ETV Bharat / state

ଫରେଷ୍ଟଗାର୍ଡଙ୍କ ଅମାନବୀୟ କାଣ୍ଡ, କାଠ ଚୋରି ଅଭିଯୋଗରେ ଗର୍ଭବତୀ ମହିଳାଙ୍କୁ ମାଡ

କାଠ ଚୋରି ଅଭିଯୋଗରେ ଗର୍ଭବତୀ ମହିଳାଙ୍କୁ ନିର୍ଧୁମ ମାଡ଼ ମାରିବା ସହ ହାତ ଭାଙ୍ଗିଲେ ବନବିଭାଗ କର୍ମଚାରୀ । ଅଧିକ ପଢନ୍ତୁ...

pregnant-women-and-old-women-beaten-by-lady-forest-guard-of-karangia-range
ମହିଳା ଫରେଷ୍ଟରଙ୍କ ଅମମାନବିୟ କାଣ୍ଡ ଗର୍ଭବତୀ ମହିଳାଙ୍କୁ ନିର୍ଧୁମ ମାଡ଼
author img

By

Published : Feb 21, 2020, 5:32 PM IST

Updated : Feb 22, 2020, 12:58 AM IST

ରାଇରଙ୍ଗପୁର: କାଠ ଚୋରି ଅଭିଯୋଗରେ ଗର୍ଭବତୀ ମହିଳାଙ୍କୁ ନିର୍ଧୁମ ମାଡ଼ ମାରିବା ସହ ହାତ ଭାଙ୍ଗିଲେ ବନବିଭାଗ କର୍ମଚାରୀ । ଏନେଇ ଅଭିଯୋଗ ଆସିବା ପରେ ଫରେଷ୍ଟଗାର୍ଡଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନବିଭାଗ ଅନ୍ତର୍ଗତ ଦୁଧିଆଣିରେଞ୍ଜ ତାଟ ବାର୍ହାପାଣପୋଷି ଗ୍ରାମରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା । ସାମାନ୍ୟ କାଠ ଚୋରି ଘଟଣାକୁ କେନ୍ଦ୍ରକରି କବିତା ବେହେରା ନାମକ ଜନୈକ ଫରେଷ୍ଟଗାର୍ଡ ନିଜର ହିତାହିତ ଜ୍ଞାନ ଭୁଲି ଜଣେ ୬୫ ବର୍ଷର ବୃଦ୍ଧା ଏବଂ ତାଙ୍କ ଗର୍ଭବତୀ ନାତୁଣୀଙ୍କୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ତେବେ ଉଭୟ ଆହତଙ୍କୁ ପ୍ରଥମେ ତାଟୋ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଯାଇଛି ।

ସାମନ୍ୟ କାଠ ଚୋରି ଅଭିଯୋଗରେ ଜଣେ ଗର୍ଭବତୀ ମହିଳା ଏବଂ ବୃଦ୍ଧାଙ୍କୁ ନିର୍ଧୁମ ପିଟିବା ପଛର କାରଣ କ'ଣ ଥାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ପରିବାର ଲୋକେ ଏନେଇ କରଞ୍ଜିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଉକ୍ତ ଫରେଷ୍ଟଗାର୍ଡଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : Feb 22, 2020, 12:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.