ETV Bharat / state

ଶିମିଳିପାଳରେ ରୋପ-ୱେ ନିର୍ମାଣ ନେଇ ରାଜ୍ୟସଭାରେ ସରୋଜିନୀଙ୍କ ଦାବି

author img

By

Published : Nov 29, 2019, 12:02 AM IST

ରାଜ୍ୟସଭାର ଶୀତକାଳୀନ ଅଧୀବେଶନରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣରେ ରୋପ-ୱେ ନିର୍ମାଣ ଏବଂ ପର୍ଯ୍ୟଟନ ବିକାଶ ପାଇଁ ଦାବି କରିଛନ୍ତି ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ।

PHOTO
ସରୋଜିନୀଙ୍କ ଦାବି

ବାରିପଦା: ରାଜ୍ୟସଭାର ଶୀତକାଳୀନ ଅଧୀବେଶନରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣରେ ରୋପ-ୱେ ନିର୍ମାଣ ଏବଂ ପର୍ଯ୍ୟଟନ ବିକାଶ ପାଇଁ ଗୁରୁବାର ପୁଣି ଦାବି କରିଛନ୍ତି ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ ।

ଭିଡିଓ ସୌଜନ୍ୟ: ରାଜ୍ୟସଭା ଟିଭି

ରାଜ୍ୟସଭାରେ ଅଧ୍ୟକ୍ଷଙ୍କୁ ହେମ୍ରମ କହିଛନ୍ତି ଯେ, ଓଡିଶାର ଶିମିଳିପାଳ ଅଭୟାରଣ୍ୟ ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲ୍ଲାରେ ଅଛି ହେଲେ ଏଠାରେ ଜୈବ୍ୟ ପରିବେଶ ସଂରକ୍ଷଣ ଯୋଗୁଁ ଜିଲ୍ଲାରେ ଏପର୍ଯ୍ୟନ୍ତ ଶିଳ୍ପର ବିକାଶ ହୋଇପାରିନାହିଁ । ଏହା ବଦଳରେ ସେଠାରେ ପର୍ଯ୍ୟଟନର ବିକାଶ ନିତାନ୍ତ ଜରୁରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଭୟାରଣ୍ୟର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ସବୁ ଋତୁକୁ ସୁହାଇଲା ଭଳି ରାସ୍ତା ନିର୍ମାଣ କରିବା ଅସମ୍ଭବ ହେତୁ ରୋପ-ୱେ କୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଥିଲେ।

ଏହି ଅଭୟାରଣ୍ୟରେ ଅନେକ ଔଷଧୀୟ ବୃକ୍ଷ ସାଙ୍ଗକୁ ଟସର ଉତ୍ପାଦନ ମଧ୍ୟ ହେଉଛି । ତେଣୁ ଏହାର ଗମନାଗମନର ସଠିକ ଉନ୍ନତିକରଣ କରାଗଲେ ଅନେକ ନିଯୁକ୍ତି ସୃଷ୍ଟି ହୋଇପାରିବା ସହ ରାଜସ୍ବ ବୃଦ୍ଧି ହୋଇପାରିବ ବୋଲିରାଜ୍ୟସଭାରେ ଦାବି କରିଛନ୍ତି ସରୋଜିନୀ।

ସେହିପରି ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଲୱେ ଷ୍ଟେସନରୁ ଜବରଦଖଲ ଦୋକାନୀଙ୍କୁ ଉଚ୍ଛେଦ କରିବା ଉପରେ ମଧ୍ୟ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟସଭା ସାଂସଦ ହେମ୍ରମ ରାଜ୍ୟ ତଥା ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ପ୍ରସଙ୍ଗ ଉଠାଇ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିଲେ। ରାଜ୍ୟସଭାରେ ତାଙ୍କର ଆଉ ମାତ୍ର ଦୁଇ ମାସ କାର୍ଯ୍ୟକାଳ ବାକି ଥିବାବେଳେ ପୁଣି ଥରେ ଶିମିଳିପାଳ ଅଭୟାରଣ୍ୟ ପ୍ରସଙ୍ଗ ଉଠାଇ ଜିଲ୍ଲାବାସୀଙ୍କ ମନ କିଣିଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:୨୦୧୯-ରାଜ୍ୟସଭା ଶୀତକାଳୀନ ଅଧୀବେଶନରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣରେ ରୋପ-ୱେ ନିର୍ମାଣ ଏବଂ ପର୍ଯ୍ୟଟନ ବିକାଶ ପାଇଁ ଆଜି ପୁଣି ଦାବି କଲେ ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବମ। ସଂସଦ ରେ ବାଚସ୍ପତିଙ୍କୁ ଶ୍ରୀମତୀ ହେମ୍ରମ କହିଛନ୍ତି ଯେ, ଓଡ଼ିଶାର ଶିମିଳିପାଳ ଅଭୟାରଣ୍ୟ ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାରେ ଅଛି ହେଲେ ଏଠାରେ ଜୈବ୍ୟ ପରିବେଶ ସଂରକ୍ଷଣ ଯୋଗୁଁ ଏହି ଜିଲ୍ଲାରେ ଏ ପର୍ଯ୍ୟନ୍ତ ଶିଳ୍ପର ବିକାଶ ହୋଇପାରିନାହିଁ । ଏହା ବଦଳରେ ସେଠାରେ ପର୍ଯ୍ୟଟନର ବିକାଶ ନିତାନ୍ତ ଜରୁରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଭୟାରଣ୍ୟର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ସବୁ ଋତୁକୁ ସୁହାଇଲା ଭଳି ରାସ୍ତା ନିର୍ମାଣ କରିବା ଅସମ୍ଭବ ହେତୁ ରୋପ-ୱେ କୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଥିଲେ। ଏହି ଅଭୟାରଣ୍ୟରେ ଅନେକ ଔଷଧୀୟ ବୃକ୍ଷ ସାଙ୍ଗକୁ ଟସର ଉତ୍ପାଦନ ମଧ୍ୟ ହେଉଛି । ତେଣୁ ଏହାର ଗମନାଗମନର ସଠିକ ଉନ୍ନତିକରଣ କରାଗଲେ ଅନେକ ନିଯୁକ୍ତି ସୃଷ୍ଟି ହୋଇପାରିବା ସହ ରାଜସ୍ବ ବୃଦ୍ଧି ହୋଇପାରିବ ବୋଲି ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ । ସେହିପରି ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଲୱେ ଷ୍ଟେସନରୁ ଜବରଦଖଲ ଦୋକାନୀଙ୍କୁ ଉଚ୍ଛେଦ କରିବା ଉପରେ ମଧ୍ୟ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟସଭା ସାଂସଦ ଶ୍ରୀମତୀ ହେମ୍ରମ ରାଜ୍ୟ ତଥା ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ପ୍ରସଙ୍ଗ ଉଠାଇ ସବୁବେଳେ ଚର୍ଚ୍ଚାରେ ରହି ଆସୁଥିଲେ। ରାଜ୍ୟସଭାରେ ତାଙ୍କର ଆଉ ମାତ୍ର ଦୁଇ ମାସ କାର୍ଯ୍ୟକାଳ ବାକି ଥିବାବେଳେ ପୁଣି ଥରେ ଶିମିଳିପାଳ ଅଭୟାରଣ୍ୟ ପ୍ରସଙ୍ଗ ଉଠାଇ ଜିଲ୍ଲାବାସୀଙ୍କ ମନ କିଣିଛନ୍ତି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.