ମୟୂରଭଞ୍ଜ : ଉପ-କାରାଗାରରୁ କଏଦୀ ଫେରାର ହୋଇଥିବା ଜଣାପଡିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ପଞ୍ଚପିଢ ଉପଖଣ୍ଡ ଉପ-କାରାଗାରରେ ।
ସୂଚନା ଅନୁଯାୟୀ, ଭଗବାନ ଟୁଡୁ ନାମକ ଜଣେ ବ୍ୟକ୍ତି 2017ରୁ ଏକ ହତ୍ୟା ମାମଲାରେ ଯାଜପୁର ଜିଲ୍ଲା କାଳିଆପାଣିରୁ ଆସି କରଞ୍ଜିଆ ଉପ କାରାଗାରରେ ବନ୍ଦୀ ଜୀବନ କାଟୁଥିଲେ । ଗତ 16 ତାରିଖ ରାତି ପ୍ରାୟ 9ଟା ସମୟରେ ସେ ଫେରାର ହୋଇଯାଇଥିବାବେଳେ କରଞ୍ଜିଆ ଥାନାରେ ଏନେଇ ଜେଲ ଅଧ୍ୟକ୍ଷ ଅଭିଯୋଗ କରିଛନ୍ତି ।
ତେବେ ଏହି ଘଟଣାକୁ ତିନି ଦିନ ବିତି ଯାଇଥିଲେ ମଧ୍ୟ ଜେଲ ଅଧ୍ୟକ୍ଷ ପୂର୍ବରୁ କାହିଁକି ଅଭିଯୋଗ ନ କରି ଏବେ ଅଭିଯୋଗ କରୁଛନ୍ତି ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏଥିସହ ଏ ଘଟଣାରେ ଅବହେଳା କରିଥିବା କର୍ମଚାରୀ ତଥା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହୋଇଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ