ETV Bharat / state

ଜନନୀ ଯନ୍ତ୍ରଣାର କରୁଣ ଚିତ୍ର, ରାସ୍ତାରେ ପ୍ରସବ କଲେ ମହିଳା

author img

By

Published : Jul 30, 2021, 2:35 PM IST

ସ୍ବାଧିନତାର ୭୪ ବର୍ଷ ପରେ ଗାଁକୁ ନାହିଁ ପକ୍କା ରାସ୍ତା । ଆମ୍ବୁଲାନ୍ସ ନଆସିବାରୁ ଖଟିଆରେ ବୁହା ହୋଇଯିବା ସମୟରେ ଅଧାବାଟରେ ପ୍ରସବ କଲେ ମହିଳା । ଅଧିକ ପଢନ୍ତୁ...

ଜନନୀ ଯନ୍ତ୍ରଣାର କରୁଣ ଚିତ୍ର, ରାସ୍ତାରେ ପ୍ରସବ କଲେ ମହିଳା
ଜନନୀ ଯନ୍ତ୍ରଣାର କରୁଣ ଚିତ୍ର, ରାସ୍ତାରେ ପ୍ରସବ କଲେ ମହିଳା

ରାଇରଙ୍ଗପୁର: ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର କରୁଣ ଚିତ୍ର । ଗାଁକୁ ରାସ୍ତା ନଥିବାରୁ ପହଞ୍ଚି ପାରିଲାନାହିଁ ଆମ୍ବୁଲାନ୍ସ । ଶେଷରେ ଖଟିଆରେ ବୁହା ହୋଇ ଆସୁଥିବା ସମୟରେ ଅଧାବାଟରେ ପ୍ରସବ କଲେ ମହିଳା । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକ ଅନ୍ତର୍ଗତ କାଶିପାଳ ଗ୍ରାମରେ ।

ଗ୍ରାମର ସୁମି ହୋ ନାମକ ଜନୈକ ମହିଳାଙ୍କୁ ପ୍ରସବ ବେଦନା ହେବାରୁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ହେଲେ ଗାଁକୁ ପକ୍କା ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସଟି ଆସିବା ସମୟରେ ବର୍ଷା ଯୋଗୁ ହୋଇଥିବା କାଦୁଅରେ ଫସି ଯାଇଥିଲା । ଫଳରେ ଗର୍ଭବତୀ ମହିଳାଙ୍କୁ ୨ କିମି ଖଟିଆରେ ବୁହା ହୋଇ ଆମ୍ବୁଲାନ୍ସ ନିକଟକୁ ଆଣିବା ସମୟରେ ଅଧାବାଟରେ ଗୋଟିଏ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ମହିଳା ।

ତେବେ ତାଙ୍କୁ ଉକ୍ତ ଆମ୍ବୁଲାନ୍ସରେ ଆଣି ଯଶୀପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଉଭୟ ମାଆ ପୁଅ ସୁସ୍ଥ ଥିବା ଜଣାପଡିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ସ୍ବାଧିନତାର ୭୪ ବର୍ଷ ପରେ ବି କାହିଁକି ଏହି ଗାଁକୁ ଛୁଇଁ ପାରିନି ବିକାଶ ? ପ୍ରତି ଗାଁରେ ପକ୍କା ରାସ୍ତା ପାଇଁ କେନ୍ଦ୍ର ସରକାରଠୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ଯୋଜନା ନାରେ ଡିଣ୍ଡିମ ପିଟୁଥିବା ବେଳେ ଏହା ହେଉଛି ତାର ବାସ୍ତବ ଚିତ୍ର । ଖାଲି ଦେଖିବାକୁ ବାକି ରହିଲା କେବେ ହେଉଛି ଗାଁରେ ପକ୍କା ରାସ୍ତା, ଆଉ କେବେ ସରୁଛି ଗାଁ ଲୋକଙ୍କ ଦୁଃଖ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.