ETV Bharat / state

ଖରାପ ରାସ୍ତା ଯୋଗୁଁ ଆସିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ଗର୍ଭବତୀ - ମୟୂରଭଞ୍ଜରେ ବିକାଶର ନଗ୍ନ ଚିତ୍ର

ପୁଣି ସାମ୍ନାକୁ ଆସିଲା ବିକାଶର ନଗ୍ନ ଚିତ୍ର । ୨ କିଲୋମିଟର ଖଟିଆରେ ବୁହା ହେଲେ ଗର୍ଭବତୀ । ଅଧିକ ପଢନ୍ତୁ...

pregnant-woman-carried-on-cot-in-mayurbhanj
ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ
author img

By

Published : Oct 5, 2021, 11:55 AM IST

ରାଇରଙ୍ଗପୁର: ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ । ରାସ୍ତା ଭଲ ନଥିବାରୁ ପ୍ରାୟ ୨ କିମି ଖଟିଆରେ ବୁହା ହେବା ପରେ ଆମ୍ବୁଲାନ୍ସ ଯୋଗେ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଭାଲିଆଡାଳ ଗ୍ରାମ ବେଣୁଆଦର ସାହିରୁ ଆସିଛି ବିକାଶର ଏହି ନଗ୍ନ ଚିତ୍ର ।

ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ

ସୂଚନା ଅନୁଯାୟୀ, ବେଣୁଆଦର ସାହିର ରାମ ପୂର୍ତ୍ତିଙ୍କ ସ୍ତ୍ରୀ ସମ୍ବାରି ପୂର୍ତ୍ତିଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ମାତ୍ର ଭାଲିଆଡାଳରୁ ବେଣୁଆଦରକୁ ପ୍ରାୟ ୨ କିମି ରାସ୍ତା ଅତି ଖରାପ ଥିବାରୁ ଆମ୍ବୁଲାନ୍ସ ସାହିକୁ ଯାଇନପାରି ମଝି ବାଟରେ ଅଟକି ରହିଥିଲା । ଶେଷରେ ଗ୍ରାମବାସୀ ବାଧ୍ୟ ହୋଇ ସମ୍ବାରିଙ୍କୁ ୨ କିଲୋମିଟର ଖଟିଆରେ ବୋହିବା ପରେ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ।

ତେବେ ସମ୍ବାରି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ବର୍ତ୍ତମାନ ଉଭୟ ମାଆ ଏବଂ ଛୁଆ ସୁସ୍ଥ ଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି । ସରକାର ଗର୍ଭବତୀ, ଶିଶୁ ଓ ମହିଳାଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଦୁର୍ଗମ ଅଞ୍ଚଳକୁ ଭଲ ରାସ୍ତା ନଥିବାରୁ ଲୋକେ ନାନା ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଏନେଇ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗାଁକୁ ଭଲ ରାସ୍ତା ହୋଇପାରିଲା ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.