ETV Bharat / state

ତେଜିଲା ରାଇରଙ୍ଗପୁର ଜିଲ୍ଲା ଗଠନ ଦାବି, ଆଜିଠୁ ସାମୁହିକ ଗଣଧାରଣା - mayurbhanj news

ରାଇରଙ୍ଗପୁରକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ପାଇଁ ଦାବି ଜୋର ଧରିଛି। ଏନେଇ ଆଜିଠୁ ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଧାରଣା ଦିଆଯାଇଛି। ଦାବି ପୂରଣ ନହେଲା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ସାମୁହିକ ଗଣଧାରଣା ଦିଆଯିବା ନେଇ ଚେତାବନୀ ଦିଆଯାଇଛି।

ରାଇରଙ୍ଗପୁର ଜିଲ୍ଲା ଗଠନ ଦାବି
ରାଇରଙ୍ଗପୁର ଜିଲ୍ଲା ଗଠନ ଦାବି
author img

By

Published : Jun 5, 2023, 7:36 PM IST

ରାଇରଙ୍ଗପୁର ଜିଲ୍ଲା ଗଠନ ଦାବି

ରାଇରଙ୍ଗପୁର: ପୁଣି ଜୋର ଧରିଲା ରାଇରଙ୍ଗପୁର ଜିଲ୍ଲା ଗଠନ ଦାବି । ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ନିଷ୍ପତ୍ତି କ୍ରମେ ଆଜି ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସାମୁହିକ ଗଣଧାରଣା ଦିଆଯିବ ବୋଲି କହିଛନ୍ତି ଆନ୍ଦୋଳନକାରୀ । ଏନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମୁହିକ ଗଣଧାରଣାରେ ବସିବା ପାଇଁ ଉଦ୍ଦିଷ୍ଟ ମଞ୍ଚର ଆରମ୍ଭ କରିଛନ୍ତି ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ । ଜାତୀୟ ପିତା ମହାତ୍ମାଗାନ୍ଧୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ପରେ ଶାନ୍ତିପୂର୍ଣ୍ଣ ଭାବରେ ଗଣଧାରଣାରେ ବସିଥିଲେ ଅଞ୍ଚଳବାସୀ ।

ଏହାପୂର୍ବରୁ ଶୁକ୍ରବାର ବାହାନଗାରେ ଘଟିଥିବା ଛାତିଥରା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ 2 ମିନିଟ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହାସହ ମହାପ୍ରଭୁଙ୍କ ନିକଟରେ ଆହତଙ୍କ ଆରୋଗ୍ୟ କାମନା କରାଯାଇଥିଲା । ତେବେ ଆଜି ଠାରୁ ଆରମ୍ଭ ହୋଇଥିବା ଏହି ସାମୁହିକ ଗଣଧାରଣାରେ ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସଭାପତି ଅକ୍ଷୟ ମହାନ୍ତି ରାଇରଙ୍ଗପୁରବାସୀଙ୍କ ସହଯୋଗ କାମନା କରିଥିଲେ ।

ରାଜ୍ୟ ସରକାରଙ୍କ ଦ୍ଵାରା ନୂତନ ଜିଲ୍ଲା ଗଠନ ପ୍ରକ୍ରିୟା ଆରମ୍ଭ କରାନଯିବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯିବ ବୋଲି କହିଛନ୍ତି ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସଭାପତି । ତେବେ ପୂର୍ବରୁ ନୂତନ ଜିଲ୍ଲା ଗଠନ ପ୍ରସଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଥିବା କହିଛନ୍ତି ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସଭାପତି । ସେପଟେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ ବିଧାନସଭାରେ ଜୋରଦାର ଦାବି ଉପସ୍ଥାପନ କରିବେ ବୋଲି ପ୍ରକାଶ କରିଛନ୍ତି ।

ଏହି ସାମୁହିକ ଗଣଧାରଣାରେ ଦଳଗତ ନିର୍ବିଶେଷରେ ସମସ୍ତ ଦଳର ବରିଷ୍ଠ ନେତା, ରାଇରଙ୍ଗପୁର ବାର୍ ଆସୋସିଏସନର ସଭାପତିଙ୍କ ସହ ଆଇନଜୀବୀ, ସମାଜସେବୀ, ବୁଦ୍ଧିଜୀବୀ, ଅଞ୍ଚଳର ବରିଷ୍ଠ ନାଗରିକ ଏବଂ ଗଣ ମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ଶାନ୍ତିପୂର୍ଣ୍ଣ ଭାବରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ରାଇରଙ୍ଗପୁର ଉପଖଣ୍ଡର ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ରାଇରଙ୍ଗପୁର ନୂତନ ଜିଲ୍ଲା ଦାବି ତେଜିବାରେ ଲାଗିଛି ।

ମୟୂରଭଞ୍ଜ ଜିଲ୍ଲା ଓଡ଼ିଶାର ସର୍ବବୃହତ ଜିଲ୍ଲା ଭାବେ ବେଶ୍ ପରିଚିତ । ଜିଲ୍ଲାର 4ଟି ଉପଖଣ୍ଡ ମଧ୍ୟରୁ ରାଇରଙ୍ଗପୁର (ବାମନଘାଟି) ଅନ୍ୟତମ । ଏଠାରେ ନିଜର ପୌରପାଳିକା ଅଞ୍ଚଳ ସମେତ 7ଟି ବ୍ଲକ ଓ 8ଟି ପୋଲିସ ଷ୍ଟେସନ। ରାଇରଙ୍ଗପୁରର କେତେକ ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ବାରିପଦା ୧୦୦ କିଲୋମିଟରରୁ ଅଧିକ ଥିବାରୁ ଯାତାୟାତ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଏହିଭଳି ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ରାଇରଙ୍ଗପୁରକୁ ନୂତନ ଜିଲ୍ଲା ଗଠନ ପାଇଁ ଦାବି ଜୋର ଧରିଛି ।

ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗତ ମେ ମାସ ୨୨ ତାରିଖ ଦିନ ୧୨ ଘଣ୍ଟିଆ ସମଗ୍ର ବାମନଘାଟି ଉପଖଣ୍ଡ ବନ୍ଦ ପାଳନ କରାଯାଇଥିଲା । ବାମନଘାଟିର ରାଇରଙ୍ଗପୁର ପୌରାଞ୍ଚଳ ସମେତ ୭ଟି ବ୍ଲକ ସହ ଉପଖଣ୍ଡ ଦେଇଯାଇଥିବା ୪୯ ନଂ ଜାତୀୟ ରାଜପଥ ଓ ୨୨୦ ନଂ ଜାତୀୟ ରାଜପଥରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.