ETV Bharat / state

President Odisha Visit: ବାରିପଦା ଗସ୍ତରେ ଆସିବେ ରାଷ୍ଟ୍ରପତି

ରାଷ୍ଟ୍ରପତି ବାରିପଦା ସ୍ଥିତ ମହାରାଜା ଶ୍ରୀରାମ ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଗତ ବର୍ଷ ଜୁଲାଇ ମାସରେ ରାଷ୍ଟ୍ରପତି ହେବା ପରେ ଦୁଇ ଥର ଓଡିଶା ଗସ୍ତରେ ଆସିଛନ୍ତି । ଏହା ରାଷ୍ଟ୍ରପତିଙ୍କର ତୃତୀୟ ଓଡିଶା ଗସ୍ତ ହେବ । କିନ୍ତୁ ରାଷ୍ଟ୍ରପତି ଭାବେ ନିଜ ଗୃହ ଜିଲ୍ଲା ତଥା ନିଜର ଜନ୍ମମାଟିକୁ ପ୍ରଥମଥର ପାଇଁ ଆସିବେ ରାଷ୍ଟ୍ରପତି । ଅଧିକ ପଢନ୍ତୁ

author img

By

Published : Apr 20, 2023, 6:06 PM IST

Updated : Apr 20, 2023, 7:01 PM IST

ବାରିପଦା ଗସ୍ତରେ ଆସିବେ ରାଷ୍ଟ୍ରପତି
ବାରିପଦା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ବର: ନିଜ ଜିଲ୍ଲା ମୟୂରଭଞ୍ଜ ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମେ’ ୯ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ବାରିପଦା ଗସ୍ତରେ ଆସିବେ । ବାରିପଦା ମହାରାଜା ଶ୍ରୀରାମ ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର 12 ତମ ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ ରାଷ୍ଟ୍ରପତି ମୁର୍ମୁ । ଏନେଇ ୟୁନିଭର୍ସିଟି ଭିସିଙ୍କୁ ରାଷ୍ଟ୍ରପତିଙ୍କ ପ୍ରାଇଭେଟ ସେକ୍ରେଟାରୀଙ୍କ ଚିଠି ପରେ ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପର୍କରେ ସୂଚନା ମିଳିଛି ।

ରାଷ୍ଟ୍ରପତି ବାରିପଦା ସ୍ଥିତ ମହାରାଜା ଶ୍ରୀରାମ ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଗତ ବର୍ଷ ଜୁଲାଇ ମାସରେ ରାଷ୍ଟ୍ରପତି ହେବା ପରେ ଦୁଇ ଥର ଓଡିଶା ଗସ୍ତରେ ଆସିଛନ୍ତି । ଏହା ରାଷ୍ଟ୍ରପତିଙ୍କର ତୃତୀୟ ଓଡିଶା ଗସ୍ତ ହେବ । କିନ୍ତୁ ରାଷ୍ଟ୍ରପତି ଭାବେ ନିଜ ଗୃହ ଜିଲ୍ଲା ତଥା ନିଜର ଜନ୍ମମାଟିକୁ ପ୍ରଥମଥର ପାଇଁ ଆସିବେ ରାଷ୍ଟ୍ରପତି । ଯାହାକୁ ନେଇ ଏବେ ଓଡିଶା ସମେତ ପୁରା ମୟୂରଭଞ୍ଜବାସୀ ଉତ୍ସାହିତ ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମେ ୯ ତାରିଖ ରେ ଦିନ ୧୦ ରୁ ୧୧ଟା ପର୍ଯ୍ୟନ୍ତ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ନେଇ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସଚିବ ସମ୍ପଦ ମେହେତା ଚିଠି ଯୋଗେ ଗୁରୁବାର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କୁ ସୂଚନା ଦେଇଛନ୍ତି। ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମେତ ରାଜ୍ୟପାଳ ଗଣେଶୀ ଲାଲ ଓ ଅନ୍ୟାନ୍ୟ ମନ୍ତ୍ରୀ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି କୁଳସଚିବ ସହଦେବ ସମାଧିଆ ସୂଚନା ଦେଇଛନ୍ତି। ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ନିଜ ଜିଲ୍ଲାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବାକୁ ଥିବା ସମସ୍ତଙ୍କ ମଧ୍ୟରେ ଖୁସି ଓ ଉତ୍ସାହ ଦେଖିବାକୁ ମିଳିଛି।

ଗସ୍ତ ଅବସରରେ ରାଷ୍ଟ୍ରପତି ରାଇରଙ୍ଗପୁର ସ୍ଥିତ ବାସଭବନ ଓ ତାଙ୍କ ଗ୍ରାମ ପାହାଡ଼ପୁର କୁ ଯିବାର କାର୍ଯ୍ୟକ୍ରମ ଥିବା ନେଇ ସୂଚନା ମିଳିଛି। ରାଇରଙ୍ଗପୁର ଗସ୍ତ କୁ ନେଇ ସରକାରୀ ସ୍ତରରେ କୌଣସି ସୂଚନା ମିଳି ପାରିନାହିଁ। ତେବେ ତାଙ୍କ ଗସ୍ତକୁ ନେଇ ସୁରକ୍ଷା, ରହଣି ଆଦି ବ୍ୟବସ୍ଥାକୁ କିପରି ସୁନ୍ଦର ଭାବେ ପରିଚାଳନା କରାଯିବ ସେନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କ ମଧ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ପୂର୍ବରୁ ରାଷ୍ଟ୍ରପତି ପ୍ରଥମ ଓଡ଼ିଶା ଗସ୍ତରେ ପୁରୀ ଯାଇ ଶ୍ରୀଜୀଉଙ୍କୁ ପୂଜାର୍ଚନା ଦର୍ଶନ କରିଥିଲେ । ଏହାସହ ତଳେ ବସି ମହାପ୍ରସାଦ ସେବନ କରିଥିଲେ । ଦ୍ବିତୀୟ ଗସ୍ତ ଥିଲା ରମାଦେବୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ । ନିଜେ ପଢ଼ୁଥିବା ରମାଦେବୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ରାଷ୍ଟ୍ରପତି ।

ଅନ୍ୟପଟେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବାରିପଦା ମହାରାଜା ଶ୍ରୀରାମ ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ରାଷ୍ଟ୍ରପତିଙ୍କ ଗସ୍ତ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି । ରାଷ୍ଟ୍ରପତିଙ୍କ ଗସ୍ତ ପ୍ରସ୍ତୁତିର ସମୀକ୍ଷା କରିବେ ମୁଖ୍ୟ ଶାସନ ସଚିବ ।

ସୂଚନାଯୋଗ୍ଯଯେ ବର୍ତ୍ତମାନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହିମାଚଳ ପ୍ରଦେଶ ଗସ୍ତରେ ଅଛନ୍ତି । ଏପ୍ରିଲ 18 ରୁ 4 ଦିନିଆ ହିମାଚଳ ପ୍ରଦେଶ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ଗତ ବର୍ଷ ଜୁଲାଇରେ ରାଷ୍ଟ୍ରପତି ହେବା ପରେ ଏହା ହିମାଚଳ ପ୍ରଦେଶକୁ ପ୍ରଥମ ଗସ୍ତ ।

ଇଟିଭି ଭାରତ, ଭୁବନେଶ୍ବର/ ବାରିପଦା

Last Updated : Apr 20, 2023, 7:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.