ETV Bharat / state

ଆବାସ ଯୋଜନା: ଯୋଗ୍ୟ ଏଠି ଅଯୋଗ୍ୟ, ଭୋକିଲା ଅଧିକାରୀଙ୍କ ଟଙ୍କା ଖାଇବାରେ ମନ

author img

By

Published : Aug 8, 2019, 9:16 AM IST

ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ମୟୁରଦର ପଞ୍ଚାୟତର ନଅଟି ଗାଁର ପ୍ରକୃତ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ ବଞ୍ଚିତ । ଟଙ୍କା ମାଗି ଆବାସ ଯୋଜନାରେ ଘର ଯୋଗାଇ ଦେବା ନେଇ ଅଭିଯୋଗ । ଜିଲ୍ଲା ପ୍ରଶାସନର ଖାମଖିଆଲି ଓ ଦୁର୍ନୀତିଖୋର ମନୋଭାବ ଯୋଗୁଁ ପ୍ରକୃତ ହିତାଧିକାରୀମାନେ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ।

ଡିଜାଇନ ଫଟୋ

ରାଇରଙ୍ଗପୁର: ଗରିବ ହିତାଧିକାରୀଙ୍କ ମୁଣ୍ଡ ଉପରେ ଛାଇ ନ ଥିବାବେଳେ ସରକାର କରିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ବାସହୀନ ଅଥବା ଦୁର୍ବଳ ବାସଗୃହରେ ବସବାସ କରୁଥିବା ସମସ୍ତ ପରିବାରକୁ ପକ୍କା ଘର ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଣୟନ କରିଛନ୍ତି । ଯେଉଁଥିରେ କି ଅସହାୟ ଗରିବ ଲୋକମାନେ ପାଇପାରିବେ ଖଣ୍ଡିଏ ପକ୍କା ବାସଗୃହ । ହେଲେ ଏହି ଯୋଜନାରେ ମଧ୍ୟ ବ୍ୟାପକ ଦୁର୍ନୀତି ର ଗନ୍ଧ ବାରି ହେଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉଚ୍ଚ ପଦସ୍ତ ବିଭାଗୀୟ ଅଧିକାରୀ ଭିଏଲଡ଼ବ୍ଲୁ , ଜିଆରଏସଙ୍କ ମଧୁଚନ୍ଦ୍ରିକାରେ ଟଙ୍କା ନେଇ ଆବାସ ଯୋଜନାରେ ଗୃହ ଯୋଗାଇ ଦେବା ଅଭିଯୋଗ ଆସିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ମୟୁରଦର ଗ୍ରାମପଞ୍ଚାୟତରେ । ଏନେଇ ଇଟିଭି ଭାରତର ଗ୍ରାଉଣ୍ଡ ଜିରୋ ରିପୋର୍ଟ ।

ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ମୟୁରଦର ପଞ୍ଚାୟତର ନଅଟି ଗାଁର ପ୍ରକୃତ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବା ପାଇଁ ବଞ୍ଚିତ । ଟଙ୍କା ମାଗି ଆବାସ ଯୋଜନାରେ ଘର ଯୋଗାଇ ଦେବା ନେଇ ଅଭିଯୋଗ । ଜିଲ୍ଲା ପ୍ରଶାସନର ଖାମଖିଆଲି ଓ ଦୁର୍ନୀତିଖୋର ମନୋଭାବ ଯୋଗୁଁ ପ୍ରକୃତ ହିତାଧିକାରୀମାନେ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଲଙ୍ଗଳଶିଳା, ଭାଲୁବାସା, ରାଖାସାହି, ଚେମିନଜୁଡି, ବଣକାଟି, ଉକାମ, କେଶରଗଡିଆ, ଘାଟିଡୁବା ଓ କୁମୁଡାଶୋଳ ଏହି ନଅ ଟି ଗାଁର ପ୍ରକୃତ ହିତାଧିକାରୀଙ୍କ ନାମରେ ଆବାସ ଯୋଜନାରେ ଘର ମିଳୁ ନଥିବା ଅଭିଯୋଗ।

ଭିଡିଓ ସୌଜନ୍ୟ: ପ୍ରତିନିଧି,ରାଇରଙ୍ଗପୁର

ସେପଟେ ରହିବାକୁ ଘର ନଥିବାରୁ ଡହଳବିକଳ ହେଉଛନ୍ତି ହିତାଧିକାରୀ । ଭଙ୍ଗା ଘରେ ବିତୁଛି ଜୀବନ । ବର୍ଷା ଦିନରେ ପାଣି ଗଳୁଥିବାବେଳେ ବାଧ୍ୟ ହୋଇ ବର୍ଷା ଦିନରେ ମଧ୍ୟ ବାହାରେ ରୋଷେଇ କରୁଥିବା ଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି । କିଛି ହିତାଧିକାରୀ ଟଙ୍କା ଦେଇ ମଧ୍ୟ ଆବାସ ଯୋଜନାରେ ଘର ପାଇନଥିବା ଅଭିଯୋଗ କରିଛନ୍ତି । ଏପଟେ ଘର ଖଣ୍ଡିଏ ପାଇବାକୁ ହେଲେ ଟଙ୍କା ଦେବାକୁ ପଡିବ ଏପରି ସଂଗୀନ ଅଭିଯୋଗ ଆଣିଛନ୍ତି ପ୍ରକୃତ ହିତାଧିକାରୀ । ଏହାର ତଦନ୍ତ କରି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।

ଲଙ୍ଗଳଶିଳା ଗ୍ରାମର ଗରିବ ହିତାଧିକାରୀଙ୍କୁ ଦୁଇ ବର୍ଷରୁ ଅଧିକ ହେବ କୌଣସି ଆବାସ ଯୋଜନାରେ ମୟୁରଦର ପଞ୍ଚାୟତ ନିର୍ବାହୀ ଅଧିକାରୀ ଉକ୍ତ ଗ୍ରାମବାସୀଙ୍କୁ ସାମିଲ କରୁ ନ ଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ନେଇଥିଲା । ଏ ନେଇ ଗତ ସପ୍ତାହରେ ନଅଟି ଗ୍ରାମର ପ୍ରାୟ ଶତାଧିକ ଗ୍ରାମବାସୀ ମୟୁରଦର ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଥିଲେ। ପରେ ବ୍ଲକ ପ୍ରଶାସନ ଓ ପୋଲିସ ର ହସ୍ତକ୍ଷେପ ପରେ ଗ୍ରାମବାସୀ ଘେରାଉରୁ ହଟିଥିଲେ।

ଅଭିଯୋଗ ପରେ ଆମେ କୁସୁମୀ ବିଡିଓ ଓ ମୟୁରଦର ସରପଞ୍ଚଙ୍କୁ ସାକ୍ଷାତ କରି ବୁଝି ପଚାରିବାରୁ ସେମାନେ କ୍ୟାମେରା ସାମନାରେ କିଛି କହିବା ପାଇଁ ମନା କରୁଛନ୍ତି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ପ୍ରକୃତ ହିତାଧିକାରୀଙ୍କୁ ଖୁବଶୀଘ୍ର ଘର ଯୋଗାଇ ଦେବାକୁ ସାଧାରଣ ରେ ଦାବି ହେଉଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.