ETV Bharat / state

ଦେଶୀ ମଦ କାରଖାନାରେ ଚଢ଼ାଉ, 2 ହଜାର ଲିଟରରୁ ଊର୍ଦ୍ଧ୍ବ ପୋଚ ଜବତ

author img

By

Published : Oct 18, 2020, 8:03 PM IST

ଦେଶୀ ମଦ ତିଆରି କାରଖାନାରେ ଚଢ଼ାଉ । ଦୁଇ ହଜାର ଲିଟରରୁ ଅଧିକ ମହୁଲ ପୋଚ ଓ ୧୫୦ ଲିଟର ମହୁଲି ମଦ ନଷ୍ଟ କଲା ଅବକାରୀ ବିଭାଗ । ଅଧିକ ପଢନ୍ତୁ....

raid in wine factory in mayurbhanj
ଦେଶୀ ମଦ କାରଖାନାରେ ଚଢ଼ାଉ

ବାରିପଦା : ଦେଶୀମଦ ତିଆରି କାରଖାନା ଉପରେ ଅବକାରୀ ବିଭାଗର ଚଢ଼ାଉ। ଦୁଇ ହଜାର ଲିଟରରୁ ଅଧିକ ମହୁଲ ପୋଚ ସହ ୧୫୦ ଲିଟର ମହୁଲି ମଦ କୁ ନଷ୍ଟ କରିଛି ଅବକାରୀ ବିଭାଗ । ଏହାସହ ମଦ ତିଆରି ସରଞ୍ଜାମକୁ ମଧ୍ୟ ଜବତ କରିଛି । ସୂଚନା ଅନୁସାରେ, ମୟୁରଭଞ୍ଜ ଜିଲ୍ଲା ଡାଙ୍ଗରବିଲା ଓ ଶୁଖିଲାଖାଳି ଜଙ୍ଗଲ ଭିତରେ ଚାଲିଥିଲା ମହୁଲି ମଦ ତିଆରି କାରଖାନା। କୌଣସି ସୂତ୍ରରୁ ଖବରପାଇ ମୋରଡ଼ା ଅବକାରୀ ବିଭାଗ ଓ ବାରିପଦା ଅବକାରୀ ବିଭାଗର ସ୍ବତନ୍ତ୍ର ସ୍କ୍ବାର୍ଡ ଚଢ଼ାଉ କରିଥିଲା।

ଦେଶୀ ମଦ କାରଖାନାରେ ଚଢ଼ାଉ

ଦୁଇ ହଜାର ଲିଟରରୁ ଅଧିକ ମହୁଲ ପୋଚ ସହ ୧୫୦ ଲିଟର ମହୁଲି ମଦକୁ ନଷ୍ଟ କରି ଥିଲା ବିଭାଗ । ଏହି ଚଢ଼ାଉରେ ଅବକାରୀ ସ୍କ୍ବାର୍ଡର ଇନ୍ସପେକ୍ଟର ଓ ମୋରଡ଼ା ଅବକାରୀ ବିଭାଗ ଏସଆଇଙ୍କ ନେତୃତ୍ବରେ ଚଢ଼ାଉ କରାଯାଇଥିଲା । ମଦ ତିଆରି କାରଖାନାର ମାଲିକ ଏବଂ କାର୍ଯ୍ୟରତ ଶ୍ରମିକମାନେ ଖସି ପଳାଇଥିବା ଜଣାପଡିଛି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.