ରାଇରଙ୍ଗପୁର: ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଏହି ପବିତ୍ର ଦିନରେ ଭାଇ ହାତରେ ଭଉଣୀ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା କାମନା କରିଥାଏ। ମୁଖ୍ୟତଃ ରକ୍ଷାବନ୍ଧନ ହେଉଛି ଭାଇ ଓ ଭଉଣୀଙ୍କ ପବିତ୍ର ସମ୍ପର୍କର ମୂକସାକ୍ଷୀ। ଏହି ଅବସରରେ ମୟୂରଭଞ୍ଜ ଜିଲ୍ଲା ସୁକୃଳି ବ୍ଲକ ରେ ଦେଖିବାକୁ ମିଳିଛି ଏମିତି ଏକ ଭଉଣୀର ଦୃଶ୍ୟ ଯାହାର ହାତ ନାହିଁ କି ଗୋଡ ନାହିଁ ତଥାପି ରାକ୍ଷୀ ପୂର୍ଣ୍ଣିମା ଭଳି ପବିତ୍ର ଦିନରେ ନିଜ ଭାଇର ମନକୁ ଉଣା କରିନି ଦିବ୍ୟାଙ୍ଗ ଭଉଣୀ ସୁଭଦ୍ରା ।
ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ନିଜ ଭାଇର ହାତରେ ରାକ୍ଷୀ ବାନ୍ଧି ଭାଇର ଶୁଭ ମନାସିଛନ୍ତି ମୟୂରଭଞ୍ଜ ଜିଲ୍ଲା ସୁକୃଳି ବ୍ଲକ ତେରଣ୍ଟି କୋଲନି ସାହିର ଦିବ୍ୟାଙ୍ଗ ଭଉଣୀ ସୁଭଦ୍ରା । ବୟସ 13 ରୁ 14 ହୋଇଥିବା ବେଳେ ଜନ୍ମ ରୁ ସେ ଦିବ୍ୟାଙ୍ଗ । ଗୋଡ ବିଲକୁଲ ନ ଥିବା ବେଳେ ହାତ ଅଧା, ତଥାପି ନିଜ ମନକୁ କେବେ ଉଣା କରିନି ସୁଭଦ୍ରା ।
ରାକ୍ଷୀ ପୂର୍ଣ୍ଣିମା ଆସିଲେ ଭାଇ ହାତରେ ରାକ୍ଷୀ ବାନ୍ଧିବ ବୋଲି ନିଜ ମନ କୁଣ୍ଢେ ମୋଟ ହୋଇଥାଏ । ଅଧା ହାତରେ ଭଲଭାବରେ ବାନ୍ଧି ପାରୁ ନଥାଏ ତଥାପି ପ୍ରତ୍ୟେକ ବର୍ଷ ଭାଇ ହାତରେ ରାକ୍ଷୀ ବାନ୍ଧି ବାନ୍ଧିଛି। ଅନ୍ୟ ପଟେ ଗରିବୀ ଜୀବନ ବିତାଉ ଥିବା ବେଳେ ମିଠା କିଣିବାକୁ ପାଖରେ ପଇସା ବି ନାହିଁ ସେଥିପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧି ବିସ୍କୁଟ ଖୁଆଉଛି । ଏଭଳି ଦୃଶ୍ୟ ଯିଏ ଦେଖିଛି କିଛି ସମୟ ଭାବ ବିହ୍ବଳ ହୋଇଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ