ETV Bharat / state

Mayurbhanj Rape Case: ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍ - ମହିଳା ବଳତ୍କାରୀକୁ ଜେଲ୍

ମହିଳାଙ୍କୁ ଦୁଷ୍କର୍ମ ଅପରାଧରେ ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଦେଲେ ମୟୂରଭଞ୍ଜ-ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ । ଅଧିକ ପଢନ୍ତୁ

Mayurbhanj Rape Case: ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍

author img

By

Published : Dec 7, 2022, 7:35 AM IST

ବାରିପଦା: ମୟୂରଭଞ୍ଜ-ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଗତକାଲି(ମଙ୍ଗଳବାର) ଏକ ଦୁଷ୍କର୍ମ ମାମଲାର ଶୁଣାଣି କରିଛନ୍ତି । ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଅପରାଧରେ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ଦୁଷ୍କର୍ମକାରୀ ହେଉଛି ଝାରପୋଖରିଆ ଥାନା ପକପକା ଅଞ୍ଚଳର ଗଙ୍ଗାଧର ଦାସ(୬୦) । ବିଚାରପତି ସୁରେଶ ଚନ୍ଦ୍ର ପ୍ରଧାନ ଅଭିଯୁକ୍ତଙ୍କୁ ଜେଲ୍ ଦଣ୍ଡ ସହ ୧୨ ହଜାର ଟଙ୍କା ଜରିମାନା କରିଥିବା ବେଳେ ଜରିମାନା ଅନାଦେୟ ହେଲେ ଅଧିକ ୮ ମାସ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟ ପ୍ରକାଶ କରିଛନ୍ତି । ଏହାସହିତ ପୀଡିତାକୁ କ୍ଷତିପୂରଣ ବାବଦରେ ୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଜିଲ୍ଲା ଆଇନ ସହାୟତା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ୧ ଜୁଲାଇ ୨୦୨୦ ମସିହାରେ ଜଣେ ମହିଳା ଜଙ୍ଗଲରୁ ଜାଳେଣୀ କାଠପତ୍ର ସଂଗ୍ରହ କରିବାକୁ ଯାଇଥିଲେ । ଜଙ୍ଗଲରେ ମହିଳାଙ୍କୁ ଏକୁଟିଆ ପାଇ ଅଭିଯୁକ୍ତ ଗଙ୍ଗାଧର ତାଙ୍କୁ ଦୁଷ୍କର୍ମ କରିଥିଲା । ଘଟଣା ସମ୍ପର୍କରେ ପ୍ରଘଟ କଲେ ଜୀବନରୁ ମାରିଦେବାର ଧମକ ଚମକ ଦେବା ସହ ବିବାହର ପ୍ରତିଶ୍ରୁତି ଦେଇଥିଲା । ଏହାକୁ ନେଇ ମହିଳା ଜଣକ ଭୟଭୀତ ହୋଇ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇ ନଥିଲେ । ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଜଣକ ଜଙ୍ଗଲରେ ବାରମ୍ବାର ତାଙ୍କୁ ଦୁଷ୍କର୍ମ କରିବା ପରେ ମହିଳା ଜଣକ ୫ ମାସର ଗର୍ଭବତୀ ହୋଇଥିଲେ ।

ଏ ସମ୍ପର୍କରେ ପୀଡିତା ନିଜ ବଡ ଭଉଣୀକୁ ଜଣାଇବା ପରେ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ନେଇ ପୋଲିସ ଏକ ମାମଲା କେସ ନଂ ୨୨୮/୨୦ରେ ରୁଜୁ କରି ଉଭୟଙ୍କ ଡାକ୍ତରୀ ମାଇନା କରିବା ପରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲି । ୧୪ ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ରିପୋର୍ଟ ଓ ପୋଲିସର ତଦନ୍ତ ରିପୋର୍ଟକୁ ଭିତ୍ତି କରି ଜଜ୍ ମଙ୍ଗଳବାର ଅଭିଯୁକ୍ତକୁ ୧୦ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଅନ୍ୟପଟେ ମାମଲାର ବିଚାର ସମୟରେ ପୀଡିତାର ନବଜାତ ଶିଶୁଟିର ମୃତ୍ୟୁ ଘଟିଥିଲା । ଉକ୍ତ ମାମଲାକୁ ସରକାରୀ ଆଇନଜୀବୀ କୃଷ୍ଣଚନ୍ଦ୍ର ଦାସ ପରିଚାଳନା କରୁଥିଲେ ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.