ETV Bharat / state

ନିଆରା ଶିଶୁ ଦିବସ, ଥାନା ବୁଲିଲେ 200 ଛାତ୍ରଛାତ୍ରୀ - rairangpur police celebrate childrens day

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନାରେ ନିଆରା ଢ଼ଙ୍ଗରେ ଶିଶୁ ଦିବସ ପାଳିତ ହୋଇଯାଇଛି । ରାଇରଙ୍ଗପୁର ସହରର ବିଭିନ୍ନ ସରକାରୀ ବିଦ୍ୟାଳୟରୁ ପ୍ରାୟ ୨୦୦ ଛାତ୍ରଛାତ୍ରୀଙ୍କୁ ନେଇ ଟାଉନ ଥାନାରେ ଶିଶୁ ଦିବସ ପାଳନ କରିଛନ୍ତି ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ରଞ୍ଜନ କୁମାର ସେଠୀ।

ଫଚୋ ସୌଜନ୍ୟ:ପ୍ରତିନିଧି, ରାଇରଙ୍ଗପୁର
author img

By

Published : Nov 14, 2019, 10:55 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନାରେ ନିଆରା ଢ଼ଙ୍ଗରେ ଶିଶୁ ଦିବସ ପାଳିତ ହୋଇଯାଇଛି । ରାଇରଙ୍ଗପୁର ସହରର ବିଭିନ୍ନ ସରକାରୀ ବିଦ୍ୟାଳୟରୁ ପ୍ରାୟ ୨୦୦ ଛାତ୍ରଛାତ୍ରୀଙ୍କୁ ନେଇ ଟାଉନ ଥାନାରେ ଶିଶୁ ଦିବସ ପାଳନ କରିଛନ୍ତି ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ରଞ୍ଜନ କୁମାର ସେଠୀ ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ରାଇରଙ୍ଗପୁର

ପୋଲିସ ଷ୍ଟେସନ ବା ଥାନାର କାମ କଣ ? ଅନଲାଇନରେ କିଭଳି ଏତଲା ଦିଆଯାଏ ? ମୋ ସରକାର କାର୍ଯ୍ୟକ୍ରମ କିପରି ଚାଲିଛି ? ମହିଳା ଓ କନ୍ୟା ସନ୍ତାନ ମାନଙ୍କୁ ନିର୍ଯାତନା ଓ ହିଂସା ବିରୋଧରେ ଥାନା ପକ୍ଷରୁ କିଭଳି ସହାୟତା ମିଳିବ, ସେନେଇ ଛାତ୍ରଛାତ୍ରୀ ମାନଙ୍କ ସହ ଆଲୋଚନା କରିବା ସହିତ ପ୍ରଶାସନ ଓ ଲୋକମାନଙ୍କ ମଧ୍ୟରେ ଥିବା ସୁସମ୍ପର୍କକୁ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ ଥାନା ଅଧିକାରୀ।

ଛାତ୍ରଛାତ୍ରୀମାନେ ପୋଲିସର ଏଭଳି କାର୍ଯ୍ୟକ୍ରମ ପାଇଁ ବହୁତ ଖୁସି ବ୍ୟକ୍ତ କରିଥିବା ବେଳେ ଶିକ୍ଷକ ସମାଜ ଓ ବୁଦ୍ଧିଜୀବୀ ମାନେ ମଧ୍ୟ ବହୁ ପ୍ରଶଂସା କରିଛନ୍ତି।

ରାଇରଙ୍ଗପୁରରୁ ସ୍ମୃତିରଞ୍ଜନ ବିହାରୀ, ଇଟିଭି ଭାରତ

Intro:ରାଇରଙ୍ଗପୁର : ଆଜି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଙ୍କ ଜୟନ୍ତୀ। ସେ ଶିଶୁ ମାନଙ୍କୁ ବହୁତ ଭଲ ପାଉଥିବାରୁ ତାଙ୍କ ଜନ୍ମ ଦିନକୁ ଦେଶବ୍ୟାପୀ ଶିଶୁ ଦିବସ ଭାବେ ପାଳନ କରାଯାଉଛି। ତେବେ ଏହି ଅବସରରେ ଟାଉନ ଥାନା ଅଧିକାରୀ ଙ୍କ ନିଆରା ପ୍ରୟାସ ସାଧାରଣ ରେ ପ୍ରଶଂସା ର ପାତ୍ର ହୋଇପାରିଛି। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନାରେ ନିଆରା ଢ଼ଙ୍ଗରେ ଶିଶୁ ଦିବସ ପାଳିତ ହୋଇଯାଇଛି। ରାଇରଙ୍ଗପୁର ସହରର ବିଭିନ୍ନ ସରକାରୀ ବିଦ୍ୟାଳୟ ରୁ ପ୍ରାୟ ୨୦୦ ଜଣ ଛାତ୍ରଛାତ୍ରୀ ଙ୍କୁ ନେଇ ଟାଉନ ଥାନାରେ ନିଆରା ଢଙ୍ଗରେ ଶିଶୁ ଦିବସ ପାଳନ କରିଛନ୍ତି ରାଇରଙ୍ଗପୁର ଟାଉନ ଥାନା ଅଧିକାରୀ ରଞ୍ଜନ କୁମାର ସେଠୀ। ପୋଲିସ ଷ୍ଟେସନ ବା ଥାନା ର କାମ କଣ, ଅନଲାଇନ ରେ କିଭଳି ଏତଲା ଦିଆଯାଏ, ମୋ ସରକାର, ମହିଳା ଓ କନ୍ୟା ସନ୍ତାନ ମାନଙ୍କୁ ନିର୍ଯାତନା ଓ ହିଂସା ବିରୋଧରେ ଥାନା ପକ୍ଷରୁ କିଭଳି ସହାୟତା ପାଇ ପାରିବେ ସେ ନେଇ ଛାତ୍ର ଛାତ୍ରୀ ମାନଙ୍କ ସହ ଆଲୋଚନା କରିବା ସହିତ ସେମାନଙ୍କୁ ଏସବୁ ବିଷୟରେ ସଚେତନ କରିବା ସହ ବୁଝାଇଥିଲେ। ତା ସହିତ ପ୍ରଶାସନ ଓ ଲୋକ ମାନଙ୍କ ମଧ୍ୟରେ ଥିବା ସୁସମ୍ପର୍କ କୁ ନେଇ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇଥିଲେ ଥାନା ଅଧିକାରୀ। ପରିଶେଷରେ ଛାତ୍ର ଛାତ୍ରୀ ମାନଙ୍କୁ ଟାଉନ ଥାନା ଅଧିକାରୀ ଚକଲେଟ ଓ ପେନ ବଣ୍ଟନ କରିଥିଲେ। ଛାତ୍ର ଛାତ୍ରୀ ମାନେ ପୋଲିସ ର ଏଭଳି କାର୍ଯ୍ୟକ୍ରମ ପାଇଁ ବହୁତ ଖୁସି ବ୍ୟକ୍ତ କରିଥିବା ବେଳେ ଶିକ୍ଷକ ସମାଜ ଓ ବୁଦ୍ଧିଜୀବୀ ମାନେ ମଧ୍ୟ ବହୁ ପ୍ରଶଂସା କରିଛନ୍ତି।
ବାଇଟ୧ - ଛାତ୍ରୀ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ରାଇରଙ୍ଗପୁର
ବାଇଟ୨ - ଛାତ୍ରୀ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ରାଇରଙ୍ଗପୁର
ବାଇଟ୩ - ସ୍ମୃତି ରଞ୍ଜନ ପାଣି, ଜୁନିୟର ରେଡକ୍ରସ ରାଜ୍ୟ ସାଧନ କର୍ମୀ, ରାଇରଙ୍ଗପୁର।

Body:x

Conclusion:x

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.