ETV Bharat / state

Satabhaya Murder Case: ଗୋଟିଏ ପରିବାରର ୬ ଗିରଫ, ଘର ସାମ୍ନାରେ କରିଥିଲେ ହତ୍ୟା

author img

By

Published : Nov 23, 2021, 9:39 PM IST

Updated : Nov 23, 2021, 10:49 PM IST

ଶୁଳିଆପଦା ଥାନା ସାତଭାୟା ହାଟରେ ମହିଳାଙ୍କୁ ଅସଦାଚରଣ କରିଥିବା ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟାକାଣ୍ଡରେ ପୋଲିସକୁ ମିଳିଲା ସଫଳତା । ଏହି ଘଟଣାରେ ଗୋଟିଏ ପରିବାରର ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

police arrested six accused in satabhaya murder case of mayurbhanj
Satabhaya Murder Case: ୬ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବାରିପଦା: ଶୁଳିଆପଦା ଥାନା ସାତଭାୟା ହାଟରେ ମହିଳାଙ୍କୁ ଅସଦାଚରଣ କରିଥିବା ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟାକାଣ୍ଡ(Satabhaya Murder Case)ରେ ପୋଲିସକୁ ମିଳିଲା ସଫଳତା । ଏହି ଘଟଣାରେ ଗୋଟିଏ ପରିବାରର ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ଆଜି କୋର୍ଟ ଚାଲାଣ କରିଛି ।

ମୟୂରଭଞ୍ଜ ସାତଭାୟା ହାଟକୁ ଯାଇଥିବା ଜନୈକ ମହିଳାଙ୍କୁ ମୋଡାଉକା ଗ୍ରାମର ରଥ ଧଳ ନାମକ ଯୁବକ ଅଶ୍ଳୀଳ ଇଙ୍ଗିତ କରିଥିଲେ । ଏହାକୁ ନେଇ ମହିଳା ଜଣକ ପରିବାରବର୍ଗଙ୍କୁ ଜଣାଇଥିଲେ । ପରିବାର ସଦସ୍ୟମାନେ ରାଗରେ ରଥ ଧଳକୁ ଖୋଜିବାକୁ ଲାଗିଲେ । ଏହି ୬ ଜଣ ଅଭିଯୁକ୍ତ ବିଳମ୍ବିତ ରଥ ଧଳକୁ ଖୋଜି ତା ଘର ସାମ୍ନାରେ ପିଟିପିଟି ହତ୍ୟା କରିଥିଲେ ।

Satabhaya Murder Case: ଗୋଟିଏ ପରିବାରର ୬ ଗିରଫ, ଘର ସାମ୍ନାରେ କରିଥିଲେ ହତ୍ୟା

ଘଟଣା ସମ୍ପର୍କରେ ଖବର ପାଇ ଶୁଳିଆପଦା ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଘଟଣା ପଛରେ ଗୋଟିଏ ପରିବାର ୬ ସାମିଲ ଥିବା ଜଣାପଡ଼ିଥିଲା । ଏହି ଅଭିଯୁକ୍ତମାନେ ହେଉଛନ୍ତି ରାଇଦାସ ବିନ୍ଧାଣି, ଫୁଲମଣୀ ବିନ୍ଧାଣି, ମଲ୍ଲି ବିନ୍ଧାଣି, ଗୁରୁବାରୀ ବିନ୍ଧାଣି, ବିଶ୍ୱନାଥ ବିନ୍ଧାଣି ଓ ବଡାନ ବିନ୍ଧାଣି ।

ଶୁଳିଆପଦା ଥାନା ପୋଲିସ ଏହି ୬ ଜଣଙ୍କୁ ଗିରଫ କରି ଏକ ମାମଲା ରୁଜୁ କରିବା ସହ କୋର୍ଟ ଚାଲାଣ କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Nov 23, 2021, 10:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.