ETV Bharat / state

Mayurbhanj Rape Case: ଦୁଷ୍କର୍ମକାରୀକୁ ୭ ବର୍ଷ ଜେଲ୍ - ଜେଲ୍ ଗଲା ଦୁଷ୍କର୍ମକାରୀ

ବୁଧବାର ବାରିପଦା ସ୍ପେଶାଲ କୋର୍ଟ ଏକ ଦୁଷ୍କର୍ମ ମାମଲାର ଶୁଣାଣି କରିଛନ୍ତି । ଦୁଷ୍କର୍ମକାରୀକୁ ୭ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ଅଧିକ ପଢନ୍ତୁ

ଦୁଷ୍କର୍ମକାରୀକୁ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ବାରିପଦା ସ୍ପେଶାଲ କୋର୍ଟ

author img

By

Published : Mar 10, 2022, 9:35 AM IST

ବାରିପଦା: ଦୁଷ୍କର୍ମକାରୀଙ୍କୁ ସଶ୍ରମ କାରାଦାଣ୍ଡଦେଶ ଶୁଣାଇଲେ ବାରିପଦା ସ୍ପେଶାଲ କୋର୍ଟ । ବୁଧବାର ଅଦାଲତ ଏହି ରାୟ ଶୁଣାଇଛନ୍ତି । ଜଗନ୍ନାଥ ପୂର୍ତ୍ତୀ ନାମକ ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ୭ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ଲକ୍ଷ ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି ସ୍ପେଶାଲ ଅତିରିକ୍ତ ସେସନ ଜଜ୍ ଦୁର୍ଗାଚରଣ ମିଶ୍ର ।

ସୂଚନା ଅନୁଯାୟୀ, ତିନି ବର୍ଷ ପୂର୍ବେ ଏହି ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଥିଲା । ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷୀ ଥାନା ଅନ୍ତର୍ଗତ ଅଞ୍ଚଳର ଜଗନ୍ନାଥ ପୁର୍ତ୍ତୀ ଜଣେ ମହିଳାଙ୍କ ଘରେ ପଶି ତାଙ୍କୁ ଦୁଷ୍କର୍ମ କରିଥିଲେ । ୨୦୧୯ ମସିହାରେ ବାଙ୍ଗିରିପୋଷି ପୋଲିସ ଅଭିଯୁକ୍ତକୁ ଗିରଫ କରି ଆଇପିସି ଧାରା ୩୭୬ ଓ ୪୫୦ ଅଧିନରେ କୋର୍ଟ ଚାଲାଣ କରିଥିଲା ।

ବୁଧବାର ସ୍ପେଶାଲ ଅତିରିକ୍ତ ସେସନ ଜଜ୍ ଏହି ମାମଲାର ଶୁଶାଣି କରିଛନ୍ତି । ବିଭିନ୍ନ ସାକ୍ଷୀ ପ୍ରମାଣକୁ ଭିତ୍ତିକରି ଅଭିଯୁକ୍ତ ଜଗନ୍ନାଥ ପୁର୍ତ୍ତୀକୁ ୭ ବର୍ଷ ସଶ୍ରମ ଜେଲଦଣ୍ଡ ଓ ଅନ୍ୟ ଏକ ଦଫାରେ ୬ ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସଙ୍ଗେ ସଙ୍ଗେ ପୀଡିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପାଇଁ ରାୟ ପ୍ରକାଶ କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.