ETV Bharat / state

ଅପମିଶ୍ରିତ ଛତୁଆ ଦୁର୍ନୀତି ମାମଲା, CDPO ଘେରିଲେ ଗ୍ରାମବାସୀ

author img

By

Published : Apr 12, 2023, 9:40 PM IST

ଅପମିଶ୍ରିତ ଛତୁଆ ମାମଲାକୁ ନେଇ ତେଜିଲେ ଗ୍ରାମବାସୀ । ସାଧା କାଗଜରେ କିଛି ନଲେଖି ମହିଳାମନଙ୍କ ଦସ୍ତଖତ କରାଇବା ନେଇ ଅଭିଯୋଗ । CDPO ଘେରିଲେ ଗ୍ରାମବାସୀ । ଅଧିତ ପଢ଼ନ୍ତୁ

CDPO ଘେରିଲେ ଗ୍ରାମବାସୀ
CDPO ଘେରିଲେ ଗ୍ରାମବାସୀ

ଅପମିଶ୍ରିତ ଛତୁଆ ମାମଲାକୁ ନେଇ ତେଜିଲେ ଗ୍ରାମବାସୀ

ରାଇରଙ୍ଗପୁର: ଗର୍ଭବତୀ ଓ ଶିଶୁମାନଙ୍କୁ ନିମ୍ନମାନର ଛତୁଆ ଗୁଡ଼ ଦିଆ ଯାଉଥିବାର ଅଭିଯୋଗ ହୋଇଛି । ପୁଷ୍ଟିକର ଖାଦ୍ୟ ବଦଳରେ ଅପୃଷ୍ଟିକର ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ପ୍ରଦାନ କରାଯାଉଛି ଯାହାକୁ ନେଇ ଅଭିଯୋଗ ହୋଇ ଆସୁଛି । ବିଡ଼ିଓ, ସିଡ଼ିପିଓ ଓ ଜିଲ୍ଲାପାଳଙ୍କୁ ବାରମ୍ଵାର ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ୍ୟ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ବେଲବୋରିଆ ଅଙ୍ଗନବାଡି କେନ୍ଦ୍ରରୁ ଏପରି ଅଭିଯୋଗ ଆସିଛି । ସ୍ଵୟଂ ସହାୟକ ଗୋଷ୍ଠୀ ତରଫରୁ ଛତୁଆ ପ୍ରସ୍ତୁତ କରି ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ଛତୁଆ ପ୍ରଦାନ କରୁଛନ୍ତି । କିନ୍ତୁ ଖାଦ୍ୟର ମାନ ଅତି ନିମ୍ନମାନର ରହୁଥିବା ଅଭିଯୋଗ କରି ବେଲବରିଆ ଗ୍ରାମବାସୀ ଅଙ୍ଗନବାଡି କେନ୍ଦ୍ରକୁ ତାଲା ପକାଇଥିଲେ । ତୁରନ୍ତ ଯାଞ୍ଚ ସହିତ ସମ୍ପୃକ୍ତ ମା ଦ୍ୱାରଶୁଣି ସ୍ଵୟଂ ସହାୟକ ଗୋଷ୍ଠୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ । ସେପଟେ ନିଜର ଭୁଲ ଥିବା ଓ ନିମ୍ନ ମାନର ଛତୁଆ ପ୍ରସ୍ତୁତ କରୁଥିବା ମା‘ ଦ୍ୱାରଶୁଣି ସ୍ୱୟଂ ସହାୟକ ଗୋଷ୍ଠୀ ଦୋଷ ସ୍ବୀକାର ମଧ୍ୟ କରିଥିଲେ ।

ତେବେ ଆଜି CDPO ଭାନୁମତି ବେହେରା, ସୁପରରଭାଇଜର ଓ ପୋଲିସକୁ ସାଙ୍ଗରେ ଧରି ବେଲବରିଆ ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚି ଗ୍ରାମର କିଛି ମହିଳାମାନଙ୍କୁ ଡାକି ସାଧା କାଗଜରେ ଦସ୍ତଖତ କରାଇଥିଲେ । ଯାହାକୁ ନେଇ ଗ୍ରାମର ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ । କାଗଜରେ କିଛି ଲେଖା ନଥିବା ବେଳେ କେଉଁଭଳି ଭାବରେ ଦସ୍ତଖତ କରାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଅନ୍ୟପଟେ ପୋଲିସର ସାହାରା ନେଇ ଓ ଲୋକଙ୍କୁ ପୋଲିସର ଭୟ ଦେଖାଇ ଛତୁଆ ଦୁର୍ନୀତିକୁ ଚପାଇ ଦେବାର ଷଡ଼ଯନ୍ତ୍ର କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ତେବେ CDPO ଭାନୁମତି ବେହେରାଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରୁ ସେ ସିଧା ସଳଖ କିଛି କହିବାକୁ ମନା କରି ଦେଇଥିଲେ । ଘଟଣା ସ୍ଥଳରୁ ଗାଡି ନେଇ ଛୁ ମାରିଥିଲେ । ତେବେ ଛତୁଆ ଦୁର୍ନୀତି ସହିତ CDPOଙ୍କର କ'ଣ ସମ୍ପର୍କ ରହିଛି ସେନେଇ ଏକ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । ଏନେଇ ପୂର୍ବରୁ ଅନେକ ଥର ଅଭିଯୋଗ ଏବଂ ବିଭିନ୍ନ ଗଣମାଧ୍ୟମରେ ଏ ବାବଦରେ ଖବର ପ୍ରକାଶ ହୋଇଥିଲା । ତେବେ ଅଭିଯୋଗ ପରେ ଅଭିଯୋଗ ହେଉଥିଲେ ମଧ୍ୟ ଉପରିସ୍ଥ ଅଧିକାରୀ କ'ଣ କାର୍ଯ୍ୟନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.