ରାଇରଙ୍ଗପୁର: ନିମ୍ନ ମାନର ଖାଦ୍ୟକୁ ନେଇ କୋଭିଡ୍ ହସ୍ପିଟାଲରେ ରୋଗୀ ଅସନ୍ତୋଷ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଭଅଁରାପୋଷି ଅସ୍ଥାୟୀ କୋଭିଡ ହସ୍ପିଟାଲରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା।
ସରକାର ମହାମାରୀ କୋରୋନା ମୁକାବିଲାକୁ ନେଇ କୋଭିଡ ହସପିଟାଲ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ବାସ୍ତବ କ୍ଷେତ୍ରରେ ତାହାର ଓଲଟା ଦେଖାଯାଉଛି । କେଉଁଠି ବେଡ ସମସ୍ୟା ତ କେଉଁଠି ନିମ୍ନମାନର ଖାଦ୍ୟ ସାମନାକୁ ଆସୁଛି । ସେହିଭଳି ଭଅଁରାପୋଷି ଅସ୍ଥାୟୀ କୋଭିଡ ହସ୍ପିଟାଲରେ ନିମ୍ନମାନର ଖାଦ୍ୟକୁ ନେଇ ରୋଗୀ ମାନେ ହଙ୍ଗାମା କରିଛନ୍ତି । ଦୁଇ ତିନି ଦିନ ହେବ ନିମ୍ନ ମାନର ଖାଦ୍ୟ ଯୋଗାଉ ଥିବାରୁ ଏହାକୁ ବିରୋଧ କରି କୋଭିଡ୍ ହସ୍ପିଟାଲରେ ଥିବା ସମସ୍ତ ରୋଗୀ ପ୍ରତିବାଦ କରିବା ପାଇଁ ଅସ୍ଥାୟୀ ସେଣ୍ଟର ସମ୍ମୁଖକୁ ଆସି ଅଭିନବ ପ୍ରତିବାଦ କରିଛନ୍ତି । ଘଟଣାସ୍ଥଳରେ ଉପଜିଲ୍ଲାପାଳ ଜିଲ୍ଲାପାଳ ନ ଆସିବା ପର୍ଯ୍ୟନ୍ତ ଅଖିଆ ଅପିଆ ରହି ପ୍ରତିବାଦ କରିବାକୁ ରୋଗୀଙ୍କ ଧମକ ଦେଇଛନ୍ତି ।
ସେପଟେ ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ଦୋଳନ ଜାରୀ ରହିଛି ଯଦି ସେଣ୍ଟରରେ ଥିବା ରୋଗୀଙ୍କ କୌଣସି ଅସୁବିଧା ହୁଏ ତେବେ ସ୍ଥାନୀୟ ପ୍ରଶାସନ ସହିତ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଦାୟୀ ରହିବେ । ଏପରି ନାରା ଦେଇ ଅସ୍ଥାୟୀ ସେଣ୍ଟର ସମ୍ମୁଖରେ ରୋଗୀ ମାନେ ହୋ ହାଲ୍ଲା କରିଛନ୍ତି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ