ETV Bharat / state

ମହଙ୍ଗା ପଡିଲା ଛାତ୍ରୀଙ୍କୁ ଅସଦାଚରଣ: ବିଚ୍‌ ରାସ୍ତା ଆଣ୍ଠେଇଲେ ଫାର୍ମାସିଷ୍ଟ

ଛାତ୍ରୀଙ୍କୁ ପାଥୋଲ୍ୟାବର ଫାର୍ମାସିଷ୍ଟଙ୍କ ଅସଦାଚରଣ ଅଭିଯୋଗ । ନିଧୁର୍ମ ମାଡ ସହ ଆଣ୍ଠେଇଲେ ଅଭିଯୁକ୍ତ । ଦୋଷ ସ୍ବୀକାର ପରେ ପୋଲିସକୁ ହସ୍ତାନ୍ତର କରିଛନ୍ତି ଗ୍ରାମବାସୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Oct 14, 2019, 10:29 AM IST

ବାରିପଦା: ଛାତ୍ରୀଙ୍କୁ ପାଥୋଲ୍ୟାବର ଫାର୍ମାସିଷ୍ଟଙ୍କ ଅସଦାଚରଣ ଅଭିଯୋଗ । ବିଚ୍‌ ରାସ୍ତାରେ ଆଣ୍ଠେଇଲେ ଅଭିଯୁକ୍ତ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମାଣତ୍ରୀ ଛକରେ । ଅଭିଯୁକ୍ତ ଜଣକ ମାନଗୋବିନ୍ଦପୁର ପଞ୍ଚାୟତ ଆଡ଼ିଆସାହିର ବିଦ୍ୟାଧର ପ୍ରଧାନ(38) ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ସୂଚନାଯୋଗ୍ୟ, ବଡସାହି ଅଞ୍ଚଳର ଯୁକ୍ତ 3ର ଛାତ୍ରୀ ଓ ତାଙ୍କ ଭାଇ ମାଣତ୍ରୀ ଛକରେ ଥିବା ପ୍ରଧାନ ହେଲ୍‌ଥ କେୟାରକୁ ଆସିଥିଲେ । କିନ୍ତୁ ରକ୍ତ ପରୀକ୍ଷାରେ ବିଳମ୍ବ ହେବାରୁ ଉକ୍ତ ଛାତ୍ରୀଙ୍କ ଭାଇ ଗାଡିରେ ତେଲ ପକାଇବାକୁ ପେଟ୍ରୋଲ ପମ୍ପ ଯାଇଥିଲେ । ଯାହାର ସୁଯୋଗ ନେଇ ଫାର୍ମାସିଷ୍ଟ ରକ୍ତ ପରୀକ୍ଷା ସମୟରେ ଛାତ୍ରୀଙ୍କୁ ଅସଦାଚରଣ କରିଥିବାର ଅଭିଯୋଗ ହୋଇଛି ।

ଭାଇ ଫେରିବା ପରେ ଛାତ୍ରୀ ଜଣକ କାନ୍ଦିକାନ୍ଦି ଘଟଣା ବିଷୟରେ କହିବା ପରେ ଖବର ପ୍ରସାରିତ ହୋଇଥିଲା । ଯାହାକୁ ନେଇ ଛାତ୍ରୀଙ୍କ ଆତ୍ମୀୟ, ଗ୍ରାମବାସୀ ଓ ମାଣତ୍ରୀ ବଜାରରେ ଥିବାଲୋକ ମାନେ ନିର୍ଧୁମ ମାଡ ମାରିବା ସହ ଇନ୍ଦିରାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଆଣ୍ଠେଇ ଦେଇଥିଲେ ।

ଏହାପରେ ଅଭିଯୁକ୍ତ ଜଣକ ଦୋଷ ସ୍ବୀକାର କରିବା ପରେ ପୋଲିସକୁ ହସ୍ତାନ୍ତର କରାଯାଇଥିଲା । ପୋଲିସ ଏନେଇ ଏକ ମାମଲା ରୁଜୁ କରିବା ପରେ କୋର୍ଟ ଚାଲାଣ କରିଛି ବୋଲି ଜଣାପଡିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ମୟୁରଭଞ୍ଜ ଜିଲ୍ଲା ମାଣତ୍ରୀ ଛକରେ ଥିବା ପ୍ରଧାନ ହେଲଥ୍‍ କେୟାର ପାଥୋଲ୍ୟାବର ଫାର୍ମାସିଷ୍ଟଙ୍କୁ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି। ଅଭିଯୁକ୍ତ ଜଣଙ୍କ ହେଲେ ମାନଗୋବିନ୍ଦପୁର ପଞ୍ଚାୟତ ଆଡ଼ିଆସାହିର ମାଧ ଓରଫ ବିଦ୍ୟାଧର ପ୍ରଧାନ(୩୮)। ବଡ଼ସାହି ଥାନା ଅଞ୍ଚଳର ଜନୈକା ଯୁକ୍ତ ତିନି ଛାତ୍ରୀ ତାଙ୍କ ଭାଇ ସହିତ ଉକ୍ତ ପାଥୋଲ୍ୟାବକୁ ରକ୍ତ ପରୀକ୍ଷା ପାଇଁ ଆସିଥିଲେ। ବିଳମ୍ବ ହେବାକୁ ଭାଇ ଜଣଙ୍କ ବାଇକରେ ତେଲ ପକାଇବା ପାଇଁ ପେଟ୍ରୋଲ ପମ୍ପକୁ ଯାଇଥିବା ସମୟରେ ଏକୁଟିଆ ସୁଯୋଗରେ ଫାର୍ମାସିଷ୍ଟ ରକ୍ତ ପରୀକ୍ଷା ବେଳେ କୁଆଡ଼େ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ। ତାଙ୍କ ଭାଇ ପହଞ୍ଚିବା ପରେ କାନ୍ଦିକାନ୍ଦି ଭଉଣୀ ସମସ୍ତ କଥା କହିବା ପରେ ଖବର ପ୍ରଚାରିତ ହୋଇଥିଲା। ଅଭିଯୁକ୍ତ ଫାର୍ମାସିଷ୍ଟଙ୍କୁ ଛାତ୍ରୀଙ୍କ ଆତ୍ମୀୟ, ଗ୍ରାମବାସୀ ଓ ମାଣତ୍ରୀ ବଜାରରେ ଥିବା ଲୋକମାନେ ନିର୍ଧୁମ ମାଡ଼ମାରି ଇନ୍ଦିରାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଆଣ୍ଠେଇ ଦେଇଥିଲେ। ଅଭିଯୁକ୍ତ ଜଣଙ୍କ ହାତ ଯୋଡ଼ି ନିଜର ଦୋଷ ସ୍ବିକାର କରିବା ପରେ ପୁଲିସକୁ ହସ୍ତାନ୍ତର କରିଥିଲେ। ପୁଲିସ୍‍ ଏନେଇ ଏକ ଅସଦାଚରଣ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.