ETV Bharat / state

ଓଲଟିଲା ଯାତ୍ରୀବାହୀ ମ୍ୟାଜିକ: 4 ଆହତ, ଜଣେ ଗୁରୁତର

author img

By

Published : Mar 13, 2021, 10:08 PM IST

ମୟୂରଭଞ୍ଜ କରଞ୍ଜିଆ-ସିଙ୍ଗଡା ରାସ୍ତାର ଝଗଡା ନାଳ ନିକଟରେ ଓଲଟିଲା ମ୍ୟାଜିକ । ଚାରି ଜଣ ଆହତ ହୋଇଥିବାବେଳେ ଜଣେ ଗୁରୁତର । ଅଧିକ ପଢନ୍ତୁ...

ଓଲଟିଲା ଯାତ୍ରୀବାହୀ ମ୍ୟାଜିକ; ଚାରି ଆହତ, ଜଣେ ଗୁରୁତର

ରାଇରଙ୍ଗପୁର: ମୟୂରଭଞ୍ଜରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଓଲଟିଲା ଯାତ୍ରୀବାହୀ ମ୍ୟାଜିକ ଗାଡି । ମୟୂରଭଞ୍ଜ କରଞ୍ଜିଆ ଥାନା ଅନ୍ତର୍ଗତ କରଞ୍ଜିଆ-ସିଙ୍ଗଡା ରାସ୍ତାର ଝଗଡା ନାଳ ନିକଟରେ ଶନିବାର ଘଟିଛି ଏହି ଦୁର୍ଘଟଣା । ଏଥିରେ ଚାରି ଜଣ ଯାତ୍ରୀ ଆହତ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ଏହି ମ୍ୟାଜିକ ଗାଡି ଯାତ୍ରୀ ନେଇ ସୁକୃଳିରୁ କରଞ୍ଜିଆ ଆସୁଥିବାବେଳେ ଝଗଡା ନାଳ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଏକ ଗଛ ସହ ଧକ୍କା ହୋଇଥିଲା ଏବଂ ଓଲଟି ପଡିଥିଲା । ଖବର ପାଇ କରଞ୍ଜିଆ ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ ରଖିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.