ETV Bharat / state

ଶିବଲିଙ୍ଗ ଆକୃତିର ଏକ ବିଶାଳ କଇଁଛ ଉଦ୍ଧାର - Turtle

ଶିବଲିଙ୍ଗ ଆକୃତିର ଏକ ବିରଳ ବିଶାଳ କଇଁଛ ଉଦ୍ଧାର । ନଦୀ କୂଳରୁ କଇଁଛକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ଜାମଦା ଫରେଷ୍ଟର କଇଁଛଟିକୁ ଖଡଖାଇ ନଦୀକୁ ଛାଡି ଦେଇଥିଲେ । ଅଧିକ ପଢନ୍ତୁ

ଶିବଲିଙ୍ଗ ଆକୃତିର ଏକ ବିଶାଳ କଇଁଛ ଉଦ୍ଧାର
ଶିବଲିଙ୍ଗ ଆକୃତିର ଏକ ବିଶାଳ କଇଁଛ ଉଦ୍ଧାର
author img

By

Published : Nov 15, 2021, 4:10 PM IST

Updated : Nov 15, 2021, 7:25 PM IST

ରାଇରଙ୍ଗପୁର: ଶିବଲିଙ୍ଗ ଆକୃତିର ଏକ ବିରଳ ବିଶାଳ କଇଁଛ ଉଦ୍ଧାର । ନଦୀ କୂଳରୁ କଇଁଛକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ । ଏହାକୁ ଦେଖିବା ପାଇଁ ଲାଗିଛି ଲୋକଙ୍କ ଗହଳି । ସୂଚନା ଅନୁସାରେ, ମୟୂରଭ଼ଞ୍ଜ ଜିଲ୍ଲା ବହଳଦା ରେଞ୍ଜ ଅନ୍ତର୍ଗତ ରଙ୍ଗାମାଟିଆ ଗାଁ ନିକଟସ୍ଥ ଖଡଖାଇ ନଦୀ କୂଳରୁ ସ୍ଥାନୀୟ ଲୋକେ ଏକ କଇଁଛକୁ ଉଦ୍ଧାର କରିଥିଲେ ।

ଶିବଲିଙ୍ଗ ଆକୃତିର ଏକ ବିଶାଳ କଇଁଛ ଉଦ୍ଧାର

କଇଁଛ ପିଠିଟି ଶିବଲିଙ୍ଗ ଆକୃତିର ହୋଇଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ କଇଁଛଟିକୁ ଦେଖିବା ପାଇଁ ଭିଡ଼ ଲାଗିଥିଲା। ପରେ ସ୍ଥାନୀୟ ଲୋକେ କଇଁଛଟିକୁ ବନବିଭାଗକୁ ହସ୍ତାନ୍ତର କରିଥିଲେ। ତେବେ କଇଁଛଟିର ଆନୁମାନିକ ବୟସ ୧୦୦ ରୁ ୧୨୦ ବର୍ଷ ବୟସ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି। କୁଲେଇବିରା ସରପଞ୍ଚଙ୍କ ଉପସ୍ଥିତିରେ ଜାମଦା ଫରେଷ୍ଟର ସଦଳବଳେ ଯାଇ କଇଁଛଟିକୁ ଖଡଖାଇ ନଦୀକୁ ଛାଡି ଦେଇଥିଲେ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Last Updated : Nov 15, 2021, 7:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.