ETV Bharat / state

ଡାକ୍ତର ନିଯୁକ୍ତି ଦାବିରେ ଚିକିତ୍ସାଧିକାରୀଙ୍କୁ ତାଲା ପକାଇଲେ ଲୋକେ - udala medical agrrassion

ଦୀର୍ଘ ଦିନରୁ ଡାକ୍ତର ନଥିବାରୁ ଡାକ୍ତର ନିଯୁକ୍ତି ଦାବିରେ ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକର ଶ୍ରୀଦାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଉପଖଣ୍ଡ ଚିକିତ୍ସାଧିକାରୀଙ୍କୁ ତାଲା ପକାଇଲେ ଲୋକେ। ଅଧିକ ପଢନ୍ତୁ...

ଡାକ୍ତର ନିଯୁକ୍ତି ଦାବିରେ ଚିକିତ୍ସାଧିକାରୀଙ୍କୁ ତାଲା ପକାଇଲେ ଲୋକେ

author img

By

Published : Apr 22, 2021, 10:57 PM IST

ବାରିପଦା: ମେଡିକାଲ ଅଛି ହେଲେ ନାହାନ୍ତି ଡ଼ାକ୍ତର । ଯାହାକୁ ନେଇ ତାତିଛନ୍ତି ଅଞ୍ଚଳବାସୀ । ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକର ଶ୍ରୀଦାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର । ଏହି ମେଡିକାଲରେ ଚାରି ଜଣ ଡ଼ାକ୍ତର ରହିବାର ବ୍ୟବସ୍ଥା ଥିବା ବେଳେ ଏଠାରେ ଜଣେ ହେଲେ ଡ଼ାକ୍ତର ନାହାନ୍ତି । ଯେଉଁଥି ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଉତ୍ତମ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି । ତେବେ ଆଜି (ଗୁରୁବାର) ଜଣେ ଗୁରୁତର ରୋଗୀ ଚିକିତ୍ସା ହୋଇ ନପାରିବାରୁ ଗ୍ରାମବାସୀମାନେ ମେଡିକାଲ ଗେଟ ସମ୍ମୁଖରେ ଧାରଣା ଦେଇଥିଲେ ।

ଡାକ୍ତର ନିଯୁକ୍ତି ଦାବିରେ ଚିକିତ୍ସାଧିକାରୀଙ୍କୁ ତାଲା ପକାଇଲେ ଲୋକେ

ତେବେ ନିୟମିତ ଡାକ୍ତର ନିଯୁକ୍ତି ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ପ୍ରଥମେ ଘଟଣାର ସମାଧାନ ପାଇଁ ଆସିଥିବା ମେଡିକାଲ ଇନ-ଚାର୍ଜଙ୍କୁ ଗ୍ରାମବାସୀ ମାନେ ଅଟକ ରଖିଥିଲେ । ଏନେଇ ମେଡିକାଲ ଅଫିସରଙ୍କୁ ପଚାରିବାରୁ ସେ ସମସ୍ୟା ସମ୍ପର୍କରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜଣାଇବେ ବୋଲି କହିଥିଲେ ।

ଖବର ପାଇ ଘଟଣା ସ୍ଥଳକୁ କପ୍ତିପଦା ଉପଖଣ୍ଡ ଚିକତ୍ସା ଅଧିକାରୀ ଶିବାନନ୍ଦ ମହାନ୍ତି ବୁଝାସୁଝା କରିବା ପାଇଁ ଯାଇଥିବା ବେଳେ ଉତ୍ତ୍ୟକ୍ତ ଲୋକେ ତାଙ୍କ ଅଫିସ ରୁମରେ ତାଲା ମାରି ଦେଇଥିଲେ । ଏହା ପରେ ମୟୂରଭଞ୍ଜ ଜିଲ୍ଲା ଏଡିସନାଲ ହେଲଥ ପବ୍ଲିକ ଅଫିସର ଧାରଣାରେ ବସିଥିବା ଲୋକ ମାନଙ୍କୁ, ଡ଼ାକ୍ତର ନିୟମିତ ଯୋଗ ଦେବା ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ ହେବା ସହ ଚାରି ଘଣ୍ଟା ପରେ ଉପଖଣ୍ଡ ଚିକିତ୍ସା ଅଧିକାରୀ ମୁକୁଳିଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.