ETV Bharat / state

ଅଜଗର ଆତଙ୍କ; 2 ଦିନରେ ଉଦ୍ଧାର ହେଲେଣି 2 - ବାଦାମପାହାଡ଼ ବନବିଭାଗ

ବାଦାମପାହାଡ଼ ରେଞ୍ଜ ଅଧୀନ ଦୁବଲାବେଡା ଗ୍ରାମ ନିକଟରୁ ବନବିଭାଗ 8 ଫୁଟ ଲମ୍ବର ଅଜଗର ଉଦ୍ଧାର କରିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
author img

By

Published : Sep 9, 2019, 10:16 PM IST

ରାଇରଙ୍ଗପୁର: ବାଦାମପାହାଡ଼ ବନବିଭାଗ ପ୍ରାୟ 8 ଫୁଟ ଲମ୍ବର ଅଜଗର ଉଦ୍ଧାର କରିଛି । ବାଦାମପାହାଡ଼ ରେଞ୍ଜ ଅଧୀନ ଦୁବଲାବେଡା ଗ୍ରାମ ନିକଟରେ ଅଜଗରକୁ ଦେଖି ସ୍ଥାନୀୟ ଲୋକେ ବନବିଭାଗକୁ ଖବର ଦେଇଥିଲେ । ଏହାପରେ ବନବିଭାଗ କର୍ମଚାରୀ ଆସି ଅଜଗରକୁ ଉଦ୍ଧାର କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ବାଦାମପାହାଡ଼ ରେଞ୍ଜର ଅଶୋକ ଦାସଙ୍କ ନେତୃତ୍ବରେ ଅଜଗରକୁ ଉଦ୍ଧାର କରାଯାଇ ସୁରକ୍ଷିତ ଭାବେ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଥିଲା। ଅଜଗର ସାପଟି ଆଠ ଫୁଟ ଲମ୍ବର ହୋଇଥିବା ବାଦାମପାହାଡ଼ ରେଞ୍ଜର ସୂଚନା ଦେଇଛନ୍ତି । ଦିନକ ପୂର୍ବରୁ ଶିମିଳିପାଳ ଜାତୀୟ ଉଦ୍ୟାନ କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଗୁରୁଗୁଡ଼ିଆ ରେଞ୍ଜରେ ଏକ ଆଠ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଥିଲା ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:‌ରାଇରଙ୍ଗପୁର : ପୁଣି ଆଠ ଫୁଟିଆ ଅଜଗର ସାପ ଉଦ୍ଧାର। ସାପ ଟିକୁ ଉଦ୍ଧାର କରିଛି ବାଦାମପାହାଡ଼ ବନବିଭାଗ। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ବାଦାମପାହାଡ଼ ରେଞ୍ଜ ଅଧିନ ଦୁବଲାବେଡା ଗ୍ରାମ ନିକଟରେ ଥିବା ଏକ ଚାଷ ଜମିରେ ଅଜଗର ସାପଟିକୁ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ଏ ନେଇ ସ୍ଥାନୀୟ ଲୋକେ ତୁରନ୍ତ ବାଦାମପାହାଡ଼ ବନବିଭାଗ କୁ ଖବର ଦେଇଥିଲେ। ତେବେ ବାଦାମପାହାଡ଼ ରେଞ୍ଜର ଅଶୋକ ଦାସ ଙ୍କ ନେତୃତ୍ବରେ ଅଜଗର ସାପଟିକୁ ଉଦ୍ଧାର କରାଯାଇ ସୁରକ୍ଷିତ ଭାବେ ସ୍ଥାନୀୟ ଜଙ୍ଗଲରେ ଛାଡି ଦିଆଯାଇଥିଲା। ଅଜଗର ସାପଟି ଆଠ ଫୁଟ ଲମ୍ବର ବୋଲି ବାଦାମପାହାଡ଼ ରେଞ୍ଜର ସୂଚନା ଦେଇଥିଲେ।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.