ETV Bharat / state

ଦ୍ବିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ବନ୍ଦ, କୋରୋନା ପାଇଁ ଭାଙ୍ଗିଲା ୪୪୫ ବର୍ଷର ପରମ୍ପରା

ଦ୍ବିତୀୟ ଶ୍ରୀକ୍ଷେତ୍ର ରୂପେ ପରିଚିତ ବାରିପଦା ଶ୍ରୀ ଶ୍ରୀ ହରିବଳଦେଵ ଜୀଉଙ୍କ ରଥଯାତ୍ରା ବନ୍ଦ। ମନ୍ଦିରର ଇତିହାସରେ ପ୍ରଥମଥର ପାଇଁ ରଥଯାତ୍ରା ବନ୍ଦ ହୋଇଛି । ତେଣୁ ୪୪୫ ବର୍ଷର ପରମ୍ପରା ଭାଙ୍ଗିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

author img

By

Published : Jun 24, 2020, 6:00 PM IST

ଦ୍ବିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ବନ୍ଦ, କୋରୋନା ପାଇଁ ଭାଙ୍ଗିଲା ୪୪୫ ବର୍ଷର ପରମ୍ପରା
ଦ୍ବିତୀୟ ଶ୍ରୀକ୍ଷେତ୍ରରେ ରଥଯାତ୍ରା ବନ୍ଦ, କୋରୋନା ପାଇଁ ଭାଙ୍ଗିଲା ୪୪୫ ବର୍ଷର ପରମ୍ପରା

ବାରିପଦା: ଦ୍ବିତୀୟ ଶ୍ରୀକ୍ଷେତ୍ର ରୂପେ ପରିଚିତ ବାରିପଦା ଶ୍ରୀ ଶ୍ରୀ ହରିବଳଦେଵ ଜୀଉଙ୍କ ରଥଯାତ୍ରା ବନ୍ଦ। ମନ୍ଦିରର ଇତିହାସରେ ପ୍ରଥମଥର ପାଇଁ ରଥଯାତ୍ରା ବନ୍ଦ ହୋଇଛି । ତେଣୁ ୪୪୫ ବର୍ଷର ପରମ୍ପରା ଭାଙ୍ଗିଥିବା ଦେଖିବାକୁ ମିଳିଛି । ତେବେ ଚଳିତବର୍ଷ ଦ୍ବିତୀୟ ଶ୍ରୀକ୍ଷେତ୍ରରେ ନୀତିକାନ୍ତିକୁ ନେଇ ରଥଖଳାରୁ ଅଧିକ ସୂଚନା ଦେଇଛନ୍ତି ଆମ ମୟୂରଭଞ୍ଜ ସମ୍ବାଦଦାତା ।

ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କ ରଥଯାତ୍ରା ବନ୍ଦ ହୋଇଛି । ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ର ପୁରୀ ରଥଯାତ୍ରାର ଦିନକ ପରେ ଦ୍ବିତୀୟ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୁଏ ରଥଯାତ୍ରା। ତେବେ ଚଳିତ ବର୍ଷ କୋରୋନା ମହାମାରୀ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦ୍ବିତୀୟ ଶ୍ରୀକ୍ଷେତ୍ରରେ ବନ୍ଦ ହୋଇଛି ରଥଯାତ୍ରା। ମନ୍ଦିର ପରିସର ସହ ବାରିପଦା ବଡ଼ଦାଣ୍ଡରେ ଲାଗିଛି ୧୪୪ ଧାରା। ତେବେ ଦ୍ବିତୀୟ ଶ୍ରୀକ୍ଷେତ୍ରରେ ଶଙ୍କରାଚାର୍ଯ୍ୟଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀଜୀଉମାନଙ୍କୁ ମନ୍ଦିର ପରିସର ଐଶାନ୍ୟ କୋଣରେ ରଖାଯାଇ ରଥଯାତ୍ରାର ନୀତିକାନ୍ତି ଅନୁଷ୍ଠିତ ହେଉଛି। ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦା ସହ ଜିଲ୍ଲାରେ ମୋଟ ୧୦୧ଟି ଜଗନ୍ନାଥ ମନ୍ଦିରରେ ଚଳିତ ବର୍ଷ କୋରୋନା ପାଇଁ ରଥଯାତ୍ରା ବନ୍ଦ ରହିବା ସହ ୧୪୪ ଧାରା ଲାଗୁ କରାଯାଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.