ETV Bharat / state

ଲୁଟ ଭତ୍ତାଟଙ୍କାର ଟେର ପାଉନି ପୋଲିସ, ସନ୍ଦେହ ଘେରରେ ପିଇଓ

ଭତ୍ତା ଟଙ୍କା ଲୁଟ୍ ଘଟଣାରେ ସନ୍ଦେହ ଘେରକୁ ଚାଲିଆସିଛନ୍ତି ପିଇଓ ଦୁର୍ଗା ଚରଣ ମୁର୍ମୁ । ଅଧିକ ପଢନ୍ତୁ...

ଲୁଟ ଭତ୍ତା ଟଙ୍କାର ଟେର ପାଉନି ପୋଲିସ , ସନ୍ଦେହ ଘେରରେ ଦରୀ ପିଇଓ
author img

By

Published : Oct 16, 2019, 8:13 PM IST

ରାଇରଙ୍ଗପୁର: ଭତ୍ତା ବାଣ୍ଟି ଫେରୁଥିବା ବେଳେ ଟଙ୍କା ଲୁଟିନେଲେ ଦୁବୃର୍ତ୍ତ। ଏହି ଘଟଣାକୁ ନେଇ ସନ୍ଦେହ ଘେରକୁ ଆସିଛନ୍ତି ପିଇଓ। ଏଠାରେ ପ୍ରଶ୍ନ ଉଠେ ଯେ ଶ୍ରୀ ମୁର୍ମୁ ଏତେ ଟଙ୍କା କାହାକୁ କହି ଓ କେଉଁ ପରିସ୍ଥିତିରେ ନେଇ ଏକୁଟିଆ ଯାଉଥିଲେ। ଏହା ପୂର୍ବ ଯୋଜନା ଅନୁଯାୟୀ ହୋଇ ନାହିଁ ତ, ଏପରି ବହୁ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରିବା ସହ ଚର୍ଚ୍ଚାର ବିଷୟ ପାଲଟିଛି।

ଲୁଟ ଭତ୍ତା ଟଙ୍କାର ଟେର ପାଉନି ପୋଲିସ , ସନ୍ଦେହ ଘେରରେ ଦରୀ ପିଇଓ

ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଦରୀ ଗ୍ରାମପଞ୍ଚାୟତ ପୋଖରିଆ ଗ୍ରାମପଞ୍ଚାୟତର ପିଇଓ ଦୁର୍ଗା ଚରଣ ମୁର୍ମୁ । ସେ ମଙ୍ଗଳବାର ଭତ୍ତା ଟଙ୍କା ବାଣ୍ଟି ସନ୍ଧ୍ୟା ସମୟରେ ଏକ ବାଇକ ଯୋଗେ ବ୍ଳକକୁ ଫେରୁଥିଲେ।

ହେଲେ ବ୍ଲକରେ ପହଞ୍ଚିବା ପୂର୍ବରୁ ୪୯ ନମ୍ବର ଜାତୀୟ ରାଜପଥ ପୋଖରିଆ ଠାରେ 2 ଜଣ ଦୁବୃର୍ତ୍ତ ମଟର ସାଇକେଲରେ ଆସି ପଛପଟୁ ଗାଡିକୁ ଧକ୍କା ମାରିବାରୁ ସେ ସେଠାରେ ପଡିଯାଇଥିଲେ। ଏହାର ସୁଯୋଗ ନେଇ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ନେଇ ଦୁବୃର୍ତ୍ତ ଚମ୍ଫଟ ମାରିଥିବା ରରୁଆଁ ଥାନାରେ ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଦରି ଗ୍ରାମପଞ୍ଚାୟତରେ ୯୦୦ ପାଖାପାଖି ହିତାଧିକାରୀ ଅଛନ୍ତି। ପାଖାପାଖି ୪ ଲକ୍ଷ ୭୭ହଜାର ୨୦୦ ଟଙ୍କା ବ୍ୟାଙ୍କରୁ ନେଇ ଗ୍ରାମ ପଞ୍ଚାୟତରେ ପହଞ୍ଚିଥିଲେ ମୁର୍ମୁ। ତେବେ PEO ଦିନ ସାରା କେତେ ଲୋକଙ୍କୁ ଭତ୍ତା ବଣ୍ଟନ କରିଛନ୍ତି ଏବଂ ଏତେ ଟଙ୍କା ବଣ୍ଟା ନହୋଇ ବଳିଲା କିପରି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ?

ସେହିପରି ତାଙ୍କ ସୂଚନା ଅନୁଯାୟୀ ତାଙ୍କୁ ଯଦି ଦୁର୍ବୃତ୍ତ ଧକ୍କା ଦେଇ ତଳେ ପକାଇ ଦେଇଥିଲେ ତେବେ ଚଳନ୍ତା ମୋଟର ସାଇକେଲରୁ ପଡି ମୁର୍ମୁଙ୍କ କୌଣସି କ୍ଷତି ହୋଇନଥିବା ବେଳେ ତାଙ୍କ ମୋଟର ସାଇକେଲର ମଧ୍ୟ କୌଣସି କ୍ଷତି ହୋଇନି । ଏପରି ବହୁ ପ୍ରଶ୍ନକୁ ନେଇ ରରୁଆଁ ଥାନା ପୋଲିସ ଦ୍ଵନ୍ଦରେ ଥିବାବେଳେ ତଦନ୍ତ କରିବାକୁ କୌଣସି ଦିଗ ପାଉନି ।

ତେବେ ରରୁଆଁ ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇ ଦରି ପିଇଓ ଏବଂ ଜିଆରଏସଙ୍କୁ ପଚରା ଉଚାରା କରୁଥିବା ବେଳେ ଚୋରି ଘଟଣାର କୌଣସି ସୁରାକ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ରାଇରଙ୍ଗପୁର : ଭତ୍ତା ବାଣ୍ଟି ଫେରୁଥିବା ବେଳେ ଲୁଟିନେଲେ ଟଙ୍କା, ସନ୍ଦେହ ଘେରରେ PEO । ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଦରୀ ଗ୍ରାମପଞ୍ଚାୟତ ପୋଖରିଆ ଠାରେ କରଞ୍ଜିଆ ବ୍ଳକ ଦରିଗ୍ରାମପଞ୍ଚାୟତର PEO ଦୁର୍ଗା ଚରଣ ମୁର୍ମୁ ନାମମ ଜୈନକ PEO ଗତକାଲି ଭତ୍ତା ଟଙ୍କା ବାଣ୍ଟି ସନ୍ଧ୍ୟା ସମୟରେ ଏକ ବାଇକ ଯୋଗେ ବ୍ଳକକୁ ଫେରୁଥିବା ବେଳେ ୪୯ ନମ୍ବର ଜାତୀୟ ରାଜପଥ ପୋଖରିଆ ଠାରେ ଦୁଇ ଜଣ ଦୁର୍ବୁତ୍ତ ମଟର ସାଇକେଲରେ ଆସି ପଛପଟୁ ଗାଡିକୁ ଧକ୍କା ମାରିବାରୁ PEO ସେଠାରେ ପଡିଯାଇଥିଲେ ।ଏହାର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ତାଙ୍କ ପାଖରେ ବଳକାଥିବା ୩ ଲକ୍ଷରୁ ଅଧିକା ଟଙ୍କା ଲୁଟିନେଇଥିବା ଅଭିଯୋଗ କରିଛନ୍ତି ରରୁଆଁ ଥାନାରେ ।ତେବେ ଏଠାରେ ପ୍ରଶ୍ନ ଉଠେ ଯେ ଶ୍ରୀ ମୁର୍ମୁ ଏତେ ଟଙ୍କା କାହାକୁ ସୂଚନା ଦେଇ ଏତେ ଟଙ୍କା ଧରି କେଉଁ ପରିସ୍ଥିତି ରେ ଏକୁଟିଆ ଆସୁଥିଲେ। ଏହା ପୂର୍ବ ଯୋଜନା ଅନୁଯାୟୀ ହୋଇ ନାହିଁ ତ, ଏପରି ବହୁ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରିଛି।ତେବେ ଖବର ନେବାରୁ ଜଣା ପଡ଼ିଛି ଯେ ଦରି ଗ୍ରାମପଞ୍ଚାୟତ ରେ ୯୦୦ ପାଖାପାଖି ହିତାଧିକାରୀ ଥିବା ବେଳେ ସେ ୪ ଲକ୍ଷ ୭୭ହଜାର ୨୦୦ ଟଙ୍କା ବ୍ୟାଙ୍କରୁ ନେଇ ଗ୍ରାମ ପଞ୍ଚାୟତ ରେ ଦେଇଥିଲେ। ତେବେ PEO ଆଜି ଦିନ ସାରାରେ କେତେ ଲୋକଙ୍କୁ ଭତ୍ତା ବଣ୍ଟନ କରିଛନ୍ତି ଏବଂ ଏତେ ଟଙ୍କା ବଣ୍ଟା ନ ହଇ ବଳିଲା କିପରି ? ସେହିପରି ତାଙ୍କ ସୂଚନା ଅନୁଯାଇ ତାଙ୍କୁ ଯଦି ଦୁର୍ବୁତ୍ତ ଧକ୍କା ଦେଇ ତଳେ ପକାଇ ଦେଇଥିଲେ ତେବେ ଚଳନ୍ତା ମଟର ସାଇକେଲରୁ ପୋଡି ଶ୍ରୀ ମୁର୍ମୁଙ୍କ କୌଣସି ଠାରେ କ୍ଷତ କାହିଁକି ନାହିଁ ସେହିପରି ମଟର ସାଇକେଲର ମଧ୍ୟ କୌଣସି କ୍ଷତି କାହିଁକି ହଇନି ?ଏପରି ବହୁ ପ୍ରଶ୍ନକୁ ନେଇ ଏବେ ପୋଲିସ ଦ୍ଵନ୍ଦରେ ଥିବା ବେଳେ କୌଣସି ଦିଗ ପାଉନି ରରୁଆଁ ଥାନା ପୋଲିସ ତଦନ୍ତ କରିବା ପାଇଁ। ତେବେ ରରୁଆଁ ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇ ଦରି PEO ଏବଂ GRS ଙ୍କୁ ପଚାରା ଉଚାରା କରୁଥିବା ବେଳେ ଚୋରି ଘଟଣାର କୌଣସି ସୁରାକ ବର୍ତ୍ତମାନ ସୁଦ୍ଧା ମିଳି ପାରିନାହିଁ।
Byte-ଦୁର୍ଗା ଚରଣ ମୁର୍ମୁ (PEO ଦରି ପଞ୍ଚାୟତ )Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.