ETV Bharat / state

କୋରୋନା ଯୋଦ୍ଧା ଅତିରିକ୍ତ ଏସପିଙ୍କ ପାଇଁ ଏସଡିପିଓ ଅଫିସରେ ଶ୍ରଦ୍ଧାଞ୍ଜଳି ସଭା

author img

By

Published : Oct 18, 2020, 8:59 PM IST

କୋରୋନାରେ ମୃତ୍ୟୁ ହୋଇଥିବା ରାଇରଙ୍ଗପୁରର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଶୋକ କୁମାର ପଟ୍ଟନାୟକଙ୍କ ଦ୍ବାଦଶ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଛି । ଅଧିକ ପଢନ୍ତୁ..

କୋରୋନାରେ ମୃତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଶ୍ରଦ୍ଧାଞ୍ଜଳି ସଭା

ରାଇରଙ୍ଗପୁର: କୋରୋନାରେ ମୃତ୍ୟୁ ହୋଇଥିବା ରାଇରଙ୍ଗପୁରର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଶୋକ କୁମାର ପଟ୍ଟନାୟକଙ୍କ ଦ୍ବାଦଶ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ହୋଇଯାଇଛି । ରାଇରଙ୍ଗପୁର ଏସଡିପିଓଙ୍କ କାର୍ଯ୍ୟାଳୟ ପରିସରରେ ଶୋକ ସଭାର ଆୟୋଜନ କରାଯାଇ ତାଙ୍କ ଅମର ଆତ୍ମାର ଶାନ୍ତି ପାଇଁ ନୀରବ ପ୍ରାର୍ଥନା କରାଯାଇଛି ।

ଏସଡିପିଓ ସ୍ନେହାଶିଷ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବାମନଘାଟି ଉପଖଣ୍ଡର ସମସ୍ତ ଥାନାଧିକାରୀ, ପୋଲିସ କର୍ମଚାରୀ, ସ୍ଥାନୀୟ ବ୍ୟବସାୟୀ, ବୁଦ୍ଧିଜୀବୀ ଓ ସାମ୍ବାଦିକ ଯୋଗ ଦେଇ ତାଙ୍କର ସ୍ମୃତିଚାରଣ କରିଥିଲେ ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୬ ତାରିଖରେ ପଟ୍ଟନାୟକଙ୍କ କୋରୋନା ପଜିଟିଭ ରିପୋର୍ଟ ଆସିବା ପରେ ଅଧିକ ଚିକିତ୍ସା ପାଇଁ ବାରିପଦା ସ୍ଥିତ ବାଙ୍କିଶୋଳ କିମ୍ସ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତିନି ଦିନ ଚିକିତ୍ସିତ ହେବା ପରେ ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନ ଆସିବାରୁ ତାଙ୍କୁ ଭୁବନେଶ୍ବର କିମ୍ସ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସ୍ବର୍ଗତଃ ପଟ୍ଟନାୟକ ଜଣେ ଦକ୍ଷ, ଅଭିଜ୍ଞ ଓ ବରିଷ୍ଠ ପୋଲିସ ଅଧିକାରୀ ଭାବେ ସହରରେ ସୁପରିଚିତ ଥିବା ବେଳେ ଅଗଷ୍ଟ ମାସ ୬ ତାରିଖ ୨୦୧୭ ମସିହାରେ ରାଇରଙ୍ଗପୁର ସହରରେ ଅତିରିକ୍ତ ଏସପି ଭାବେ ଯୋଗ ଦେଇଥିଲେ। ଅବସର ପାଇଁ ଆଉ ଦୁଇ ବର୍ଷ ରହିଥିବା ବେଳେ ମେ ମାସ ୩୧ ତାରିଖ ୨୦୨୨ ମସିହାରେ ଅବସର ଗ୍ରହଣ କରିଥାନ୍ତେ। ହେଲେ ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ସ୍ବର୍ଗତଃ ପଟ୍ଟନାୟକଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଛି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.