ବାରିପଦା: ମୟୁରଭଞ୍ଜ ଜିଲ୍ଲା ବଡସାହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପକ୍ଷରୁ ରିଲିଫ ବଣ୍ଟନ କରାଯାଇଛି। କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକଙ୍କ ନେତୃତ୍ୱରେ ରିଲିଫ ବଣ୍ଟନ କରାଯାଇଛି।
ଲଘୁଚାପ ଜନିତ ଲଗାଣବର୍ଷାରେ ମୟୂରଭଞ୍ଜ ଜିଲ୍ଲାର ବଡସାହି ନିର୍ବାଚନମଣ୍ଡଳୀରେ ବୁଢାବଳଙ୍ଗ ଓ ଗଙ୍ଗାହାର ନଦୀର ବନ୍ୟା ଦେଖାଦେଇଥିଲା । ବନ୍ୟାପଣି ମାଡି ଯିବା ଫଳରେ ବେତନଟୀ ଓ ବଡସାହି ବ୍ଲକର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଫଳରେ ବନ୍ୟା କ୍ଷତିଗ୍ରସ୍ତଙ୍କୁ ରବିବାର କଂଗ୍ରେସ ପକ୍ଷରୁ ରିଲିଫ ବଣ୍ଟନ କରାଯାଇଛି। ବାଲେଶ୍ବର କଂଗ୍ରେସ ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କ ନେତୃତ୍ବରେ ବଡସାହି କଂଗ୍ରେସ ତରଫରୁ ରିଲିଫ ବଣ୍ଟନ କରାଯାଇଛି ।
ରବିବାର ନବଜ୍ୟୋତି ପଟ୍ଟନାୟକ ବେତନଟୀ ବ୍ଲକ ଅନ୍ତର୍ଗତ ପାଟଳିପୁରା ଗ୍ରାମ ପଞ୍ଚାୟତରେ ରିଲିଫ ବଣ୍ଟନ କରିଛନ୍ତି । ଏହା ସହିତ କେନ୍ଦୁଆ ପଞ୍ଚାୟତର ଚୁଆପଦା ଗାଁ ଏବଂ ଗଡଦେଉଳିଆ ପଞ୍ଚାୟତର ଫଚପୋଖରୀ ଗାଁରେ ସୁଖିଲା ଖାଦ୍ୟ ମଧ୍ୟ ବାଣ୍ଟିଛନ୍ତି । ଏହି ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ରେ କଂଗ୍ରେସ ଜିଲ୍ଲା ସଭାପତି ହେମନ୍ତ ଦାସଙ୍କ ସହ ବହୁ କଂଗ୍ରେସ ନେତା ଉପସ୍ଥିତ ରହି ସହଯୋଗ କରିଥିଲେ ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ