ETV Bharat / state

ବାରିପଦା ମେଡିକାଲ ଛାତରୁ ଖସିଲା ପ୍ଲାଷ୍ଟର, ଅଳ୍ପକେ ବର୍ତ୍ତିଲେ ରୋଗୀ - ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ

ବିପଦସଙ୍କୁଳ ଅବସ୍ଥାରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ । ଟଏଲେଟ ଭିତରକୁ ରୋଗୀ ଯାଇଥିବା ସମୟରେ ଛାତରୁ ଖସିଲା ପ୍ଲାଷ୍ଟର । ଅଳ୍ପକେ ବର୍ତ୍ତିଯାଇଛନ୍ତି ରୋଗୀ । ଅଧିକ ପଢ଼ନ୍ତୁ

ବାରିପଦା ମେଡିକାଲ ଛାତରୁ ଖସିଲା ପ୍ଲାଷ୍ଟର, ଅଳ୍ପକେ ବର୍ତ୍ତିଲେ ରୋଗୀ

author img

By

Published : Nov 7, 2022, 9:03 AM IST

ବାରିପଦା: ବିପଦସଙ୍କୁଳ ଅବସ୍ଥାରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ । ଟଏଲେଟ ଭିତରକୁ ରୋଗୀ ଯାଇଥିବା ସମୟରେ ଛାତରୁ ଖସିଲା ପ୍ଲାଷ୍ଟର । ତେବେ ପ୍ଲାଷ୍ଟର ଖଣ୍ଡଟି ରୋଗୀଙ୍କ ଉପରେ ପଡିନଥିବାରୁ ଏକ ବଡ଼ ଅଘଟଣ ଅଳ୍ପକେ ଟଳି ଯାଇଛି । ତୁରନ୍ତ ମରାମତି ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି ।

ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର ଚକ୍ଷୁ ବିଭାଗ ଭିତରେ ଥିବା ଟଏଲେଟ ଛାତରୁ ପ୍ଲାଷ୍ଟର ଖସି ପଡିଛି । ଜଣେ ରୋଗୀ ଟଏଲେଟ ଭିତରକୁ ଯାଇଥିବାବେଳେ, ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । ତେବେ ପ୍ଲାଷ୍ଟର ଖଣ୍ଡଟି ରୋଗୀଙ୍କ ଉପରେ ପଡିନଥିବାରୁ ଏକ ଅଘଟଣ ଅଳ୍ପକେ ଟଳି ଯାଇଛି । ଏହାକୁ ନେଇ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲର ଚକ୍ଷୁ ବିଭାଗରେ ଥିବା ରୋଗୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି ।

ବାରିପଦା ମେଡିକାଲ ଛାତରୁ ଖସିଲା ପ୍ଲାଷ୍ଟର, ଅଳ୍ପକେ ବର୍ତ୍ତିଲେ ରୋଗୀ

ତେବେ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ସେବାକୁ ଗୁରୁତ୍ବ ଦେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏଭଳି ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି । ତେବେ ତୁରନ୍ତ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଏସବୁର ମରାମତି ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି ।

ଇଟିଭି ଭାରତ, ମୟୂରଭଞ୍ଜ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.