ETV Bharat / state

ସରକାରୀ ଟଙ୍କା ଆତ୍ମସାତ, ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଗିରଫ - ସରକାରୀ ଟଙ୍କା ଆତ୍ମସାତ

ଟଙ୍କା ଆତ୍ମସାତ କରି ଗିରଫ ହେଲେ ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ବିଶ୍ୱେଶ୍ୱର ଗିରି । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଭାବେ କାର୍ଯ୍ୟ କରୁଥିବା ବିଶ୍ୱେଶ୍ୱର ଗିରିକୁ ଗିରଫ କରିଛି ରରୁଆଁ ଥାନା ପୋଲିସ । ଅଧିକ ପଢନ୍ତୁ..

rairangpur-senior-clerk-of-sub-district-commissioners-office-arrested

author img

By

Published : Nov 18, 2020, 7:18 PM IST

ରାଇରଙ୍ଗପୁର: ଟଙ୍କା ଆତ୍ମସାତ କରି ଗିରଫ ହେଲେ ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ବିଶ୍ୱେଶ୍ୱର ଗିରି । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଭାବେ କାର୍ଯ୍ୟ କରୁଥିବା ବିଶ୍ୱେଶ୍ୱର ଗିରିକୁ ଗିରଫ କରିଛି ରରୁଆଁ ଥାନା ପୋଲିସ । ଲକ୍ଷାଧିକ ସରକାରୀ ଅର୍ଥ ଆତ୍ମସାତ କରିଥିବାର ସଂଗୀନ୍ ଅଭିଯୋଗ ପରେ ଗିରଫ କରିଛି ପୋଲିସ।

ସରକାରୀ ଟଙ୍କା ଆତ୍ମସାତ, ଉପଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଗିରଫ

ବିଭିନ୍ନ ସମୟରେ ସରକାରୀ ୫ ଲକ୍ଷ ୫୪ ହଜାର ଟଙ୍କା ହେରାଫେରି କରିଥିବା ଜଣାପଡିବା ପରେ ଥାନାରେ ମାମଲା ରୁଜୁ କରିଥିଲେ ରରୁଆଁ ତହସିଲଦାର। ବିଶ୍ୱେଶ୍ୱର ଗିରି ପୂର୍ବରୁ ରରୁଆଁ ତହସିଲରେ କିରାଣୀ ଭାବେ କାର୍ଯ୍ୟ କରୁଥିବା ସମୟରେ ଏହି ଅର୍ଥ ଆତ୍ମସାତ କରିଥିବାର ଅଭିଯୋଗ ହୋଇଥିଲେ ।

ଅଭିଯୋଗ ପରେ ଗତ ୩୦ ତାରିଖରେ ରରୁଆଁ ଥାନାରେ ତହସିଲଦାର ଲିଖିତ ଅଭିଯୋଗ କରିଥିଲେ। ଏନେଇ ରରୁଆଁ ଥାନା ପୋଲିସ କିରାଣୀ ବିଶେଶ୍ୱର ଗିରି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.