଗସ୍ତରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି। ବନ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା ସହ ବନ୍ୟାଞ୍ଚଳ ବୁଲି ଦେଖିଲେ ମନ୍ତ୍ରୀ। ଅଧିକ ପଢନ୍ତୁ...

ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି

author img

By

Published : Sep 20, 2021, 9:33 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ବନ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି । ସୋମବାର ଦିବା ୧୧ ଘଟିକା ସମୟରେ ଜିଲ୍ଲାର ଖୁଣ୍ଟା ବ୍ଲକ ବାହାନଡା ଠାରେ ହେଲିକପ୍ଟର ଯୋଗେ ଅବତରଣ ପରେ ବନ୍ୟାଞ୍ଚଳ ବୁଲି ଦେଖିଥିଲେ ।

ବନ୍ୟା ସ୍ଥିତି ସମୀକ୍ଷା କଲେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି

ବନ୍ୟାଞ୍ଚଳ ବୁଲି ଦେଖିବା ପରେ ଅପରାହ୍ନ ୨ଟାରେ ବାରିପଦା ଛଉ ପଡ଼ିଆରେ ପହଞ୍ଚି ବାରିପଦା ପ୍ରୟାସ ହଲ ଠାରେ ପ୍ରଶାସନିକ ଅଧିକାରୀଙ୍କ ସହ ଜିଲ୍ଲାର ବନ୍ୟା ସ୍ଥିତି ନେଇ ସମୀକ୍ଷା କରିଥିଲେ।

ତେବେ ଜିଲ୍ଲାର ପ୍ରାଥମିକ ବନ୍ୟା କ୍ଷୟକ୍ଷତି ରିପୋର୍ଟ ଅନୁଯାୟୀ ୫୦୦୦ରୁ ଊର୍ଦ୍ଧ୍ବ ଲୋକ ବନ୍ୟାରେ ପ୍ରଭାବିତ ହୋଇଥିବାବେଳେ ଅନେକ ସ୍ଥାନରେ ରାସ୍ତାଘାଟ, ଘରଦ୍ୱାର ଭାଙ୍ଗିଯାଇଛି । ମନ୍ତ୍ରୀ ଆଗାମୀ ୧୦ ଦିନ ମଧ୍ୟରେ ଜିଲ୍ଲାର ବିଭିନ୍ନ ବିଭାଗର କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମୟୂରଭଞ୍ଜ ଜିଲ୍ଲାର ଅଗ୍ନିକାଣ୍ଡ, ସାପ କାମୁଡ଼ା, ବଜ୍ରପାତ ଓ ବନ୍ୟାଦ୍ୱାରା ମୃତ୍ୟୁବରଣ କରିଥିବା ୨୬ ଜଣ ହିତାଧିକାରୀଙ୍କୁ ୪ ଲକ୍ଷ ଟଙ୍କା ଟଙ୍କା ଲେଖାଏଁ ମୋଟ ୧ କୋଟି ୪ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି । ଏହି ସମୀକ୍ଷା ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସହ ମୋରଡ଼ା ବିଧାୟକ ରାଜକିଶୋର ଦାସ, ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଏସପି କେ.ଆର ଡ୍ୟାନଦେଓଙ୍କ ସହ ଜିଲ୍ଲାର ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ, ବିଡ଼ିଓ ଏବଂ ତହସିଲଦାରମାନେ ଉପସ୍ଥିତ ଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.