ETV Bharat / state

ଗାଁକୁ ନାହିଁ ରାସ୍ତା, ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ

author img

By

Published : Jun 15, 2021, 4:32 PM IST

ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ, ଏପରି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଳକ ରାଣୀପୋଖରୀ ଗ୍ରାମପଞ୍ଚାୟତ ରଜତନଗର ଗ୍ରାମରେ। ଅଧିକ ପଢ଼ନ୍ତୁ...

pregnant woman carried in cot, no road in rajatnagar village of mayurbhanj, rajatnagar village of mayurbhanj, ଗାଁକୁ ନାହିଁ ରାସ୍ତା, ଖଟିଆରେ ବୁହାହେଲେ ଗର୍ଭବତୀ, ରଜତନଗର ଗ୍ରାମ, ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଳକ
ଗାଁକୁ ନାହିଁ ରାସ୍ତା, ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ

ବାରିପଦା: ରାଜ୍ୟରେ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା । ଗାଁକୁ ରାସ୍ତା ନଥିବାରୁ ଖଠିଆରେ ବୁହା ହୋଇ ଗଲେ ଗର୍ଭବତୀ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ରଜତନଗର ଗାଁରେ ଦେଖିବାକୁ ମିଳିଛି ଏ ଭଳି ଘଟଣା।

କପ୍ତିପଦା ବ୍ଳକ ରାଣୀପୋଖରୀ ଗ୍ରାମପଞ୍ଚାୟତ ରଜତନଗର ଗାଁର ସମା ସିଂ ଙ୍କ ସ୍ତ୍ରୀଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ପାଖାପାଖି ଏକ କିଲୋମିଟର ପର୍ଯ୍ୟନ୍ତ ତାଙ୍କୁ ଖଟଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥିଲେ ଗ୍ରାମବାସୀ ।

କିଛିଦିନ ପୂର୍ବରୁ ବାତ୍ୟା ୟାସ ଯୋଗୁଁ ଗ୍ରାମକୁ ଯାଇଥିବା ଏକମାତ୍ର ରାସ୍ତାର ଗୋଟିଏ ଜାଗାରେ ଏକ ବିରାଟ ଘାଇ ସୃଷ୍ଟି ହଇଥିବାରୁ ଗ୍ରାମକୁ ରାସ୍ତା ନାହିଁ, ଫଳରେ ଗ୍ରାମକୁ କୌଣସି ଗାଡି଼ ମଟର ଯାତାୟାତ କରି ପାରୁନି ଯାହା ଫଳରେ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି । ଗ୍ରାମବାସୀମାନେ ଏ ସମ୍ପର୍କରେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ବି ବର୍ତ୍ତମାନ ସୁଦ୍ଧା ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାକ୍ରମ ହାତକୁ ନିଆଯାଇନାହିଁ ।

ତେବେ ଏପର୍ଯ୍ୟନ୍ତ ପ୍ରଶାସନ ରାସ୍ତା ଘାଇ ପ୍ରତି ଧ୍ୟାନ ଦେଇନଥିବାରୁ ଲୋକେ ଏପରି ଗୁରୁତର ରୋଗୀଙ୍କୁ ଖଟିଆରେ ବୋହି ଆଣୁଥିବା ଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ସରକାର ସବୁବେଳେ ‘‘ଗାଁକୁ କାମ ମା’କୁ ସମ୍ମାନ’’ କଥା କହୁଥିଲେ ବି ଏଠାରେ ଏହାର ବାସ୍ତବ ଚିତ୍ର କିନ୍ତୁ ଅଲଗା କଥା କହୁଛି।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.