ETV Bharat / state

ଗାଁକୁ ନାହିଁ ରାସ୍ତା, ଖଟିଆରେ ବୁହା ହେଲେ ଗର୍ଭବତୀ - Rairangapur news

ପ୍ରହସନ ପାଲଟିଛି ସରକାରୀ ଯୋଜନା । ଖାଲି ନାଁକୁ ମାତ୍ର ବିଭିନ୍ନ ସରକାରୀ ଯୋଜନା । ଆଜି ବି ଅନେକ ଗାଁକୁ ନାହିଁ ଖଣ୍ଡିଏ ଭଲ ରାସ୍ତା । ଫଳରେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ଲୋକେ । ଭଲ ରାସ୍ତା ଅଭାବରୁ ପ୍ରଭାବିତ ହେଉଛି ରୋଗୀ ସେବା । ଅଧିକ ପଢନ୍ତୁ

ଗାଁ କୁ ନାହିଁ ରାସ୍ତା, ଖଟିଆରେ ବୁହା ହେଲେ ଗର୍ଭବତୀ

author img

By

Published : Nov 25, 2021, 12:57 PM IST

ରାଇରଙ୍ଗପୁର: ପ୍ରହସନ ପାଲଟିଛି ସରକାରୀ ଯୋଜନା । ଖାଲି ନାଁକୁ ମାତ୍ର ବିଭିନ୍ନ ସରକାରୀ ଯୋଜନା । ଆଜି ବି ଅନେକ ଗାଁକୁ ନାହିଁ ଖଣ୍ଡିଏ ଭଲ ରାସ୍ତା । ଫଳରେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି ଲୋକେ । ଭଲ ରାସ୍ତା ଅଭାବରୁ ପ୍ରଭାବିତ ହେଉଛି ରୋଗୀ ସେବା । ଖରାପ ରାସ୍ତା ପାଇଁ ଗାଁକୁ ଆମ୍ବୁଲାନ୍ସ ନ ଯାଇ ପାରିବାରୁ ପୁଣି ଖଟିଆରେ ବୁହା (Pregnant women carried on a cot) ହୋଇଛନ୍ତି ଗର୍ଭବତୀ ।

ଗାଁ କୁ ନାହିଁ ରାସ୍ତା, ଖଟିଆରେ ବୁହା ହେଲେ ଗର୍ଭବତୀ

ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଠାକୁରମୁଣ୍ଡା ବଜାରରୁ ୫ କିମି ଦୂରରେ ରହିଛି ଦିରିବ ଗାଁ । ଭଲ ରାସ୍ତା ଗ୍ରାମବାସୀଙ୍କ ପାଇଁ ସ୍ବପ୍ନ ହୋଇଛି । ଗାଁର ହୋ ସାହିରେ ରହନ୍ତି କୁଅଁର ହୋ । ତାଙ୍କ ସ୍ତ୍ରୀ ପ୍ରଥମ ସନ୍ତାନର ଗର୍ଭ ଯନ୍ତ୍ରଣା ଭୋଗିବାରୁ ଆମ୍ବୁଲାନ୍ସକୁ ଡକାଗଲା । ମାତ୍ର ରାସ୍ତା ନଥିବାରୁ ପ୍ରାୟ ୨ କିମି ଖଟିଆରେ ଗାଁ ସ୍କୁଲ ପର୍ଯ୍ୟନ୍ତ ବୋହି ଆଣିବାକୁ ପଡିଲା । ସ୍କୁଲ ପାଖରେ ପହଞ୍ଚିବା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ଏବେ ମା ଓ ଝିଅ ଉଭୟ ସୁସ୍ଥ ଥିବା ଜଣାପଡିଛି।

ତେବେ ଦୁର୍ଭାଗ୍ୟର କଥା ହେଉଛି ଦିରିବ ଗାଁ କେନ୍ଦ୍ର ସରକାରଙ୍କ ଆର୍ଥିକ ସହଯୋଗ ମିଳୁଥିବା ଏକ ଗ୍ରାମୀଣ ଅଞ୍ଚଳ । କାମ ସରିବାକୁ ଗଲାଣି ଅଥଚ ଗାଁରୁ ସାହିକୁ ରାସ୍ତା ଫିଟି ପାରିଲାନି l ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି ଗ୍ରାମବାସୀ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.