ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଚାଲିଛି ବେଧଡକ ବନ୍ୟଜନ୍ତୁ ଶିକାର। ଶିକାର କରି ଫେରୁଥିବା ବେଳେ ଜଣେ ଶିକାରୀକୁ ବନବିଭାଗ ଗିରଫ କରିଛି। ଏହି ସମୟରେ ଘଟଣାସ୍ଥଳରୁ ଖସିଗଲେ ୭ରୁ ଅଧିକ ଶିକାରୀ । ଗିରଫ ଶିକାରୀ ନିକଟରୁ ମାଂସ, ବନ୍ଧୁକ ସହିତ ଧନୁତୀର ଜବତ ହୋଇଛି।
ମୟୁରଭଞ୍ଜ ଜିଲ୍ଲା ଉଦଳା ବନବିଭାଗ ଅଧୁନ ଆଠପଡା ଅଞ୍ଚଳରେ ବନବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ସମୟରେ ଶିମିଳିପାଳରୁ ଶିକାର କରି ଫେରୁଥିବା ବେଳେ ଜଣେ ଶିକାରୀକୁ ବନବିଭାଗ ଗିରଫ କରିଛି । ଗିରଫ ଶିକାରୀ ନିକଟରୁ ୫୦ କିଲୋ ସମ୍ବର ମାଂସ ସହିତ ଗୋଟିଏ ଦେଶୀ ବନ୍ଧୁକ, ଧନୁ ଏବଂ ତୀର ଜବତ ହୋଇଛି ।
ଗିରଫ ଶିକାରୀ ହେଲେ ଆଠପଡା ଗ୍ରାମର ମୋହନ ହାଁସଦା । ମୋହନ ଅନ୍ୟ ଶିକାରୀଙ୍କ ସହିତ ଶିକାର ପାଇଁ ଶିମିଳିପାଳ ଅଭୟାରଣ୍ୟ ଭିତରକୁ ଯାଇଥିବା ବେଳେ ବନବିଭାଗ ଚଢାଉ କରିଥିଲେ। ବନବିଭାଗ କେବଳ ମୋହନଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଶିମିଳିପାଳରେ ଏବେ ବେଧଡ଼କ ଶିକାର ଚାଲିଥିବା ବେଳେ ଏହାର ଟେର ପାଉନାହିଁ ବନବିଭାଗ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ