ETV Bharat / state

ରାଇରଙ୍ଗପୁର ଅବକାରୀ ବିଭାଗର ଚଢାଉ, ବିପୁଳ ଦେଶୀ ମଦ ଜବତ - ବିପୁଳ ଦେଶୀ ମଦ ଜବତ

ବାମନଘାଟୀ ଉପଖଣ୍ଡର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ବେଆଇନ ଦେଶୀମଦ ପ୍ରସ୍ତୁତ ହେଉଥିବା ଖବର ପାଇ, ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା ।

Rairangpur excise department raid and huge quantity of local liquor spoil
ରାଇରଙ୍ଗପୁର ଅବକାରୀ ବିଭାଗର ଚଢାଉ, ବିପୁଳ ଦେଶୀ ମଦ ଜବତ
author img

By

Published : Jul 24, 2020, 8:51 PM IST

ରାଇରଙ୍ଗପୁର: ଦେଶୀମଦ ଭାଟି ଉପରେ ରାଇରଙ୍ଗପୁର ଅବକାରୀ ପୋଲିସର ଚଢାଉ । ବାମନଘାଟୀ ଉପଖଣ୍ଡର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ବେଆଇନ ଦେଶୀମଦ ପ୍ରସ୍ତୁତ ହେଉଥିବା ଖବର ପାଇ, ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା ।

ରାଇରଙ୍ଗପୁର ଅବକାରୀ ବିଭାଗର ଚଢାଉ, ବିପୁଳ ଦେଶୀ ମଦ ଜବତ

ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଧୀନସ୍ଥ ଛତ୍ରମଣ୍ଡଳ ଓ ବେତପାଣି ଗ୍ରାମରେ ଦେଶୀମଦ ପ୍ରସ୍ତୁତ ହେଉଥିବା ଖବର ମିଳିଥିଲା । ଏହାପରେ ରାଇରଙ୍ଗପୁର ଅବକାରୀ ବିଭାଗ ପକ୍ଷରୁ ଭାରପ୍ରାପ୍ତ ଅଧିକାରୀ ହରିହର ସିଂଙ୍କ ନେତୃତ୍ବରେ ଏହି ଚଢ଼ାଉ ଅପରେସନ ସଫଳ ହୋଇଥିଲା ।

ପରେ ବ୍ୟାପକ ପରିମାଣର ମଦରନ୍ଧା ସରଞ୍ଜାମ ଜବତ କରିବା ସହ ପ୍ରାୟ ୮୭ ଲିଟର ଦେଶୀ ମଦ ଜବତ କରାଯାଇଛି । ଏଥିସହିତ ମୋଟ୍ ୩୬୦୦ କିଲୋଗ୍ରାମ ମୋହୁଲ ପଚ ମଧ୍ୟ ନଷ୍ଟ କରାଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.