ETV Bharat / state

ଦଳକୁ ସୁଦୃଢ କରିବା ପାଇଁ ଦଳୀୟ କର୍ମୀଙ୍କ ସହ ଆଲୋଚନା କଲେ ପ୍ରଣବ ପ୍ରକାଶ ଦାସ - Pranab Prakash das meeting with party workers

ମୟୂରଭଞ୍ଜ ଜିଲ୍ଲା ଗସ୍ତରେ କରିଛନ୍ତି ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଗସ୍ତ ସମୟରେ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଜେଡି କର୍ମୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଣବ। ଅଧିକ ପଢନ୍ତୁ...

Pranab Prakash das meeting with party workers in Moroda
ମୟୂରଭଞ୍ଜ ଗସ୍ତ କରି ଦଳୀୟ କର୍ମୀଙ୍କ ସହ ଆଲୋଚନା କଲେ ପ୍ରଣବ ପ୍ରକାଶ ଦାସ
author img

By

Published : May 21, 2020, 5:26 PM IST

ବାରିପଦା: ବାତ୍ୟା 'ଅମ୍ପାନ' ପ୍ରଭାବରେ କ୍ଷତିଗ୍ରସ୍ତ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଗୁରୁବାର ଗସ୍ତ ସମୟରେ ସେ ବିଜେଡି କର୍ମୀଙ୍କୁ ନିଜ ନିଜ ନିର୍ବାଚନ ମଣ୍ଡଳୀରେ କୋରୋନା ସହ ବାତ୍ୟା ଅମ୍ପାନରେ ପ୍ରଭାବିତ ଲୋକଙ୍କ ନିକଟରେ ପହଞ୍ଚି ସୁଖ ଦୁଃଖରେ ସାମିଲ ହେବା ପାଇଁ କହିଥିଲେ ।

ମୟୂରଭଞ୍ଜ ଗସ୍ତ ସମୟରେ ଦଳୀୟ କର୍ମୀଙ୍କ ସହ ପ୍ରଣବ ପ୍ରକାଶଙ୍କ ବୈଠକ

ସେହିପରି କୋରୋନା ପାଇଁ ଦଳୀୟ ମିଟିଂ ବନ୍ଦ ଥିବାରୁ ମୟୂରଭଞ୍ଜ ଜିଲ୍ଲାରେ ବିଜେଡି ସଂଗଠନକୁ ଦୃଢ଼ କରିବା ପାଇଁ ପ୍ରଣବ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା, ଜି ବି ନଗର, ବଡ଼ସାହି, ମୋରଡ଼ା, ରାସଗୋବିନ୍ଦପୁରରେ ବିଜେଡି କର୍ମୀଙ୍କ ସହ ଆଲୋଚନା କରିଥିଲେ । ମୋରଡ଼ା ଠାରେ ଅନୁଷ୍ଠିତ ବିଜେଡି କର୍ମୀ ବୈଠକରେ ତାଙ୍କ ସହ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି, ବିଜେଡି ନେତା ଦେବାଶିଷ ମାର୍ଣ୍ଡି, ମୋରଡ଼ା ବିଧାୟକ ରାଜକିଶୋର ଦାସ, ରାଜ୍ୟସଭା ସାଂସଦ ମମତା ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.